ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାସମର : ଦେଖିବାକୁ ମିଳିବ କଡ଼ା ଟକ୍କର

Above Post Content

ଅହମ୍ମଦାବାଦ: ଆଜି ବିଶ୍ୱକପ୍ ଫାଇନାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏଥିଲାଗି ବିଶ୍ୱର ସର୍ବବୃହତ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପୁରା ପ୍ରସ୍ତୁତ । ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ । ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତ ସବୁଠୁ ଅଧିକ ପସନ୍ଦର ଦଳ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଆଉ ପଛକୁ ଚାହି ନାହିଁ । କିନ୍ତୁ ଭାରତ ଏବେ ଯେଉଁ ଲୟ ଦେଇ ଗତି କରୁଛି, ଏହି ଦଳକୁ ରୋକିବା ଅଷ୍ଟ୍ରେଲିଆ ପାଇଁ ସହଜ ହେବ ନାହିଁ । ଏବେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରିବାକୁ ଭାରତୀୟ ଦଳ ପୂରା ଶକ୍ତି ଲଗାଇ ଦେଇଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ନିଜକୁ ପୁରା ପ୍ରସ୍ତୁତ କରିଛି ।

Middle post content

ତୃତୀୟ ଟାଇଟଲ୍ ଲକ୍ଷ୍ୟରେ ଭାରତ

After 2nd paragraph post ads

ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ ଟୁର୍ଣ୍ଣାମେଣ୍ଟରେ ଏଯାବତ୍ ଅପରାଜେୟ ଥିବା ଭାରତ ୨୦୦୩ ପରାଜୟର ପ୍ରତିଶୋଧ ସହ ତୃତୀୟ ବିଶ୍ୱକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆର ନଜର ରହିବ ରେକର୍ଡ ଷଷ୍ଠ ଟ୍ରଫି ଉପରେ । ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ସେହିପରି ଭାରତର ଏହା ଚତୁର୍ଥ ଫାଇନାଲ୍ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ପୂର୍ବରୁ ବିଶ୍ୱକପ୍ (୨୦୧୧) ଜିତି ସାରିଥିବାବେଳେ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବ । ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ୨୦୦୭ ଟି୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଏହା ତାଙ୍କର ପ୍ରଥମ ଫାଇନାଲ । ତେଣୁ ରବିବାର ଏକ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ଭାରତରେ କ୍ରିକେଟରମାନେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ଭରସାକୁ ବଜାୟ ରଖିବେ । ୧୯୮୩ରେ କପିଳ ଦେବ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ପରେ ତୃତୀୟ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନିକଟରେ ବିଶ୍ୱକପ୍ ଟ୍ରଫି ଉଠାଇବାର ସୁଯୋଗ ରହିଛି ।ଚଳିତ ବିଶ୍ୱକପରେ ରୋହିତଙ୍କ ନେତୃତ୍ୱରେ ଭାରତ ୧୦ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ବିଶ୍ୱକପରେ ସର୍ବାଧିକ କ୍ରମାଗତ ବିଜୟ ରେକର୍ଡ ଅଷ୍ଟ୍ରେଲିଆ(୨୦୦୩ ଓ ୨୦୦୭) ନାମରେ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami