ରାଜନୀତି କରିବେ ଯୁବରାଜ-ଯୋଗରାଜ

Above Post Content

ନୂଆଦିଲ୍ଲୀ: ରାଜନୀତି ମଇଦାନକୁ ଓହ୍ଲାଇବେ ବାପପୁଅ । କ୍ରିକେଟ ଛାଡ଼ି ରାଜନୀତି କରିବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଓ ତାଙ୍କ ବାପା ଯୋଗରାଜ ସିଂ । ସେମାନେ ଆଗାମୀ ଲୋକସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ । ଏଥିସହିତ ଯୁବରାଜ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବେ ବୋଲି ଜଣାଯାଇଛି । ଆହୁରି ଜାଣିବାକୁ ମିଳିଛି ଯେ, ଯୁବରାଜ ଗୁରୁଦାସପୁର ଲୋକସଭା ଆସନରୁ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ବେଳେ ଯୋଗରାଜ ଆନନ୍ଦପୁର ସାହିବରୁ ନିର୍ବାଚନ ଲଢିପାରନ୍ତି । ଏନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।

ବିଜେପିରୁ ନୂଆ ଇନିଂସ ଆରମ୍ଭ କରିବେ ଯୁବରାଜ

After 2nd paragraph post ads
Middle post content

ପାଖେଇ ଆସୁଛି ଲୋକସଭା ନିର୍ବାଚନ-୨୦୨୪ । ଏଥି ନିମନ୍ତେ ପ୍ରସ୍ତୁତି ଲାଗି ହାତରେ ମାତ୍ର ଆଉ କିଛି ମାସ ବାକି । ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ବିଗୁଲ ବଜାଇ ସାରିଲେଣି । ଆଉ ନିଜନିଜ ପ୍ରସ୍ତୁତିରେ ଲାଗିପଡିଲେଣି । ଏବେ କେବଳ ଅପେକ୍ଷା ନିର୍ବାଚନ ଆୟୋଗଙ୍କ ଘୋଷଣାକୁ । ଏଥର କ୍ରିକେଟର ଯୁବରାଜ ସିଂହ ରାଜନୈତିକ ପିଚ୍‌ରେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଗୁରଦାସପୁର ଲୋକସଭା ଆସନରୁ ନୂଆ ଇନିଂସ ଆରମ୍ଭ କରିପାରନ୍ତି । ତେବେ କ୍ରିକେଟର ପଲିଟିସିଆନ ହେବା ଭାରତରେ କିଛି ନୂଆ କଥା ନୁହେଁ । ଯୁବରାଜଙ୍କ ପୂର୍ବରୁ ଅନେକ କ୍ରିକେଟର ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିସାରିଛନ୍ତି । ଏଥିରେ ଯୁବରାଜ ସିଂହ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡିଛି ।

ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି ଯୋଗରାଜ

ସେହିପରି କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କର ମଧ୍ୟ ରହିଛି । ସେ ମଧ୍ୟ ଚାହୁଁଛନ୍ତି ରାଜନୀତିରେ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ । ଏଥି ପାଇଁ ସେ ପୂର୍ବରୁ ଘୋଷଣା ମଧ୍ୟ କରିସାରିଛନ୍ତି । ସେ ଆନନ୍ଦପୁର ସାହିବରୁ ନିର୍ବାଚନ ଲଢିବା କଥା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଆନନ୍ଦପୁର ସାହିବ ଲୋକସଭା ଆସନରୁ କଂଗ୍ରେସ ସାଂସଦ ମନିଷ ତିୱାରୀ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଯୋଗରାଜ ସିଂହ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି ସେ କେଉଁ ପାର୍ଟିରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିବେ । ତେବେ ନିର୍ବାଚନ ପାଖେଇବା ସହ ଯୁବରାଜଙ୍କ ପିତାଙ୍କ ରାଜନୈତିକ କ୍ୟାରିୟର ସ୍ୱପ୍ନ ମଧ୍ୟ ଜଣାପଡିଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami