ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ

Above Post Content

ହାଇଦ୍ରାବାଦ: ତେଲେଙ୍ଗାନାରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ତେଲେଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି । ତେଲେଙ୍ଗାନା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଏହାର ବୈଠକରେ ଏହି ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଛି ।

Middle post content

ବିଜୟରେ ଉତ୍ସାହିତ ହୋଇ କଂଗ୍ରେସ ନେତାମାନେ ଦେଇଛନ୍ତି ଏହି ପ୍ରସ୍ତାବ

After 2nd paragraph post ads

ନିକଟରେ ଅନୁଷ୍ଠିତ ପିଏସି ବୈଠକରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ ଏବଂ କଂଗ୍ରେସର ତେଲେଙ୍ଗାନା ବ୍ୟାପାର ଦାୟିତ୍ୱରେ ଥିବା ମାଣିକ ରାଓ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ତିନୋଟି ପ୍ରସ୍ତାବ ପାରିତ ହେବା ବ୍ୟତୀତ ଲୋକ ସଭା ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।ପିଏସି ବୈଠକ ପରେ ତେଲେଙ୍ଗାନାରେ ଦଳର ପିଏସି ସଂଯୋଜକ ସହବୀର ଅଲି କହିଛନ୍ତି, ଆମେ ସୋନିଆ ଗାନ୍ଧୀଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ତେଲଙ୍ଗାନାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରୁଛୁ । ଆମେ ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟ ଏଆଇସିସି ନେତୃତ୍ୱଙ୍କୁ ଏକ ପ୍ରସ୍ତାବ ପଠାଇଛୁ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami