![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଆଜିକାଲି ଲୋକମାନେ ଘର ଭଡା ଦେଇ ଭଲ ଦି ପଇସା ରୋଜଗାର କରୁଛନ୍ତି । କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତେବେ ବେଳେବେଳେ ଘର ଭଡାକୁ ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ହେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠି ଭଡାଟିଆ ଘର ଭଡା ନ ଦେବାରୁ ଘର ମାଲିକ କରତରେ କବାଟକୁ କାଟି ଦେଇଛନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଭଡ଼ାଟିଆ ଘରର ତାଲା କରିଦେଇଥିଲେ ପରିବର୍ତ୍ତନ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଘର ମାଲିକ ସାମୁଏଲ ଲିଡସ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଭଡା ଦେଇଥିଲେ । କିନ୍ତୁ ସେ ବହୁ ମାସ ଧରି ତାଙ୍କୁ ଘରଭଡା ଦେଉ ନ ଥିଲେ । ସାମୁଏଲ ଭଡ଼ା ଟଙ୍କା ମାଗିଥିଲେ ବି ସେ ଦେଇ ନ ଥିଲେ । ଯେଉଁଥିପାଇଁ ସାମୁଏଲ ରାଗିଯାଇ ଭଡାଟିଆଙ୍କୁ ଅନେକ ଥର ଘର ଖାଲି କରିବାକୁ କହିଥିଲେ । ହେଲେ ଭଡାଟିଆ ଜଣକ କିଛି ଶୁଣିି ନ ଥିଲେ । ପରେ ବ୍ୟକ୍ତିଜଣକ ସାମୁଏଲଙ୍କୁ ନ ଜଣାଇ ଘରର ତାଲା ବଦଳାଇ ଦେଇଥିଲେ । ଏଭଳି ପରିସ୍ଥିତିରେ ସାମୁଏଲ ରାଗିଯାଇ ଏକ କରତ ଦ୍ୱାରା ଘରର କବାଟ କାଟି ଦେଇଥିଲେ । ଯାହାର ଭିଡିଓ ସେ ନିଜେ ହିଁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହାପରେ, ସାମୁଏଲ ପୋଲିସକୁ ଘରକୁ ଡାକିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା କ’ଣ ଜାଣିବା ପରେ ଭଡାଟିଆଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)