ରାଜ୍ୟରେ ବୁଡ଼ି ବୁଡ଼ି ଯାଉଥିବା ଦଳର ଶରଣ ପଶିବେ ହାରୁ ବ୍ରାଣ୍ଡ୍ ନେତା !

Above Post Content

ଭୁବନେଶ୍ୱର: ବିଜେପିରେ ଥାଇ ବି ନଥିଲା ଭଳି ସ୍ଥିତି ଯୋଗୁ ଏବେ କଂଗ୍ରେସ ଆଡ଼କୁ ମୁହାଇଁଛନ୍ତି ରାଜ୍ୟ ରାଜନୀତିର ଏକଦା ହାର୍ଡକୋର୍ ଅଣକଂଗ୍ରେସୀ ନେତା ବିଜୟ ମହାପାତ୍ର । ରାଜ୍ୟ ପଲିଟିକାଲ୍ କରିଡରର ଚର୍ଚ୍ଚା ଅନୁସାରେ, ବିଜୟ ମହାପାତ୍ର ନିଜର କିଛି ଖାସ୍ ପୂର୍ବତନ ରାଜନୀତିକ ସହଯୋଗୀଙ୍କୁ ହାତ ପାର୍ଟିରେ ଥଇଥାନ୍ କରାଇ ସାରିଲେଣି, ଆଉ କିଛିଙ୍କୁ ଶୀଘ୍ର ଏଣ୍ଟ୍ରି କରାଇବା ପରେ ନିଜେ କଂଗ୍ରେସ ଭବନକୁ ଜମ୍ପ ମାରିବେ । ବିଜୟ ମହାପାତ୍ରଙ୍କ ହାତ ପାର୍ଟିକୁ ସମ୍ଭାବ୍ୟ ପ୍ରବେଶ ଚର୍ଚ୍ଚା ଅବଶ୍ୟ ନୂଆ ନୁହେଁ । ନିର୍ଦ୍ଦିଷ୍ଟ ସୂତ୍ରର ତଥ୍ୟ ଅନୁସାରେ, ଢେର କେତେ ବର୍ଷ ତଳେ ଦିଗବିଜୟ ସିଂହ ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ଥିବାବେଳେ ସ୍ୱର୍ଗତଃ ଲୁଲୁ ମହାପାତ୍ରଙ୍କ ଜରିଆରେ ବିଜୟଙ୍କୁ କଂଗ୍ରେସ ଆସିବାକୁ ଅଫର୍ ଦେଇଥିଲେ । ସେତେବେଳେ ଏହି ଅଫରକୁ କିନ୍ତୁ ବିଜୟ ଗ୍ରହଣ କରି ନଥିଲେ । ଏପରିକି କଂଗ୍ରେସକୁ ଆସି ସେ ତାଙ୍କ ନିଜସ୍ୱ ସତ୍ତା ହରାଇବାକୁ ଚାହାଁନ୍ତି ନାହିଁ ବୋଲି ସେବେ ସଂକେତ ଦେଇଥିବା କୁହାଯାଉଛି ।

Middle post content

ରାଜନୀତିକ ସତ୍ତା ବଂଚାଇବାକୁ ହାତ ପାର୍ଟିକୁ ଶେଷ ଭରସା କରିବେ ବିଜୟ !

After 2nd paragraph post ads

ଏବେ କିନ୍ତୁ ସେକାଳ ପଖାଳ ଆଉ ନାହିଁ । ବିଜୟ ମହାପାତ୍ରଙ୍କ ପୁରୁଣା ଦମ୍ଭ ଏବେ ଦୋହଲି ଯାଇଛି । କିନ୍ତୁ ବଡ଼ କଥା ହେଉଛି, ସେତେବେଳେ କଂଗ୍ରେସର ଜାତୀୟ ଓ ରାଜ୍ୟରେ ସ୍ଥିତି ବର୍ତ୍ତମାନ ଅବସ୍ଥାଠାରୁ ଢେର ଭଲ ଥିଲା । ଏବେ ଦଳ ରାଜ୍ୟରେ ବୁଡ଼ି ବୁଡ଼ି ଯାଉଥିବାବେଳେ ସାରା ରାଜ୍ୟରେ ଚେର ଏକଦମ୍ ଦୁର୍ବଳ ଅବସ୍ଥାରେ ରହିଛି । ଏଭଳି ସ୍ଥିତିରେ କିନ୍ତୁ କଂଗ୍ରେସ ଶରଣ ବିନା ବିଜୟଙ୍କ ପାଖରେ ଆଉ କିଛି ବି ବିକଳ୍ପ ନଥିବାରୁ ଦଳର ଶୋଚନୀୟ ଅବସ୍ଥାରେ ବି ସେ ହାତ ପାର୍ଟିକୁ ଭରସା କରିଛନ୍ତି । କାରଣ ତାଙ୍କ ରାଜନୀତିକ ସତ୍ତାକୁ ବଂଚାଇବାକୁ ସେ ତାଙ୍କ ସର୍ବଶେଷ ଯୋଜନା କରିଛନ୍ତି । ଯୋଜନା ଅନୁସାରେ, ବିଜୟ ଓ ତାଙ୍କ ପୁଅ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ଆସନରେ ହାତ ଦଳରୁ ୨୪ ନିର୍ବାଚନ ଲଢ଼ିବେ । ଆଉ କିଛି ସମର୍ଥକ ବି ହାତ ଦଳରୁ ଟିକେଟ୍ ପାଇବେ । କିନ୍ତୁ ଏତେ ସପନକୁ ରାତି ନଥିବା ନ୍ୟାୟରେ ରାଜ୍ୟ ତୃଣମୂଳ ସ୍ତରରେ ଚେର ଦୋହଲି ଯାଇଥିବା ହାତ ପାର୍ଟି ବିଜୟଙ୍କ ରାଜନୀତିକ ସତ୍ତା ବଂଚାଇବାରେ କେତେ ସଫଳ ହେବ, ତାହା ତ ଭିନ୍ନ କଥା କିନ୍ତୁ ବଡ଼ କଥା ହେଉଛି, କଂଗ୍ରେସରେ ତାଙ୍କୁ ନିଜ ଚାଲ୍ ଖେଳିବାର ସୁଯୋଗ ମିଳିବ ତ ?

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami