ରାଜସ୍ଥାନ ବିଜେପିରେ ‘ବସୁନ୍ଧରା ଯୁଗ’ର ଅନ୍ତ

Above Post Content

ରାଜସ୍ଥାନରେ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପ୍ରଥମ ଥର ପାଇଁ ସାନଗରରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ମୁହଁ ଭାବେ ବାଛିଛି । ଏହା ସହ ରାଜସ୍ଥାନ ବିଜେପିରେ ‘ବସୁନ୍ଧରା ଯୁଗ’ର ଅନ୍ତ ହୋଇଛି । ତେବେ ଏହି ନୂତନ ଅଧ୍ୟାୟ’ର ଆରମ୍ଭ ଟିକେଟ ବଣ୍ଟନଠାରୁ ହିଁ ଆରମ୍ଭ ହୋଇଥିଲା । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ରାଜନୀତିରେ ବସୁନ୍ଧରା ରାଜେ ରାଜ୍ ଉପରେ ପୂର୍ଣ୍ଣଛେଦ ଟାଣିବାକୁ ସେତିକିବେଳୁ ହିଁ ମନସ୍ଥିର କରିଥିଲେ । ଯାହାର ପରିଣାମ ଥିଲା ବସୁନ୍ଧରାଙ୍କ ପାଖ ଲୋକ କୁହାଯାଉଥିବା ବିଧାୟକ ଅଶୋକ ଲାହୌଟିଙ୍କ ଟିକେଟ କଟା । ଅଶୋକଙ୍କ ସହିତ ବସୁନ୍ଧରାଙ୍କ ଆହୁରି ଅନେକ ସମର୍ଥକଙ୍କ ଟିକେଟ୍ ମଧ୍ୟ କଟାଥିଲା । ସେତେବେଲେ ହିଁ ଆଲୋଚନା ହେଉଥିଲା ଯେ,ବିଜେପି ଏଥର ରାଜସ୍ଥାନର ନେତୃତ୍ୱରେ ପରିବର୍ତ୍ତନ ଆଣିବ କି? ଭଜନଲାଲ ମୁଖ୍ୟମନ୍ତ୍ରୀ ହେବା ପରେ ଏବେ ଆଲୋଚନା ହେଉଛି ଯେ, ବିଜେପି ବସୁନ୍ଧରାଙ୍କୁ ଡବଲ ଝଟକା ଦେଇଛି । ପ୍ରଥମଥର ଅଶୋକଙ୍କ ଟିକେଟ୍ କାଟି ଓ ଦ୍ୱିତୀୟ ଥର ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରି ।

ପ୍ରଥମ ଝଟକା

After 2nd paragraph post ads

ନିର୍ବାଚନ ପୂର୍ବରୁ ଟିକେଟ୍ ବଣ୍ଟନ ସମୟରେ ବସୁନ୍ଧରାଙ୍କୁ ବିଜେପି ଏକ ବଡ ଝଟକା ଦେଇଥିଲା । ତାଙ୍କର ଅନେକ ସମର୍ଥକଙ୍କ ଟିକେଟ୍ ଦଳ କାଟି ଦେଇଥିଲା । ଯେଉଁମାନଙ୍କ ମଧ୍ୟରେ ଥିଲେ ଅଶୋକ ଲାହୋଟି । ଅଶୋକଙ୍କ ସ୍ଥାନରେ ଦଳ ଭଜନଲାଲଙ୍କୁ ପ୍ରାର୍ଥୀ କରିଥିଲା । ଅଶୋକ ସାଂଗନେରର ସିଟିଂ ବିଧାୟକ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ନଦେଇ ଭଜନଲାଲଙ୍କୁ ଦେବା ସେତେବେଳେ ହଇଚଇ ସୃଷ୍ଟି କରିଥିଲା । ଏବେ ବସୁନ୍ଧରା ଏହାର କାରଣ ବୁଝି ପାରୁଥିବେ ।

Middle post content

ଦ୍ୱିତୀୟ ଝଟକା ଥିଲା ଭଜନଲ ଶର୍ମାଙ୍କୁ ସିଏମ୍ କରିବା

ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦର ମୁହଁ ନଥିଲେ । ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁନଥିଲା । କିନ୍ତୁ ରାଜେ ଭାବିଥିଲେ ଯେ,ନିଜ ପ୍ରଭାବ ଦ୍ୱାରା ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ଭଜନଲାଲଙ୍କୁ ଆଗକୁ ଆଣି ବିଜେପି ସ୍ପଷ୍ଟ କରିଦେଇଛି ଯେ,ତାଙ୍କ ଯୁଗର ଅନ୍ତ ଘଟିଛି । ଅଶୋକଙ୍କ ଟିକେଟ୍ କାଟି ଭଜନଲାଲଙ୍କୁ ପ୍ରାର୍ଥୀ କରିବା ଓ ପ୍ରଥମଥର ବିଧାୟକ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ରାଜେଙ୍କୁ ଦ୍ୱିତୀୟ ଝଟକା ଦେଇଛି ।

ଶେଷରେ ରାଜେ ହେଲେ ପ୍ରସ୍ତାବକ

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦୁଇଥର ଝଟକା ଦେବା ପରେ ବି ଅଟକି ନଥିଲେ ବିଜେପି ହାଇକମାଣ୍ଡ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ରଖିଥିବା ବସୁନ୍ଧରା ରାଜେଙ୍କୁ ଦଳ ଭଜନଲାଲଙ୍କ ନାମ ପ୍ରସ୍ତାବ ଦେବା ପାଇଁ କହିଥିଲା । ଏହା ରାଜେଙ୍କ ପାଇଁ କିଛି ବଡ଼ ଝଟକାଠାରୁ କମ ନଥିଲା । ବସୁନ୍ଧରାଙ୍କ ଦ୍ୱାରା ଭଜନଲାଲଙ୍କ ନାମ ଘୋଷଣା କରି ବିଜେପି ଏହି ମେସେଜ୍ ଦେବାକୁ ଚାହିଁଛି ଯେ,ଦଳରେ ସବୁକିଛି ଠିକ୍ ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami