ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର

Above Post Content

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏହା ମାଧ୍ୟମରେ ରୋଜଗାର ନଷ୍ଟ ହୋଇଯାଇଛି ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ ହୋଇଯାଇଛି । ସେ ବିମୁଦ୍ରୀକରଣକୁ ଏକ ଅସ୍ତ୍ର ବୋଲି କହିଥିଲେ, ଯାହା ମାଧ୍ୟମରେ ମୋଦୀଙ୍କ ପରମ ମିତ୍ରଙ୍କ ବ୍ୟାଗ ଭରାଯାଇଥିଲା ଏବଂ ତାଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରାଯାଇଥିଲା । ବିମୁଦ୍ରୀକରଣର ସାତ ବର୍ଷ ପୁରିଛି । ନଭେମ୍ବର ୮, ୨୦୧୬ ରେ ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ ।

ଲୋକଙ୍କ ପକେଟ କାଟିବା ପାଇଁ ଏହା ଥିଲା ଅସ୍ତ୍ର

After 2nd paragraph post ads
Middle post content

ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ‘ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର । ଚାକିରି ନଷ୍ଟ କରିବାକୁ, ଶ୍ରମିକଙ୍କ ଆୟ ବନ୍ଦ କରିବାକୁ, ଛୋଟ ବ୍ୟବସାୟକୁ ନଷ୍ଟ କରିବାକୁ, କୃଷକଙ୍କୁ କ୍ଷତି ପହଞ୍ଚାଇବାକୁ ଏବଂ ଅସଂଗଠିତ ଅର୍ଥନୀତିକୁ ଭାଙ୍ଗିବାକୁ ବିମୂଦୀକରଣ କରାଯାଇଛି । ୯୯ ପ୍ରତିଶତ ସାଧାରଣ ଭାରତୀୟଙ୍କ ଉପରେ ଏହା ହେଉଛି ଆକ୍ରମଣ । ୧ପ୍ରତିଶତ ପୁଞ୍ଜିପତି ମୋଦୀ ‘ବନ୍ଧୁ’ଙ୍କ ପାଇଁ ଏହି ବିମୂଦ୍ରୀକରଣ ଲାଭଦାୟକ । ମୋଦିଙ୍କୁ ରାହୁଲ କଟାକ୍ଷ କରି କହିଛନ୍ତି ଲୋକଙ୍କ ପକେଟ କାଟିବା ପାଇଁ ଏହା ଏକ ଅସ୍ତ୍ର ଥିଲା – ଆଉ ନିଜର ସର୍ବୋତ୍ତମ ବନ୍ଧୁଙ୍କ ବ୍ୟାଗ ଭରିବା ପାଇଁ ଏହା ଏକ ମାଧ୍ୟମ ଥିଲା ।ଯାହାଦ୍ୱାରା ତାଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରାଯାଇଥିଲା । ନଭେମ୍ବର ୮, ୨୦୧୬ ରେ ରାତି ୮ ଟାରେ ଦେଶକୁ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ରାତି ୧୨ ଟାରୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଆଉ ପ୍ରଚାର ହେବ ନାହିଁ । ସେ ଏହି ନୋଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଗଲା । ଏହା ପରେ, ଯେଉଁମାନଙ୍କର ୫୦୦-୧୦୦୦ ଟଙ୍କା ନୋଟ୍ ଥିଲା ସେମାନେ ମଧ୍ୟ ଜମା କରିବାର ବିକଳ୍ପ ପାଇଲେ । ସେହି ସମୟରେ ଲୋକମାନେ ନୋଟ୍ ଜମା କରିବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା ।ରାତି ରାତି ପର୍ଯ୍ୟନ୍ତ ଏଟିଏମ୍ ବାହାରେ ମଧ୍ୟ ଲମ୍ବା ଲାଇନ ଲାଗୁଥିଲା ।

କଳା ଟଙ୍କା ଦୂର ହେବା ଥିଲା ଲକ୍ଷ୍ୟ

ସରକାର କହିଥିଲେ ଯେ ବିମୁଦ୍ରୀକରଣ ଘୋଷଣା କରାଯାଇଛି ଯାହା ଦ୍ୱାରା କଳା ଟଙ୍କା ଦୂର ହୋଇପାରିବ । ତାଙ୍କ ପକ୍ଷରୁ ଏହା ମଧ୍ୟ ଯୁକ୍ତି କରାଯାଇଥିଲା ଯେ ବିମୁଦ୍ରୀକରଣ ହେତୁ ଲୋକଙ୍କ ଦେୟ ଧାରା ନଗଦରୁ ଡିଜିଟାଲକୁ ବଦଳିଯିବ । ଏହି ପଦକ୍ଷେପକୁ କଂଗ୍ରେସ ସମାଲୋଚନା କରିଥିଲା । କଂଗ୍ରେସ କହିଥିଲା ଯେ ଏହି କାରଣରୁ ଅର୍ଥନୀତି କ୍ଷତିଗ୍ରସ୍ତ ହେବ । ରାହୁଲ ଗାନ୍ଧୀ ମଧ୍ୟ ଏହାର ପୁନରାବୃତ୍ତି କରୁଛନ୍ତି । ସେ କହିଛନ୍ତି ଯେ ଏହା ମାଧ୍ୟମରେ କିଛି ବିଶେଷ ଲୋକଙ୍କୁ ସାହାଯ୍ୟ ଯୋଗାଇବାକୁ ଚେଷ୍ଟା କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami