ପୁଣି ଚିନ୍ତା ବଢାଇଲାଣି କରୋନା : ଥଣ୍ଡା, ଜ୍ୱର, କାଶ ହେଲେ କରାନ୍ତୁ ଟେଷ୍ଟ

Above Post Content

ଭୁବନେଶ୍ୱର : ପୁଣି ଚିନ୍ତା ବଢ଼ାଇଲାଣି କରୋନା । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳରେ ଠାବ କରାଯାଇଛି । ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଏଯାବତ କର୍ନାଟକ ଓ କେରଳରେ ୨ ଜଣଙ୍କ ମୃତ୍ୟୁ ଘଟିଲାଣି । ତେଣୁ ଏହାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନ୍ୟାଚୁରାଲ । ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯିବ । କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ଆବଶ୍ୟକ ହେଲେ ରାଜ୍ୟ ଗାଇଡଲାଇନ ଜାରି କରିପାରୁ । ଥଣ୍ଡା, ଜ୍ୱର କାଶ ହେଲେ ଟେଷ୍ଟ କରି ନିଅନ୍ତୁ । ଗହଳି ସ୍ତାନରୁ ନିଜକୁ ଦୂରାଇ ରଖନ୍ତୁ ।

Middle post content

୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

After 2nd paragraph post ads

କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି । ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ହସ୍ପିଟାଲରେ ଚିକିତ୍ସା ହେଉ ନ ଥିବା ରୋଗୀଙ୍କ ସଂଖ୍ୟା୧,୬୩୪ କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ, ଜଣେ ବ୍ୟକ୍ତିଙ୍କର କେରଳରେ କରୋନା କାରଣରୁ ମୃତ୍ୟୁ ହୋଇଛି । ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ତିନି ବର୍ଷରେ ୭୨ ହଜାର ୫୩କୁ ବୃଦ୍ଧି ପାଇଲା । ଏହି ସମୟରେ, ମଧ୍ୟ ସରକାର ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଓ ନୂଆ ଭାରିଏଣ୍ଟ ଜେଏନ-୧ର ପ୍ରଥମ ସଂକ୍ରମଣକୁ ଦେଖି ସତର୍କ ରହିବାକୁ କହିଛନ୍ତି । କୋଭିଡ-୧୯ ଭାଇରସର ପ୍ରକୋପ ଜାରି ରହିଛି । ତେଣୁ, ଜନସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ସହିତ ମୁକାବିଲା କରିବା ପାଇଁ ସତର୍କ ରହିବା ଜରୁରୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami