![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି । ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ପ୍ରବଳ ଖରାଯୋଗୁ ପୂର୍ବାହ୍ନ ୧୦ଟା ପରେ ରାସ୍ତାଘାଟ ଶୂନ୍ଶାନ ହୋଇଯାଉଛି । ଫଳରେ ଲୋକେ ଡ଼ହଳ ବିକଳ ହେଉଛନ୍ତି । ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ । ତେଣୁ ପ୍ରବଳ ଖରାକୁ ଦୃଷ୍ଟରେ ରଖି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଶ୍ରମିକଙ୍କୁ ଏହି ସମୟ ଭିତରେ କେହି କାମ କରାଇଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଘରୁ ନ ବାହାରିବାକୁ ପରାମର୍ଶ ଦେଲା ଏସ୍ଆରସି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଜାରି ହେଲା ନିର୍ଦ୍ଦେଶ । ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣି ପାଗ କେନ୍ଦ୍ର ସତର୍କ କରାଇଛି । ଖରାର ପିକ ଆୱାର ଦିନ ୧୧ରୁ ୩ଟା ଯାଏ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର । ୧୫ତାରିଖରେ ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଟକ ସତର୍କତା ଜାରି କରାଯାଇଛି । ସେହିଭଳି ୧୬ ତାରିଖ ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢ଼େଙ୍କାନାଳ, ନୟାଗଡ଼ ଓ ୧୭ ତାରିଖ ପାଇଁ ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ, ଖୋର୍ଦ୍ଧା ପାଇଁ ଆଲର୍ଟ ଜାରି କରାଯାଇଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)