ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ

Above Post Content

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ସ୍ଥିତି କ’ଣ ତାହା ଓଡ଼ିଶା ବାସୀ ଭଲକରି ଜାଣିଛନ୍ତି । ତୃତୀୟ ପର୍ଯ୍ୟାୟ ନିିର୍ବାଚନ ପରେ ଲୋକଙ୍କ ଆଶିର୍ବାଦରେ ବିଜେଡ଼ି ବହୁମତ ପାଇ ସାରିଛି । ବିଜେଡ଼ି ସୁଇପ କରିବ ଓ ୯୦-୯୫ ଷ୍ଟାଇକ ରେଟ୍ ହେବ । ଯାଜପୁର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟ ବିଜେଡି ବହୁତ ଭଲ କରିବ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଉପରେ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ, ଓଡ଼ିଶାକୁ ବାହାରୁ ବହୁତ ନେତା ଆସୁଛନ୍ତି, ଭଲ କଥା । ଓଡ଼ିଶାକୁ ଆସିବା ପାଇଁ ସେମାନଙ୍କୁ ସ୍ୱାଗତ । ହେଲେ ସେମାନେ ଓଡ଼ିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ।

Middle post content

ବିଜେଡ଼ି ଲୋକଙ୍କ ସରକାର

After 2nd paragraph post ads

ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ । ମୁଁ ବହୁତ ଖୁସୀ ଅଛି । ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ । ଓଡିଶାର ସବୁ ଯୋଜନା ୫ଟିରେ ହେଉଛି, ସେମାନେ ଏଇଟା ଜାଣିଛନ୍ତି । ମତେ ଗାଳି ଦେଲେ ଲୋକ ବୁଝିବେ । ୨୦୧୯ ପରଠୁ ଓଡ଼ିଶାରେ ବହୁତ ଭଲ କାମ କରାଯାଇଛି । ୫ଟି ଘୋଷଣା ପରେ ସବୁ କାମ ଭଲ ହୋଇଛି । କୋଭିଡ ବେଳେ ଓଡ଼ିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି । ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି । ଏବେ ସ୍କୁଲ, କଲେଜଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁ କିଛି ରୂପାନ୍ତରିକରଣ ହେଉଛି । ଖାଲି ଏତିକି ନୁହେଁ ୫ଟି ଓ ମୋ ସରକାର ଦ୍ୱାରା ଜନତା ଉପକୃତ ହେଉଛନ୍ତି । ବିଜେଡ଼ି ଲୋକଙ୍କ ସରକାର ବୋଲି ପାଣ୍ଡିଆନ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami