ସାଂସଦ ପଦ ପରେ ଏବେ ପୁଣି ହାତରୁ ଯିବ ସରକାରୀ ବଙ୍ଗଳା

Above Post Content

ନୂଆଦିଲ୍ଲୀ: ଟିଏମସି ନେତ୍ରୀ ତଥା ସାଂସଦ ମହୁଆ ମୈତ୍ରଙ୍କ ସମସ୍ୟା ପିଛା ଛାଡିବାରେ ନାଁ ନେଉନି । ସାଂସଦ ପଦ ପରେ ଖୁବ ଶୀଘ୍ର ହାତରୁ ଯିବ ସରକାରୀ ବାସଭବନ । ସାଂସଦ ମହୁଆ ଏବେ ଦିଲ୍ଲୀରୁ କୋଲକାତା ସବୁଠି ଚର୍ଚ୍ଚାରେ । ନିକଟରେ ଲୋକସଭା ଏଥିକ୍ସ କମିଟିର ସୁପାରିଶ କ୍ରମେ ଟିଏମସି ସାଂସଦ ମହୁଆଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

୩୦ ଦିନରେ ଖାଲି କରିବେ ବଙ୍ଗଳା

After 2nd paragraph post ads
Middle post content

ଲୋକସଭାରୁ ବହିଷ୍କାର ହେବା ପରେ ଏବେ ୩୦ ଦିନ ମଧ୍ୟରେ ହିଁ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି । ମହୁଆଙ୍କ ବିରୋଧରେ ’କ୍ୟାସ୍ ଫର କ୍ୱେରି’ ଅଭିଯୋଗରେ ରିପୋର୍ଟ ଆସିବା ପରେ ଡିସେମ୍ବର ୮ରେ ସାଂସଦ ପଦ ରଦ୍ଦ କରାଯାଇଥିଲା । ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ନେଇ ଜଣାପଡିଛି । ୩୦ ଦିନ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ ହାଉସିଂ କମିଟି ତରଫରୁ ନୋଟିସ୍ ଜାରି କରାଯାଇଛି ।

ତାଙ୍କ ସହ ଅନ୍ୟାୟ ହୋଇଥିବା କହିଛନ୍ତି ମହୁଆ

ସଂସଦରେ ’କ୍ୟାସ୍ ର୍ଫ କ୍ୱେରି’ ଅଭିଯୋଗ ଆସିଥିଲା । ଏହା ସହ ରିପୋର୍ଟ ଅନୁଯାୟୀ ମହୁଆ ନିଜ ବ୍ୟବସାୟୀ ବନ୍ଧୁ ହିରାନନ୍ଦାନୀଙ୍କଠାରୁ ଟଙ୍କା ଏବଂ ମୂଲ୍ୟବାନ ଉପହାର ନେଇ ସଂସଦର ଲଗଇନ୍ ପାସୱାର୍ଡ ଓ ଆଇଡି ସେୟାର କରିଥିଲେ । ଅନ୍ୟପଟେ ଲୋକ ସଭାରୁ ବହିଷ୍କୃତ ହେବା ପରେ ମହୁଆ ସୋମବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କ ସହ ଅନ୍ୟାୟ ହୋଇଥିବା ନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ମହୁଆ । ତାଙ୍କୁ ଗୃହରେ ନିଜ ପକ୍ଷ ମଧ୍ୟ ରଖିବାକୁ ଦିଆଯାଇ ନ ଥିବା ବେଳେ ଏଥିକ୍ସ କମିଟି ଗୃହର ନିୟମ ଭଙ୍ଗ କରିଥିବା କହିଛନ୍ତି ଟିଏମଟି ନେତ୍ରୀ ମହୁଆ ମୈତ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami