ମଇଦାନରେ ପୁଣି ଭାଗ୍ୟ ପରୀକ୍ଷା କରିବେ ଗୋବିନ୍ଦା

Above Post Content

ମୁମ୍ବାଇ: ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା । ସେ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗିଲା ରାଜା’ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳୁନାହିଁ । ହେଲେ ଛୋଟ ପରଦାରେ ଅନେକ ରିୟଲିଟି ଶୋରେ ନଜର ଆସୁଛନ୍ତି ଗୋବିନ୍ଦା । ଏବେ ଖବର ଆସୁଛି ଯେ ସେ ରାଜନୀତିରେ ପୁଣିଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ପୂର୍ବରୁ ରାଜନୀତିର ସ୍ୱାଦ ଚାଖି ସାରିଛନ୍ତି । ବର୍ତ୍ତମାନ ସେ ପୁଣି ଥରେ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଚର୍ଚ୍ଚା ହେଉଛି ।

Middle post content

ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକ ସଭା ଆସନରୁ ଲଢିପାରନ୍ତି ଗୋବିନ୍ଦା

After 2nd paragraph post ads

ଛୋଟେ ମିଆଁ ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଚଳିତ ବର୍ଷ ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକ ସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହଯୋଗୀ ଦଳ ଶିବସେନା ଟିକେଟରେ ନିର୍ବାଚନ ଲଢିବେ ଛୋଟେ ମିଆଁ । ତେବେ ଗୋବିନ୍ଦା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ବିଶେଷ ସୂତ୍ରର ରିପୋର୍ଟ ଅନୁଯାୟୀ, ଗୋବିନ୍ଦା ଟିକେଟ ଅଫର ପାଇଛନ୍ତି କିନ୍ତୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ଗୋଟେ କି ଦୁଇ ଦିନ ମଧ୍ୟରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ସେ ୨୦୦୪ରେ ଉତ୍ତର ମୁମ୍ବାଇ ଲୋକ ସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଭାଜପା ଭେଟେରାନ ରାମ ନାୟକଙ୍କୁ ପରାସ୍ତ କରିଥିଲେ । ଦୀର୍ଘ ଦିନ ଧରି ଏହା ଭାଜପାର ଏକ ଗଡ଼ ଭାବରେ ପରିଗଣିତ ହେଉଥିଲା । ରାମ ନାଏକ ଏଠାରୁ ପାଞ୍ଚ ଥର ଏମପି ଥିଲେ । ଏଭଳି ପରିସ୍ଥିତିରେ ଗୋବିନ୍ଦା ଜିତିବା ଏହା ଏକ ବଡ ପରିବର୍ତ୍ତନ ବୋଲି ପ୍ରମାଣିତ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami