ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା ବାତ୍ୟା..

Above Post Content

ଅକ୍ଟୋବର ମାସ ଓଡ଼ିଶାକୁ ଡରାଏ । କାରଣ ଏହି ମାସରେ ଆସିଥିଲା ଓଡ଼ିଶା ଇତିହାସର ସବୁଠାରୁ ବଡ ବାତ୍ୟା । ଯାହା ଇତିହାସରେ ସୁପର ସାଇକ୍ଲୋନ୍ ନାମରେ ପରିଚିତ । ଅକ୍ଟୋବର ମାସ ବା କାର୍ତ୍ତିକ ମାସକୁ ବାତ୍ୟାର ମାସ ବୋଲି କୁହାଯାଏ । କିନ୍ତୁ ମଝିରେ ମଝିରେ ନିର୍ଘାତ ଖରାଦିନେ ବି ବାତ୍ୟା ଆସିଛି । ଓଡ଼ିଶାର ଉପକୂଳକୁ ଛିନ୍ନଭିନ୍ନ କରିଛି । ଯେମିତି ମେ’ ମାସରେ ଆସିଥିବା ବାତ୍ୟା ଫନି । କିନ୍ତୁ ହୁଏତ ଆପଣ ଡିସେମ୍ବର ମାସରେ କେବେ ବାତ୍ୟା ଆସିଥିବା କଥା ଶୁଣିନଥିବେ । କାରଣ ଗଲା ଶହେ ବର୍ଷର ବାତ୍ୟା ରେକର୍ଡରେ ଡିସେମ୍ବରରେ କେବେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇଥିବାର ସୂଚନା ନାହିଁ । କିନ୍ତୁ ଚଳିତ ବର୍ଷ ଡିସେମ୍ବର ୪ ତାରିଖରେ ଓଡ଼ିଶା ଉପକୂଳରେ ଗୋଟିଏ ବାତ୍ୟା ମାଡ଼ ହେବାକୁ ଯାଉଛି । ଯାହାର ନାଁ ଜୱାଦ ବା ଜୋୱାଦ । ଆଉ ରେକର୍ଡ୍ ଅନୁସାରେ ଡିସେମ୍ବର ମାସରେ ୧୩୦ ବର୍ଷ ପରେ ବାତ୍ୟା ଓଡ଼ିଶା ଆସୁଛି ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୧୮୭୭-୨୦୦୫ ମସିହା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟା ବଢ଼ିଛି । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ ନଭେମ୍ବର ମାସ ମଧ୍ୟରେ ଆସିଥାଏ । ଆଉ ନଭେମ୍ବରରେ ଆସୁଥିବା ବାତ୍ୟାର ପ୍ରଭାବ ଅଧିକ । ଚଳିତଥର ନଭେମ୍ବର ନୁହେଁ ଡିସେମ୍ବର ସୃଷ୍ଟି ହୋଇଛି ବାତ୍ୟା । ତେବେ ଶୀତ ଦିନେ ଆସୁଥିବା ବାତ୍ୟା ହେବ କି ଅଧିକ ପ୍ରଳୟଙ୍କାରୀ ? ଏନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ତଥ୍ୟ କହୁଛି ବଙ୍ଗୋପସାଗରରେ ବର୍ଷକୁ ୫ରୁ ୬ଟି ବାତ୍ୟା ଆସିଥାଏ । ଅଧିକାଂଶ ବାତ୍ୟା ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ଓ ନଭେମ୍ବରରେ ହୋଇଥାଏ ।

After 2nd paragraph post ads
Middle post content

ତେବେ ୧୮୯୧ରୁ ୨୦୨୦ ମସିହା ମଧ୍ୟରେ ଡିସେମ୍ବର ମାସରେ ଗୋଟିଏ ମଧ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନି । ୧୩୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ଆସୁଛି ବାତ୍ୟା । ପୂର୍ବରୁ ୧୯୯୯ ମହାବାତ୍ୟା ସହ ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡହୁଡ୍, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ ପରେ ଓଡ଼ିଶା ସାମ୍ନା କରିବାକୁ ଯାଉଛି ବାତ୍ୟା ‘ଜୱାଦ’ ।

୧୩୦ ବର୍ଷ ମଧ୍ୟରେ ଡିସେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ଆସିନଥିବା ବେଳେ ଭାରତ ମହାସାଗର ଡିସେମ୍ବରରେ ଅନେକ ବାତ୍ୟା ଦେଖିଛି । ୧୯୬୪ ମସିହା ଡିସେମ୍ବରରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସିଥିବା ବାତ୍ୟା ରଚିଥିଲା ତାଣ୍ଡବଘଣ୍ଟାପ୍ରତି ୨୮୦ କିଲୋମିଟର ବେଗରେ ପବନ ବହିବା ସହ ହୋଇଥିଲା ତୁହାକୁ ତୁହା ବର୍ଷା । ସମୁଦ୍ରରେ ଆସିଥିଲା ଉଚ୍ଚ ଜଆର । ଡିସେମ୍ବର ୨୩ ବାତ୍ୟା ରାତିରେ ପାମ୍ବନରୁ-ଧନୁଷଖୋଡି ଯାଉଥିବା ଟ୍ରେନ୍ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ଭାସି ଯାଇଥିଲାଟ୍ରେନରେ ଥିବା ୧୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଡିସେମ୍ବରରେ ଆସୁଛି ବାତ୍ୟା, ଯାହା ସମସ୍ତଙ୍କ ମନରେ ସୃଷ୍ଟି କରିଛି ଭୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami