କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

Above Post Content

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି । ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । କେଜ୍ରିିୱାଲଙ୍କ ଆବେଦନକୁ କୋର୍ଟ ରେଜିଷ୍ଟ୍ରି ମନା କରିଦେଇଛନ୍ତି । ଯେହେତୁ କେଜ୍ରିିୱାଲଙ୍କୁ ନିୟମିତ ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ଯିବାର ସ୍ୱାଧୀନତା ଦିଆଯାଇଛି । ଏଭଳି ପରିସ୍ଥିତିରେ ତାଙ୍କର ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କୁହାଯାଇଛି । ବର୍ତ୍ତମାନ ସିଏମ କେଜ୍ରିିୱାଲଙ୍କୁ ଜୁନ ୨ରେ ଆତ୍ମସମର୍ପଣ କରିବାକୁ ପଡ଼ିବ ।

Middle post content

କେଜ୍ରିୱାଲଙ୍କ ଆବେଦନ ଶୁଣିବାକୁ ମନା କରିଦେଇଥିଲେ ବେଞ୍ଚ

After 2nd paragraph post ads

ସିଏମ କେଜ୍ରିିୱାଲଙ୍କୁ ମେ ୧୦ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପକାନ ଦତ୍ତଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ଜୁନ ୨ରେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ମେ ୧୭ରେ, ପିଏମଏଲଏ ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଗିରଫଦାରୀ ବୈଧତାକୁ ଚ୍ୟାଲେଞ୍ଜ କରି ବେଞ୍ଚ ତାଙ୍କ ରାୟ ସଂରକ୍ଷଣ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟର ଅନ୍ୟ ଏକ ବେଞ୍ଚ କେଜ୍ରିୱାଲଙ୍କ ଆବେଦନ ଶୁଣିବାକୁ ମନା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami