ପୁଣି ଚର୍ଚ୍ଚାରେ ସିଦ୍ଧାନ୍ତ, ବ୍ରହ୍ମପୁରରେ କଂଗ୍ରେସରୁ ଲଢିବେ

Above Post Content

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ବିଶେଷ କରି ଲୋକସଭା କ୍ଷେତ୍ର ଗୁଡିକରୁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେନେଇ ଚାଲିଛି ଅଙ୍କକଷା । ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇନି, କିନ୍ତୁ ଚର୍ଚ୍ଚା ଦିନକୁ ଦିନ ବଢିବାରେ ଲାଗୁଛି । ଏହାରି ଭିତରେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି ରାଜ୍ୟ କଂଗ୍ରେସର ଏକ ସମ୍ଭାବ୍ୟ ଲୋକସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା । ବିଶେଷ କରି ଗଞ୍ଜାମ ଜିଲ୍ଲା ଉପରେ ରହିଛି ରାଜ୍ୟର ସବୁ ଦଳର ଫୋକସ । ୨ ଟି ଲୋକସଭା ଆସନ ବ୍ରହ୍ମପୁର ଓ ଆସିକାରେ ପ୍ରମୁଖ ଦଳ ଗୁଡିକରୁ କିଏ ଟିକେଟ୍ ପାଇବେ ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ । ହେଲେ କଂଗ୍ରେସ ଟିକେଟ୍‌ରୁ ବ୍ରହ୍ମପୁରର ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ମୈଦାନ୍‌କୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।

Middle post content

ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍ ଦେବା ନେଇ ଚର୍ଚ୍ଚା

After 2nd paragraph post ads

ଭାଇରାଲ ହେଉଥିବା ଏକ ଚିଠିରେ ବ୍ରହ୍ମପୁରରୁ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ରହିଛି । ସମ୍ପ୍ରତି ବିଜୁ ଜନତା ଦଳରେ ରହିଛନ୍ତି ସିଦ୍ଧାନ୍ତ । କିନ୍ତୁ ଦଳୀୟ କାର୍ଯ୍ୟରେ ତାଙ୍କର ଯୋଗଦାନ ଦେଖିବାକୁ ମିଳୁନାହିଁ । ପ୍ରଥମେ ୨୦୦୯ ରେ ବିଜେଡିରୁ ଟିକେଟ୍ ପାଇଁ ୩ ଲକ୍ଷ ୧୯ ହଜାରରୁ ଉର୍ଦ୍ଧ ଭୋଟ ହାତେଇ ଜିତିଥିଲେ ସିଦ୍ଧାନ୍ତ । ପରେ ପୁଣି ୨୦୧୪ରେ ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ରିପିଟ୍ କରିଥିଲା ବିଜୁ ଜନତା ଦଳ । ସେହିଥର ବି ୩ ଲକ୍ଷ ୯୮ ହଜାର ରୁ ଅଧିକ ଭୋଟ ପାଇ ବିଜୟର ଟୀକା ପିନ୍ଧିଥିଲେ ଏହି ଓଡ଼ିଆ ସିନେ ଅଭିନେତା । ତେବେ କଂଗ୍ରେସ ରୁ ସିଦ୍ଧାନ୍ତ ସହ ଫାଇଟ୍ କରି ହାରିଥିବା ଚନ୍ଦ୍ର ଶେଖର ସାହୁ ବିଜେଡି ରେ ସାମିଲ ହେବା ପରେ ୨୦୧୯ ରେ ତାଙ୍କୁ ଦଳୀୟ ଟିକେଟ୍ ମିଳିଥିଲା । ଆଉ ହଟିଯାଇଥିଲେ ସିନେ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର । ଆଉ ତା ପରଠୁ ସିଦ୍ଧାନ୍ତଙ୍କୁ ରାଜନୀତି ମୈଦାନ୍ କିମ୍ବା ଦଳର କୌଣସି କାର୍ଯ୍ୟରେ ଦେଖିବାକୁ ମିଳୁନାହିଁ । ନିକଟରେ, ସିଦ୍ଧାନ୍ତ ପୁଣି ବ୍ରହ୍ମପୁର ଓ ଗୋପାଳପୁର କିଛି ଅଂଚଳ ଗସ୍ତ କରି ଚର୍ଚ୍ଚା କୁ ଆସିଥିଲେ । ଏବେ କୁହାଯାଉଛି, ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ୍ ଦେବାକୁ କଂଗ୍ରେସ କୁଆଡେ ପ୍ରସ୍ତୁତ ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami