ଦୀଲ୍ଲିପ ରାୟଙ୍କ ରିସୋର୍ଟରେ ରହୁଛନ୍ତି ଝାଡଖଣ୍ଡ ବିଧାୟକ, ଗୋଟିଏ ରୁମର ଭଡ଼ା ଦେଢ଼ ଲକ୍ଷ ଟଙ୍କା !

Above Post Content

ରାଜନୀତିରେ ଘୋଡ଼ା ବେପାର ଦ୍ୱାରା ଗଣତନ୍ତ୍ର କ୍ଷତିଗ୍ରସ୍ତ ହେଉଛି । କିନ୍ତୁ ହୋଟେଲ ବ୍ୟବସାୟ ପାଇଁ ଏହା କିଛିଟା ଲାଭ ଆଣୁଛି । ନିକଟରେ ଯେତେବେଳେ ମହାରାଷ୍ଟ୍ରରେ ମହାପାଲା ହୋଇଥିଲା ସେତେବେଳେ ମରାଠି ବିଧାୟକ ଭାୟା ଗୋଆ ଦେଇ ଗୌହାଟି ଯାଇଥିଲେ । ସେଠାରୁ ଗୋଆ ,ପୁଣି ଗୋଆରୁ ମୁମ୍ବାଇ ଆସିଥିଲେ । ଆଉ ଏହି ସମୟରେ ସେମାନେ ବିଭିନ୍ନ ରିସର୍ଟ୍ କିମ୍ବା ହୋଟଲରେ ରହିଥିଲେ । ଏହାପୂର୍ବରୁ ଯେତେବେଳେ ହରିଆନାରେ ଯେତେବେଳେ କଂଗ୍ରେସକୁ ଲାଗିଲା ବିଜେପି ତା’ ବିଧାୟକଙ୍କ ଶିକାର କରିପାରେ ସେତେବେଳେ ସେହି ବିଧାୟକଙ୍କୁ ଛତିଶଗଡ଼ ପଠାଇ ଦିଆଯାଇଥିଲା । ହରିଆନି ବିଧାୟକ ସେତେବଳେ ଯେଉଁ ରିସୋର୍ଟରେ ରହିଥିଲେ ଏବେ ଝାଡ଼ଖଣ୍ଡି ବିଧାୟକଙ୍କ ଠିକଣା ହେଉଛି ସେହି ରିସୋର୍ଟ୍ । ଯାହାର ମାଲିକ ହେଉଛନ୍ତି ଓଡ଼ିଶାର ହୋଟେଲ ଶିଳ୍ପପତି ଦୀଲ୍ଲିପ ରାୟ ।

୧୩ ଏକର ଜାଗାରେ ରିସୋର୍ଟ୍

After 2nd paragraph post ads
Middle post content

ନୟା ରାୟପୁରରେ ଥିବା ମେ ଫେୟାର ଲେକ୍ ଭ୍ୟୁ ରିସୋର୍ଟ ୧୩ ଏକର ଜମି ଉପରେ ପ୍ରତିଷ୍ଠିତ । ଏହି ହୋଟେଲ ପାଇଁ ଛତିଶଗଡ଼ ସରକାର ୯୯ ବର୍ଷ ପାଇଁ ଜମି ଲିଜରେ ଦେଇଛନ୍ତି । ଏକେ ହ୍ରଦ କୂଳରେ ରିସୋର୍ଟ ଟି ରହିଛି । ହ୍ରଦରେ ଚାଲିଥାଏ ନୌକା । ମାନେ ପୁରା କାଶ୍ମୀର ମାର୍କା ଫିଲିଂ । ଶ୍ରୀନଗରର ଡଲ୍ ହ୍ରଦରେ ନୌକା ବିହାର ପରି ଏହି ରିସୋର୍ଟର ଅତିଥି ମଧ୍ୟ ନୌକା ବିହାର କରିପାରିବେ । ତେଣୁ ଝାଡଖଣ୍ଡି ବିଧାୟକ ଯଦି ନୌକା ବିହାର କରୁଥିବେ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହି ରିସୋର୍ଟର ଭବ୍ୟତାକୁ ଦେଖିଲେ ହିଁ ଜଣେ ଅନୁଭବ କରିପାରିବ । ରିସୋର୍ଟରେ ୮ ମାସ ତଳେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲାଙ୍କ ପୁଅ ବାହାଘର ହୋଇଥିଲା । ରିସୋର୍ଟ ମଧ୍ୟରେ ବାର,ଗେମ୍ ରୁମ୍ ଓ ଜିମ୍ ରହିଛି ।

ଗୋଟିଏ ରୁମର ଭଡା ଦିନକୁ ଦେଢଲକ୍ଷ !

ମେ’ ଫେୟାର ଲେକ୍ ଭ୍ୟୁ ନୟା ରାୟପୁରର ଲାଣ୍ଡ୍ ମାର୍କ୍ କହିଲେ ଭୁଲ ହେବ ନାହିଁ । ଏହି ରିସୋର୍ଟରେ ରହିବାକୁ ହେଲେ ଆପଣଙ୍କ ପର୍ସ ଭାରି ହେବା ଆବଶ୍ୟକ । ଫାଇଭ୍ ଷ୍ଟାର ରିସୋର୍ଟର ରୁମ୍ ଭଡ଼ା ଢେର ଅଧିକ । ତଥାପି ଧନୀକଙ୍କ ପାଇଁ ଏହା ହେଉଛି ପ୍ରଥମ ଠିକଣା । ମେକ୍ ମାଇ ଟ୍ରିପ୍ ଅନୁସାରେ ଏହି ରିସୋର୍ଟର କିଛି ରୁମରେ ରହିବାକୁ ହେଲେ ଦିନକୁ ଦେଢ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ । ଏଇଥିରୁ ଜାଣି ପାରୁଥିବେ ବିଭିନ୍ନ ରାଜନୈତିକ ଦଳଙ୍କ ଏହା କାହିଁକି ପସନ୍ଦ । ରିସୋର୍ଟର ଶାନ୍ତି ଭିତରେ ନିଜ ବିଧାୟକଙ୍କୁ ନିଜ ପଟରେ ରଖି ଟେନସନ୍ ଫ୍ରି’ ହେବାକୁ ହେମନ୍ତ ସୋରେନ୍ ଉଦ୍ୟମ କରିଛନ୍ତି । ଅବଶ୍ୟ ତେଣେ ଝାଡ଼ଖଣ୍ଡରେ ଅପରେସନ୍ ଲୋଟସର ଦ୍ୱିତୀୟ ସିନ୍ ଆରମ୍ଭ ହେଲାଣି ବୋଲି କୁହାଯାଉଛି ଏଇଠି କହି ରଖୁଛୁ ଯେ, ଦିଲ୍ଲିପ ରାୟଙ୍କର ଓଡ଼ିଶା ସମେତ ଉତ୍ତର ପୂର୍ବ ଭାରତରେ ହୋଟେଲ ଓ ରିସୋର୍ଟ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami