ବିଏମ୍‌ସି ଅଭିଯୋଗ ଆଧାରରେ ମାମଲା ରୁଜୁ

Above Post Content

ନୂଆଦିଲ୍ଲୀ: ସରକାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଗୁରୁବାର ଦିନ ଗୋଟିଏ ପୋଲର କିଛି ଅଂଶ ଉଦ୍‌ଘାଟନ କରିଥିବାରୁ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଆଦିତ୍ୟ ଠାକ୍‌ରେଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି । ରିପୋର୍ଟ ଅନୁସାରେ, ଔପଚାରିକ ଅନୁମତି ବିନା ଗୁରୁବାର ରାତିରେ ଲୋୟର ପାରେଲ୍‌ସ୍ଥିତ ଡିଲାଇଲ୍ ସେତୁର ଦ୍ୱିତୀୟ ‘କ୍ୟାରେଜ୍‌ୱେ’ ଉଦ୍‌ଘାଟନ କରିଥିବାରୁ ‘ବୃହନ୍ ମୁମ୍ବାଇ ମୁନିସ୍‌ପାଲ୍ କର୍ପୋରେସନ୍‌’ବିଏମ୍‌ସି ଅଭିଯୋଗ ଆଧାରରେ ଠାକ୍‌ରେଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Middle post content

ବିନା ଅନୁମତିରେ ଉଦଘାଟନ କରିଥିଲେ ପୋଲ

After 2nd paragraph post ads

ଏଯାବତ୍ ଉକ୍ତ ସେତୁ ନିର୍ମାଣ ଶେଷ ହୋଇନାହିଁ ଏବଂ ଚଳାଚଳ ପାଇଁ ନିରାପଦ ବୋଲି ସାର୍ଟିଫିକେଟ୍ ମିଳି ନ ଥିବାରୁ ଉଦ୍‌ଘାଟନ କାର୍ଯ୍ୟକୁ ବେଆଇନ ବୋଲି ‘ବିଏମ୍‌ସି’ ବିଚାର କରିଛି । ପୂର୍ଣ୍ଣାଙ୍ଗ ହୋଇ ନ ଥିବା ଉକ୍ତ ସେତୁରେ ଯାନବାହନ ଚାଳକଙ୍କ ପ୍ରତି ବିପଦ ଆଶଙ୍କା ରହିଛି ବୋଲି ‘ବିଏମ୍‌ସି’ ଚିନ୍ତା ବ୍ୟକ୍ତ କରିଛି ।ଉକ୍ତ ସେତୁ ଉଦ୍‌ଘାଟନ କରିଥିବାରୁ ଆଦିତ୍ୟ ଠାକ୍‌ରେଙ୍କ ସହିତ ସିନ୍ଦ୍ ଓ ସଚିନ ଆର୍ହିଙ୍କ ନାଁରେ ‘ଆଇପିସି’ ଧାରା ୧୪୩, ୧୪୯, ୩୩୬ ଓ ୪୪୭ ଅନୁଯାୟୀ ‘ଏଫ୍‌ଆଇଆର’ ଦିଆଯାଇଥିଲା ।ସୂଚନାଯୋଗ୍ୟ, ଦକ୍ଷିଣ ମୁମ୍ବାଇ ଓ ଲୋୟର ପାରେଲ୍‌କୁ ସଂଯୁକ୍ତ କରୁଥିବା ଡିଲାଇଲ୍ ସେତୁର କିଛି ଅଂଶ ଗତ ଜୁନ୍ ମାସରେ ଉନ୍ମୁକ୍ତ କରାଯାଇଥିଲା । ତା’ଛଡ଼ା, କ୍ୟୁରି ରୋଡ୍‌ରୁ ଲୋୟର ପାରେଲ୍ ସହିତ ସଂଯୁକ୍ତ କରୁଥିବା ସେତୁର ଆଉ ଗୋଟାଏ ଅଂଶକୁ ଗତ ସେପ୍ଟେମ୍ବର ମାସରେ ସର୍ବସାଧାରଣଙ୍କ ଲାଗି ଖୋଲା ଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami