ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ?

Above Post Content

ସୋମବାର ଦିନ ବହୁଦିନ ପରେ କଂଗ୍ରେସର ଲଢୁଆ ରୂପ ଦେଖିବାକୁ ମିଳିଥିଲାସାଧାରଣ କର୍ମୀଙ୍କ କଥା ଛାଡନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ବସିବା ଦେଖିବାକୁ ମିଳିଥିଲା । କାରଣ ଥିଲା କଂଗ୍ରେସ ମୁଖ୍ୟ ସୋନିଆ ଓ ପୂର୍ବତନ ମୁଖ୍ୟ ତଥା କଂଗ୍ରେସର ପିଏମ୍ ଇନ୍ ୱେଟିଂ ରାହୁଲଙ୍କୁ ଇଡିର ସମନଇଡି ସମନକୁ କଂଗ୍ରେସର ନେତାମାନେ ଗମ୍ଭୀରତାର ସେହି ନେଇ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ଅବଶ୍ୟ ବିରୋଧୀ କହୁଛନ୍ତି ଯେ, କଂଗ୍ରେସ ନେତା ଫାଷ୍ଟ୍ ଫ୍ୟାମିଲି ପ୍ରତି ନିଜ ଆନୁଗତ୍ୟ ଦେଖାଇବା ପାଇଁ ଏମିତି କରୁଛନ୍ତି । ଆମ୍ ଆଦମୀ ସହିତ ଜଡିତ ଥିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଗତ ୮ ବର୍ଷ ଭିତରେ କେତେଥର ଏତେ ବଡ଼ ଆନ୍ଦୋଳନ କରିଛି ବୋଲି ପ୍ରଶ୍ନ ଉଠିଲାଣି

ବହୁତ ଦିନ ପରେ କଂଗ୍ରେସର ଉଗ୍ରରୂପ !

After 2nd paragraph post ads

ସଡ଼କ ଉପରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କଂଗ୍ରେସ ଓ ଏହାର ନେତା ତଥା କର୍ମୀ ବହୁତ ବର୍ଷ ପରେ ଦେଖିଥିବେ ବା ଅନୁଭବ କରିଥିବେ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ନେତା ଓ କର୍ମୀ ପୋଲିସର ପାଣି ମାଡକୁ ମଧ୍ୟ ସହ୍ୟ କରିଥିଲେ । ଗୁଳୁଗୁଳି ଓ ଖରାକୁ ବରଦାସ୍ତ କରି ବିକ୍ଷୋଭ କରିଥିଲେ । ଏଣେ ମୋଦି ସରକାର ମଧ୍ୟ ଦିଲ୍ଲୀରେ ଅଘୋଷିତ କର୍ଫ୍ୟୁ ଲାଗୁ କରିଥିଲେ । କଂଗ୍ରେସ ମୁଖ୍ୟାଳୟ ଥିବା ୨୪ ଆକବର ରୋଡକୁ ଯୋଗ କରୁଥିବା ସବୁ ରାସ୍ତା ବନ୍ଦ ଥିଲା । ଏହି ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିଲାକଂଗ୍ରେସ ନେତା ଓ କର୍ମୀ କିନ୍ତୁ ଏସବୁକୁ ଖାତିର ନକରି ରାସ୍ତାକୁ ଓହ୍ଲାଇଥିଲେ ।

Middle post content

ସାଧାରଣ ଲୋକଙ୍କ କଥା ଉଠିଲେ କୁଆଡେ ଯାଏ କଂଗ୍ରେସର ଫୁର୍ତ୍ତି ?

ଗୋଟିଏ ରାଜନୈତିକ ଦଳ ଯେତେବେଳେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କିତ ଦାବି ଉଠାଇବାରେ ବିଫଳ ହୁଏ ସେତେବେଳେ ସେହି ଦଳ ନିଜ ପ୍ରଭାବ ହରାଏ । କଂଗ୍ରେସ କ୍ଷେତ୍ରରେ ଏହା ସତ୍ୟ ସାବ୍ୟସ୍ତ ହୋଇଛି । ସାଧାରଣ ଲୋକଙ୍କ ସମ୍ପର୍କିତ ପ୍ରସଙ୍ଗ କଥା ଉଠିଲେ କଂଗ୍ରେସର ଫୁର୍ତ୍ତି କେଉଁ ଆଡେ ଯାଏ ବୋଲି ପ୍ରଶ୍ନ ଉଠିଲାଣି । ବେକାରୀ, ଦୁର୍ନିତୀ ଓ ସୁରକ୍ଷା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସର ଆଭିମୁଖ୍ୟ ଥଣ୍ଡା ବୋଲି ବାକି ବିରୋଧୀ ଦଳ ଓ ସମଲୋଚକ ଅଭିଯୋଗ କରୁଛନ୍ତି । ଯେଉଁଭଳି ରୂପ କଂଗ୍ରେସ ନେତା ଓ ଦଳ ଗାନ୍ଧୀ ପରିବାର ସମର୍ଥନରେ ଦେଖାଇଛି ସେଭଳି ରୂପ ଆମ ଆଦମୀକୁ ପ୍ରଭାବିତ ପ୍ରସଙ୍ଗକୁ ନେଇ କେବେ ମଧ୍ୟ ଦେଖାଇନି । ଗତ ୮ ବର୍ଷ ମଧ୍ୟରେ କଂଗ୍ରେସ ନେତା ସଡ଼କରେ କମ ଟିଭି ଷ୍ଟୁଡିଓରେ ଅଧିକ ସକ୍ରିୟ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି । ଯାହାର ଫାଇଦା ବିଜେପି ଉଠାଉଛି ।

ନ୍ଯାସନାଲ ହେରାଲ୍ଡ ମାମଲାରେ ପ୍ରଥମ ଫ୍ୟାମିଲି ପାଇଁ ଢାଲ

ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ଫ୍ୟାମିଲିର ନାଁ ଆସିଥିଲା । ସୋନିଆ ଓ ରାହୁଲଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଜାଇଛନ୍ତି ସୁବ୍ରମଣ୍ୟନ ସ୍ୱାମୀ । କଂଗ୍ରେସ ମୁଖପାତ୍ର ସୁରଜବାଲାଙ୍କ ଅନୁସାରେ କଂଗ୍ରେସ ଏକ ରାଜନୈତିକ ଦଳ । ଏକ ରାଜନୈତିକ ଦଳ ହିସାବରେ ଏହା କୌଣସି କମ୍ପାନୀର ସେୟାର କିଣି ପାରିବ ନାହିଁ । ତେଣୁ ‘ୟଙ୍ଗ ଇଣ୍ଡିଆନ’ ନାମରେ ଏକ ନଟ୍ ଫର ପ୍ରଫିଟ୍ କମ୍ପାନୀକୁ ନ୍ୟାସନାଲ ହେରାଲ୍ଡ ଓ ଆସୋସିଏଟେଡ୍ ଜର୍ଣ୍ଣାଲର ଶେୟାର ଦିଆଯାଇଥିଲା । ଏହାର ଉଦ୍ଦେଷ୍ୟ ଥିଲା ୯୦ କୋଟି ଟଙ୍କାର ଋଣକୁ ଶେଷ କରିବା । ୯୦ କୋଟି ଲୋନରୁ ୬୭ କୋଟି ଟଙ୍କା କର୍ମଚାରୀଙ୍କ ଦରମା ଓ ଭିଆରଏସ ବାବଦରେ ଦିଆଯାଇଥିଲା । ବାକି ସରକାରଙ୍କ ବାକି,ବିଦ୍ୟୁତ ବିଲ ଓ ଅଫିସ ପାଇଁ ପୈଠ ହୋଇଥିଲା । ଏହା ଅପରାଧ କେମିତି ହୋଇ ପାରିବ ବୋଲି ସୁରଜବାଲା ପଚାରିଛନ୍ତି । ନ୍ୟାସନାଲ ହେରାଲ୍ଡର ମାଲିକାନା ଆଜି ଆସୋସିଏଟେଡ୍ ଜର୍ଣ୍ଣାଲ ପାଖରେ ଅଛି । ସବୁ ସମ୍ପତି ସୁରକ୍ଷିତ ବୋଲି କହିଛନ୍ତି ସୁରଜବାଲା । ତେବେ ବିରୋଧୀଙ୍କ ଅଭିଯୋଗ ହେଉଛି ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ରାହୁଲ ୨ ହଜାର କୋଟି ଟଙ୍କାର ସମ୍ପତି ହାତେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami