ଏକବିଂଶ ଶତାବ୍ଦୀରେ ମରିଗଲା ଦୁନିଆର ଶେଷ ଆଦି ମାନବ !

Above Post Content

ବ୍ରାଜିଲ ଆମାଜନ ଜଙ୍ଗଲରେ ରହୁଥିବା ତାନାରୁ ନାମକ ଆଦିମ ଜନଜାତି ପ୍ରଜାତିର ଶେଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ସହିତ ପୃଥିବୀରୁ ଆଉ ଗୋଟିଏ ପ୍ରଜାତି ସବୁଦିନ ପାଇଁ ଅଦୃଷ୍ୟ ହୋଇଛିତାନାରୁ ପ୍ରଜାତିର ଏହି ବ୍ୟକ୍ତିଙ୍କ ମୃତ୍ୟୁ ପାରମ୍ପାରିକ ଭାଷା,ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଓ ସଂଗଠନ ନିରାଶ ହୋଇଛନ୍ତି । କାରଣ ଏହି ବ୍ୟକ୍ତି ଏମିତି ଗୋଟିଏ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିଲେ ଯାହାର ଭାଷା ଓ ସଂସ୍କୃତି ଅଲଗା ଥିଲା । ବ୍ରାଜିଲର ଜଙ୍ଗଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଏହି ବ୍ୟକ୍ତିଜଣକ ‘ଖାଲ ମଣିଶ’ ଭାବେ ପରିଚିତ ଥିଲେ । କାରଣ ସେ ନିଜର ପୁରା ଜୀବନ ଖାଲ ଭିତରେ ହିଁ ବିତାଇଥିଲେ । ଏହି ବ୍ୟକ୍ତିଜଣକ ଗାଡ଼ ଖୋଲି ସେଥିରେ ରହୁଥିଲେ । ସେ ଗଛ କିମ୍ବା ଗୁମ୍ଫାରେ ରହୁନଥିଲେ । ଅନେକ ଦଶକ ଧରି ସେ ଅନୁପ୍ରବେଶକାରୀଙ୍କ ବିରୋଧରେ ଯୁଦ୍ଧ ଲଢୁଥିଲେ । ତାଙ୍କ ଜଙ୍ଗଲ ଜମି ଉପରେ ଅଧିକାର କରିବା ପାଇଁ ସ୍ଥାନୀୟ ଚାଷୀ ଓ ଜଙ୍ଗଲ ଲୁଟେରା ବର୍ଷ ବର୍ଷ ଧରି ଚେଷ୍ଟା କରିଥିଲେ । ଏହି ବ୍ୟକ୍ତି ଜଣକ ପ୍ରଥମେ ନିଜ ପରିବାର ଓ ସମ୍ପ୍ରଦାୟ ସହିତ ମିଶି ଲଢେଇ କରୁଥିଲେ । ପରିବାର ଓ ସମ୍ପ୍ରଦାୟର ବାକି ସାଥିଙ୍କ ମୃତ୍ୟୁ ପରେ ସେ ଏକାକୀ ହୋଇଯାଇଥିଲେ କିନ୍ତୁ ଲଢିବା ଛାଡ଼ିନଥିଲେ । ଯିଏ ବି ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିଲା ସେ ତା’ ଉପରକୁ ତୀର ମାଡ଼ କରୁଥିଲେ

୨୦୧୮ରେ ତିଆରି ହୋଇଥିଲା ଫିଲ୍ମ

After 2nd paragraph post ads

ତାନାରୁ ପ୍ରଜାତିର ଏହି ଶେଷ ବ୍ୟକ୍ତିଙ୍କୁ ମୃତ୍ୟୁ ବେଳକୁ ଆନୁମାନିକ ୬୦ ବର୍ଷ ହୋଇଥିଲା । ତାଙ୍କ ପରିବାରର ୬ ଜଣ ବ୍ୟକ୍ତିଙ୍କୁ ଜମି ହଡ଼ପକାରୀ ହତ୍ୟା କରିଥିଲେ । ଏହାପରେ ସେ ଏକାକୀ ହୋଇଯାଇତିଲେ । ତାଙ୍କୁ ସମ୍ପର୍କ କରିବାକୁ ହୋଇଥିବା ସବୁ ଚେଷ୍ଟାକୁ ସେ ବିଫଳ କରିଥିଲେ । ସର୍ଭାଇଭାଲ ଇଣ୍ଟରନ୍ୟାସନାଲର ସାରା ଶେନକରଙ୍କ ଅନୁସାରେ ଅନେକ ଭୟଙ୍କର ଆକ୍ରମଣର ସମ୍ମୁଖୀନ ହେବା ସହିତସମ୍ପର୍କର ସବୁ ପ୍ରୟାସକୁ ବିଫଳ କରି ଏହି ବ୍ୟକ୍ତି ସର୍ବଦା ନିଜର ସର୍ବଶ୍ରେଷ୍ଠ ରକ୍ଷା କରିଥିଲେ । ସେ ନିଜ ପ୍ରଜାତିର ଶେଷ ବ୍ୟକ୍ତି ଥିଲେ ଓ ତାଙ୍କ ସହିତ ଗୋଟିଏ ପ୍ରଜାତି ବିଲୁପ୍ତ ହୋଇଛି୨୦୧୮ରେ ସରକାରଙ୍କ ଏକ ଟିମ୍ ଏହି ବ୍ୟକ୍ତିଙ୍କ ଉପରେ ଗୋଟିଏ ଫିଲ୍ମ ମଧ୍ୟ ତିଆରି କରିଥିଲେ ।

Middle post content

କେମିତି ରହୁଥିଲେ ?

ସର୍ଭାଇଭାଲର ରିସର୍ଚ୍ଚ ଆଣ୍ଡ୍ ଆଡଭୋକେସି ନିର୍ଦ୍ଦେଶକ ଫିୟୋନା ୱାଟସନ୍ ୨୦୦୪ରେ ଏହି ଅଂଚଳକୁ ଯାଇଥିଲେ । ତାଙ୍କ ସହିତ ବ୍ରାଜିଲ ସରକାରଙ୍କ ଏକ ଟିମ୍ ମଧ୍ୟ ଥିଲା ଫିୟୋନା ନିଜ ଗସ୍ତ ବାବଦରେ ଏକ ସଂକ୍ଷିପ୍ତ ସୂଚନା ମଧ୍ୟ ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ, ‘‘ ଆପଣ ଏଭଳି ଗୋଟିଏ ଜୀବନର କଳ୍ପନା କରି ଦେଖନ୍ଚୁ ଯେଉଁଥିଲେ ଆଖପାଖରେ ଶାନ୍ତି ଥିବ,ଯେଉଁଠି ଆପଣ ସବୁବେଳେ ଦୌଡୁଥିବେ,ସବୁବେଳେ ଭୟ ଭିତରେ ଯିଉଁଥିବେ କିନ୍ତୁ କେବେ ମଧ୍ୟ ଦୁନିଆ ନଜରକୁ ଆସୁନଥିବେ ଆମାଜନର ଏହି ବ୍ୟକ୍ତିଙ୍କ ଜୀବନ ମଧ୍ୟ ସେହିଭଳି ଏକାନ୍ତରେ କଟୁଥିଲା । ସେ ନିଜ ପ୍ରଜାତିର ଶେଷ ଜୀବିତ ବ୍ୟକ୍ତିଥିଲା ।’’ତେବେ ଏହି ବ୍ୟକ୍ତିଙ୍କ ନାମ କ’ଣ ଥିଲା ତାହା କାହାକୁ ମଧ୍ୟ ଜଣାନାହିଁ । ଏମିତିକି ତା’ର ଭାଷାକୁ ମଧ୍ୟ କେହି ବୁଝି ପାରୁନଥିଲେ

ହେଲିକପ୍ଟର ଓ ପ୍ଲେନ୍ ଉପରେ ଆକ୍ରମଣ

ସାରାଙ୍କ ଅନୁସାରେ ସମ୍ଭବତଃ ତାଙ୍କ ପରିବାର ଓ ସାଥୀଙ୍କୁ ଶିକାରୀ ମାରି ଦେଇଥିଲେ । ଏହି ସମ୍ପ୍ରଦାୟର ଜମି ବଂଚାଇବାକୁ ସାମାଜିକ କର୍ମୀ ଅନେକ ବର୍ଷ ଧରି ଆନ୍ଦୋଳନ କରିଥିଲେ । ସେମାନେ ଗଭୀର ଜଙ୍ଗଲ ମଧ୍ୟରେ ଏକାକୀ ରହୁଥିଲେ । ବାକି ଦୁନିଆ ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିଲା୬୦ ବର୍ଷ ତଳେ ମାନବ ପ୍ରଜାତି ଯେମିତି ବଂଚୁଥିଲା ସେମାନେ ସେମିତି ବଂଚୁଥିଲେ । ବାହାର ଦୁନିଆଠାରୁ ଦୁରେଇ ରହିବା ପଛରେ ସେମାନଙ୍କର ସୁରକ୍ଷା ଚିନ୍ତା ଥିଲାଆମାଜନରେ ବର୍ତ୍ତମାନ ମଧ୍ୟ ଏଭଳି ଅନେକ ପ୍ରଜାତି ରହିଛନ୍ତି ଯେଉଁମାନଙ୍କ ବାବଦରେ କେହି କିଛି ଜାଣନ୍ତି ନାହିଁ । ପ୍ରାୟ ୧୦୦ ପ୍ରଜାତି ଜଙ୍ଗଲରେ ଲୁଚି ରହିଥିବା କୁହାଯାଏ । ସେମାନେ ହେଲିକପ୍ଟର ଓ ପ୍ଲେନ୍ ଉପରକୁ ତୀର ଦ୍ୱାରା ଆକ୍ରମଣ କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami