![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ପଶିଗଲା ଗୋଧି । କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ । ଗୋଧିକୁ ପଡ଼ିଆରେ ଦେଖି ଦର୍ଶକ ଓ ଖେଳାଳି ଆତଙ୍କିତ ହୋଇପଡ଼ିଥିଲେ । ଏଭଳି ଏକ ଅଜବ ଘଟଣା ଘଟିଛି କଲମ୍ବୋରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
Earlier snakes and now a monitor lizard.
– Sri Lanka is the home of uninvited guests on the field. 🥶pic.twitter.com/3uG8Hfs2L6
— Mufaddal Vohra (@mufaddal_vohra) February 3, 2024
କଲମ୍ବୋର ସିନହାଲେସ ସ୍ପୋର୍ଟସ କ୍ଲବରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିଲା । ଆଫଗାନିସ୍ତାନର ନିଜାତ ମାସୁଦ ବୋଲିଂ କରିବାକୁ ଯାଉଥିବା ବେଳେ ସାମ୍ନାରେ ଭେଟରାନ ଆଞ୍ଜେଲୋ ମାଥ୍ୟୁସ ରହିଥିଲେ । ମ୍ୟାଚ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଧି ପଡ଼ିଆ ଭିତରେ ପଶି ଯାଇଥିଲା । ଏହାର ଆକାର ବେଶ ବଡ଼ ଥିବାରୁ ଖେଳାଳି ଓ ଅମ୍ପାୟାର ସାମନ୍ୟ ଭୟଭୀତ ହୋଇ ଯାଇଥିଲେ । ଗୋଧିକୁ ଦେଖି ଅନ୍ୟ ଖେଳାଳିମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଥିଲେ । ସେମାନେ ମଧ୍ୟ ମ୍ୟାଚ୍ ଉପରେ ଫୋକସ କରି ପାରୁ ନଥିବା ଅଭିଯୋଗ କରିଥିଲେ । ତେଣୁ ଅମ୍ପାୟାର ଏହା ଜାଣିବା ପରେ ମ୍ୟାଚ୍କୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ । ଉକ୍ତ ଗୋଧିକୁ ତୁରନ୍ତ ପଡ଼ିଆ ବାହାରକୁ ନିଆଯାଇଥିଲା । ଏହାପରେ ଖେଳ ମଧ୍ୟ ଆରମ୍ଭ ହୋଇଥିଲା ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)