ଇନ୍ଦିରାଙ୍କ ପୋଜରେ ରାହୁଲ, କ’ଣ ଇତିହାସ ନିଜକୁ ଦୋହରାଉଛି ?

Above Post Content

କଂଗ୍ରେସୀ ଆଜିକାଲି ସଡକ ଉପରେ ଅଛନ୍ତି । ବହୁଦିନ ପରେ କଂଗ୍ରସ କର୍ମୀଙ୍କୁ ଆକ୍ରାମକ ମୁଦ୍ରାରେ ଦେଖିବାକୁ ମିଳୁଛି । କାରଣ ହେଉଛି ଦଳର ପ୍ରଥମ ପରିବାର ଉପରେ ଆକ୍ରମଣ । କଂଗ୍ରସ ପାଇଁ ଗାନ୍ଧୀ ପରିବାର ହେଉଛି ପବିତ୍ର ପ୍ରତୀକ । ତେଣୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ନିରବ ରହି ଏସି ଷ୍ଟୁଡିଓରୁ ଟିପ୍ପଣୀ କରୁଥିବା କଂଗ୍ରେସର ବଡ଼ପଣ୍ଡା ଏବେ ରାଜରାସ୍ତା ଉପରେ ଝାଳ ବୁହାଉଛନ୍ତିଧାରଣାରେ ବସିବା ନେତାଙ୍କ ମଧ୍ୟରେ ଅଛନ୍ତି ଖୋଦ ରାହୁଲ ଗାନ୍ଧୀ । କାରଣ ହେଉଛି ରାହୁଲ ଓ ମା’ ସୋନିଆଙ୍କୁ ନ୍ୟାସନାଲ ହେରାଲ୍ଡ୍ ମାମଲାରେ ଇଡ଼ି ଜେରା ।

ମଙ୍ଗଳବାର ଦିନ ଇଡି଼ ଜେରା ବିରୋଧରେ କଂଗ୍ରେସର ବିରୋଧ ପ୍ରଦର୍ଶନ କରୁଥିଲା । ଏହି ସମୟରେ ରାହୁଲ ଧାରଣାରେ ବସିଥିଲେ । ତାଙ୍କୁ ପୋଲିସ ଉଠାଉଥିଲା । ସେହି ସମୟର ଫଟୋ ଖୁବ ଭାଇରାଲ ହେଉଛି । କାରଣ ଏହି ଫଟୋରେ ଆଉ କାହାକୁ ଦେଖାଯାଉ କି ନାହିଁ କିନ୍ତୁ କଂଗ୍ରେସ କର୍ମୀଙ୍କୁ ଇନ୍ଦିରାଙ୍କ ଛବି ଦେଖାଯାଉଛି । ଆଉ ସେମାନେ ଭାବୁଛନ୍ତି ଇତିହାସ ପୁଣି ନିଜକୁ ଦୋହରାଇବାକୁ ଯାଉଛି ।

After 2nd paragraph post ads

ରାହୁଲଙ୍କ ଭାଇରାଲ ଫଟୋ

ରାହୁଲ ମଙ୍ଗଳବାର ଦିନ ଦିଲ୍ଲୀ ରାଜରାସ୍ତାରେ ଧାରଣାରେ ବସିଥିଲେ । ପୋଲିସ ତାଙ୍କୁ ଧାରଣାରୁ ଉଠାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଉକ୍ତ ଫଟୋ ନିଆଯାଇଥିଲା । ସେହି ଫଟୋକୁ କଂଗ୍ରେସ ତା’ର ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛି । ଖାଲି ରାହୁଲଙ୍କ ଫଟୋ ନୁହେଁ । ଏହି ଫଟୋ ସହିତ ଇନ୍ଦିରା ଗାନ୍ଧୀଙ୍କର ଗୋଟିଏ ପୁରୁଣା ଫଟୋ ମଧ୍ୟ ଟ୍ୱିଟ୍ କରାଯାଇଛି । ଅର୍ଥାତ ଦୁଇଟି ଯାକ ଫଟୋକୁ ମିଶାଇ କୋଲାଜ୍ ତିଆରି ହୋଇଛି । ଆଉ ଫଟୋ ପୋଷ୍ଟ୍ ସହିତ କଂଗ୍ରେସର ସୋସିଆଲ ମିଡିଆ ଟିମ୍ ଲେଖିଛି ‘ଇତିହାସ ନିଜକୁ ଦୋହରାଉଛି’ । ତେବେ ସତରେ କ’ଣ ଇତିହାସ ନିଜକୁ ଦୋହରାଉଛି ? ସେତେବେଳେ କ’ଣ ଇନ୍ଦିରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ଅନ୍ୟ କୌଣସି ସରକାରୀ ଏଜେନ୍ସି ବିରୋଧରେ ଧାରାଣାରେ ବସିଥିଲେ କି ?

ଚିତ୍ର ସହ ଥିଲା ଦିନକରଙ୍କ କବିତା

Middle post content

କଂଗ୍ରେସ ଯେଉଁ ପୋଷ୍ଟ୍ ଭାଇରାଲ କରିଥିଲା ସେହି ପୋଷ୍ଟରେ ହିନ୍ଦିର ପ୍ରସିଦ୍ଧ କବି ଦିନକରଙ୍କ କବିତା ମଧ୍ୟ ରହିଥିଲା । ନଜର ପକାନ୍ତୁ ସେହି କବିତା ଉପରେ..

ଜଞ୍ଜିର ବଢ଼ା କର ସାଧ୍ ମୁଝେ

ହାଁ,ହାଁ ଦୁର୍ୟୋଧନ ! ବନ୍ଧ୍ ମୁଝେ

ବାନ୍ଧନେ ମୁଝେ ତୋ ଆୟା ହୈ,

ଜଞ୍ଜିର ବଡ଼ି କ୍ୟା ଲାୟା ହୈ ?

ଇନ୍ଦିରା ସେଦିନ ଧାରଣାରେ ବସିଥିଲେ କାହିଁକି ?

ଇନ୍ଦିରା ଗାନ୍ଧୀଙ୍କ ଯେଉଁ ଫଟୋକୁ କଂଗ୍ରେସ ସୋସିଆଲ ମିଡିଆ ଟିମ୍ ସେୟାର କରିଥିଲା ସେହି ଫଟୋ ଉଠାଇଥିଲେ ପ୍ରସିଦ୍ଧ ଫଟୋଗ୍ରାଫର ରଘୁ ରାୟ ରଘୁ ରାୟଙ୍କ ପୁସ୍ତକ ଏ ଲାଇଫ୍ ଇନ୍ ଦ ଡେ’ ଅଫ୍ ଇନ୍ଦିରା ଗାନ୍ଧୀରୁ ଫଟୋ ନିଆଯାଇଛି ୧୯୭୭ ମସିହାର ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରର ଏହି ଫଟୋ ।ଇଣ୍ଟେଲିଜେନ୍ସ ଏଜେନ୍ସି ଆଇବି ସହିତ ଅନେକ ନେତା ତାଙ୍କୁ ଭରସା ଦେଇଥିଲେ ଯେ, ସେ ପୁଣିଥରେ କ୍ଷମତାକୁ ଫେରୁଛନ୍ତି । କିନ୍ତୁ ସେମିତି କିଛି ହୋଇନଥିଲା । ଇନ୍ଦିରାଙ୍କୁ କ୍ଷମତା ହରାଇବାକୁ ପଡିଥିଲା । ଇନ୍ଦିରା ନିଜେ ରାୟବରେଲି ଆସନରୁ ନିର୍ବାଚନ ହାରି ଯାଇଥିଲେ । ଆଉ ଏହାପରେ ତାଙ୍କର ଜନତା ପାର୍ଟି ସରକାର ସହିତ ମୁହାଁମୁହିଁ ହୋଇଥିଲାସେହିଭଳି ଗୋଟିଏ ବିକ୍ଷୋଭ କାଳର ଏହା ହେଉଛି । ଫଟୋ । ଏହି ଫଟୋ ଉଠିବାର କେଇ ମାସ ପରେ ଇନ୍ଦିରା ପୁଣିଥରେ କ୍ଷମତାକୁ ଫେରିଥିଲେକାରଣ ଜନତା ପାର୍ଟିର ନେତାଙ୍କ ଅନ୍ତଃକଳହ ସରକାର ଭାଙ୍ଗି ଦେଇଥିଲା । ଏବେ କଂଗ୍ରେସ ନେତା ଭାବୁଛନ୍ତି ଯେ, ଇନ୍ଦିରାଙ୍କ ଭଲି ରାସ୍ତାରେ ବସିଥିବା ରାହୁଲଙ୍କ ଫଟୋ ଇତିହାସକୁ ପୁଣି ଦୋହରାଇବ ଓ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami