ସତରେ କ’ଣ ହାଇଦ୍ରାବାଦ ନିଜାମ ଭାରତ-ପାକ୍ ଯୁଦ୍ଧ କାଳରେ ୫ ହଜାର କିଲୋ ସୁନା ଦାନ କରିଥିଲେ ?

Above Post Content

ଗୋଟିଏ ସମୟରେ ହାଇଦ୍ରାବାଦର ନିଜାମ ଉସମାନ୍ ଅଲ୍ଲି ଖାନ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେଇ ନିଜାମ ଯିଏ ପାକିସ୍ତାନରେ ନିଜ ରାଜ୍ୟକୁ ମିଶାଇବାକୁ ଚାହୁଁଥିଲେ । ଏମିତିକି ପାକିସ୍ତାନରେ ମିଶି ନପାରିଲେ ମଧ୍ୟ ସ୍ୱାଧୀନ ହୋଇ ରହିବାକୁ ଚାହୁଁଥିଲେ । ଏଥିପାଇଁ ସେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ । ସେହି ନିଜାମଙ୍କ ସମ୍ପତି ସେତେବେଳେ ବ୍ରିଟିଶ ମିଡିଆ ଅନୁସାରେ ଥିଲା ୨୩୬ ଶହ କୋଟି ଡଲାର ଆଜିକା ହିସାବରେ କେତେ ଲକ୍ଷ କୋଟି ଟଙ୍କା ତା’ ଆପଣ ହିସାବ କରନ୍ତୁ । ସେହି ନିଜାମ ପରେ ଭାରତ ପାକିସ୍ତାନ ଯୁଦ୍ଧ କାଳରେ ଭାରତ ସରକାରଙ୍କୁ ୫ ହଜାର କିଲୋ ସୁନା ଦାନ କରିଥିଲେ ବୋଲି ଶୁଣିବାକୁ ମିଳେ । ତେବେ ସତରେ କ’ଣ ନିଜାମ ଭାରତ ସରକାରଙ୍କୁ ୫ ହଜାର କିଲୋ ସୁନା ଦେଇଥିଲେ ?

୫ ହଜାର କିଲୋ ସୁନା କଥା କେଉଁଠୁ ଆସିଲା

After 2nd paragraph post ads

ନିଜାମ ଭାରତ ସରକାରଙ୍କୁ ୧୯୬୫ ଭାରତ-ପାକ୍ ଯୁଦ୍ଧ କାଳରେ ୫ ହଜାର କିଲୋ ସୁନା ଦେଇଥିଲେ ବୋଲି ଶୁଣିବାକୁ ମିଳେ । ସୋସିଆଲ ମିଡିଆ ଯୁଗରେ ମଝିରେ ମଝିରେ ଫେସବୁକ ଓ ହ୍ୱାଟସଅପରେ ଏହି କଥାକୁ ତଥ୍ୟ ଭାବେ ପରସା ଯାଏ । ତେବେ ସତ କ’ଣ ଥିଲା ?

Middle post content

ନିକଟରେ ଜଣେ ସାମ୍ବାଦିକ ସତ୍ୟତା ଜାଣିବାକୁ ପ୍ରଧାନମନ୍ତ୍ରୀ ଅଫିସକୁ ଆରଟିଆଇ ଜରିଆରେ ତଥ୍ୟ ମାଗିଥିଲେ ଜାତୀୟ ପ୍ରତିରକ୍ଷା କୋଷ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ଆସିଥାଏ ପିଏମଓ ପକ୍ଷରୁ ଉତ୍ତର ଦିଆଯାଇଥିଲା ଯେ, ଆମ ପାଖରେ ଏଭଳି କୌଣସି ତଥ୍ୟ ନାହିଁ । ବାସ୍ତବରେ ଦେଶରେ ସେସମୟରେ ଯୁଦ୍ଧ ପାଇଁ ସୃଷ୍ଟି ଆର୍ଥିକ ସଂକଟର ମୁକାବିଲା ପାଇଁ ଅକ୍ଟୋବର ୧୯୬୫ରେ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ପ୍ରତିରକ୍ଷା ସ୍ୱର୍ଣ୍ଣ ଋଣ ଯୋଜନାରେ ନିଜାମ ୪୨୫ କିଲୋ ବା ୪ ଲକ୍ଷ ୨୫ ହଜାର ଗ୍ରାମ ସୁନା ନିବେଶ କରିଥିଲେ । ଏଥିପାଇଁ ସରକାର ସେତେବେଳେ ବାର୍ଷିକ ୬.୫ ପ୍ରତିଶତ ସୁଧ ପାଉଥିଲେ୧୯୬୫ରେ ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ନିଜାମ ଭେଟିଥିଲେ । ମାତ୍ର କେଇ ମିନିଟର ଏହି ସାକ୍ଷାତକାର ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିରକ୍ଷା ଫଣ୍ଡରେ ନିବେଶ ପାଇଁ ଶୁଭେଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ପରେ ଏକ ଜନସଭାରେ କହିଥିଲେ ଯେ, ନିଜାମ ଦେଇଥିବା ସୁନାରେ ବହୁ ପୁରୁଣା ଯୁଗର ସ୍ୱର୍ଣ୍ଣ ମୁଦ୍ରା ରହିଛି । ଆମେ ତାକୁ ତରଳାଇବାକୁ ଚାହୁଁନାହୁଁ । ଅଧିକ ମୂଲ୍ୟ ପାଇଁ ଆମେ ସେହି ସ୍ୱର୍ଣ୍ଣମୁଦ୍ରା ସବୁକୁ ବିଦେଶ ପଠାଇଲେ ଏକ କୋଟି ଟଙ୍କା ମିଳିବ

ଖୋଦ ନିଜାମଙ୍କ ନାତି ଜାଣିନାହାନ୍ତି ଏହି ଗୁଜବ କେଉଁଠୁ ଆସିଲା

ଜାତୀୟ ପ୍ରତିରକ୍ଷା କୋଷରେ ସୁନା ନିବେଶର ଅନେକ ଲାଭ ମିଳୁଥିଲା । ଏଥିପାଇଁ କାହାକୁ ସୁନା କେଉଁଠୁ ଆସିଲା ପ୍ରଶ୍ନ ପଚରା ଯାଉନଥିଲା । ଏହା ସହିତ ଆୟକର ରିହାତି ଥିଲା । ତେଣୁ ନିଜାମ ସୁନା ନିବେଶ କରିଥିଲେ । କିନ୍ତୁ ପରେ ପ୍ରଚାର ହେଲା ଯେ, ନିଜାମ ୫ ହଜାର କିଲୋ ସୁନା ଦାନ କରିଦେଇଥିଲେ । ଖୋଦ ନିଜାମଙ୍କ ନାତି ମଧ୍ୟ କହିଛନ୍ତି ଯେ, ତାଙ୍କ ଜେଜେ କେବେ ସୁନା ଦେଲେ ଓ କେଉଁଠୁ ଏହି ଖବର ଆସିଲା ସେ ଜାଣି ନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami