ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲା ଇଡି

Above Post Content

ନୂଆଦିଲ୍ଲୀ: ଥରେ କି ଦୁଇଥର ନୁହେଁ, ୫ ଥର ଇଡ଼ିର ନୋଟିସକୁ ଅଣଦେଖା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେଣୁ ତାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମନି ଲଣ୍ଡରିଂ ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ଥ ହୋଇଛି ତଦନ୍ତକାରୀ ସଂସ୍ଥା । ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଏହି ମାମଲାର ଶୁଣାଣି କରିବେ ।

Middle post content

ପାଞ୍ଚ ଥର ନୋଟିସ ପରେ ହୋଇନାହାନ୍ତି ହାଜର

After 2nd paragraph post ads

ତେବେ ତାଙ୍କୁ ଗିରଫ କରିବା ପାଇଁ ଇଡିର ଏହା ବେଆଇନ ଉଦ୍ୟମ ବୋଲି କେଜ୍ରିୱାଲ ସମସ୍ତ ନୋଟିସକୁ ଏଡ଼ାଇ ଦେଇଥିବା କହିଛନ୍ତି । କେଜ୍ରିୱାଲ ଗତ ନଭେମ୍ବର ୨ ଓ ଡିସେମ୍ବର ୨୧, ଜାନୁୟାରୀ ୩, ଜାନୁଆରୀ ୧୮ ଏବଂ ଫେବୃଆରୀ ୨ ରେ ହଜାର ହେବା ପାଇଁ ଇଡି ସମନ କରିଥିଲେ । ହେଲେ ଏହିସବୁ ସମନକୁ କେଜ୍ରିୱାଲ ଏଡ଼ାଇ ଯାଇଛନ୍ତି । ଗତବର୍ଷ ସମାନ ମାମଲାରେ ପୂର୍ବରୁ ଏଏପି ଦଳର ଦୁଇ ନେତା ପୂର୍ବତ୍ତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଏମପି ସଞ୍ଜୟ ସିଂ ଙ୍କୁ ଜେରା କରିବା ପରେ ଇଡି ଗିରଫ କରିଛି । ଇଡି ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ମସିହାରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି କାର୍ଟେଲାଇଜେସନ୍ ଅନୁମତି ଦେଇଥିଲା । ପରେ ଏଥିପାଇଁ ଲାଞ୍ଚ ଦେଇଥିବା କେତେକ ଡିଲରଙ୍କୁ ଲାଇସେନ୍ସ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami