୧୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ

Above Post Content

ଭୁବନେଶ୍ୱର: କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍ । ଏଥିର କମ୍ ପଇସାରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଲୋକେ । ଏଣିକି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କ ପାଖରେ ରହିବ ଶକ୍ତି ଓ ସାମର୍ଥ୍ୟ । ଯେଉଁ ଜିଲ୍ଲା ଅପହଞ୍ଚ ଜିଲ୍ଲା ଭାବେ ପରିଚିତ ଥିଲା, ସେହି ଜିଲ୍ଲାରେ ଏବେ ବିକାଶର ବସ୍ ଗଡ଼ିବ । ସବୁଠୁ ବଡ଼ କଥା ହେଉଛି ଏହି ଲକ୍ଷ୍ମୀ ବସକୁ ସଫଳ କରିବାରେ ବଡ଼ ଭୂମିକା ଗ୍ରହଣ କରିବେ ପ୍ରତ୍ୟେକ ଗ୍ରାମପଞ୍ଚାୟତର ମହିଳା । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ମିଳିବ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସାମଗ୍ରୀ ନେବା ଆଣିବା କରିବାରେ ବ୍ୟବସାୟୀଙ୍କୁ ଏଣିକି କୌଣସି ସମସ୍ୟା ହେବନି । ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ ଅବସରରେ କଳାହାଣ୍ଡି ୟୁନିଭର୍ସିଟିର ନାମ ବଦଳାଇ ‘ମା’ ମାଣିକେଶ୍ୱରୀ ୟୁନିଭର୍ସିଟି କରାଯିବା ନେଇ ଘୋଷଣା କରିଥିଲେ ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା ମାଣିକେଶ୍ୱର ବିଶ୍ୱବିଦ୍ୟାଳୟ

After 2nd paragraph post ads
Middle post content

ରୂପାନ୍ତରଣରେ କଳାହାଣ୍ଡି ସାଜିଛି ଉଦାହରଣ । କଳାହାଣ୍ଡି ନିଜ ଇତିହାସକୁ ପରିବର୍ତ୍ତନ କରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି । ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଯୋଗାଉଛି । ଇନ୍ଦ୍ରାବତୀ ପ୍ରକଳ୍ପ ବିକାଶର ଇଞ୍ଜିନ ସାଜିଛି । ଏହି ପ୍ରକଳ୍ପ କଳାହାଣ୍ଡିର ଭବିଷ୍ୟତକୁ ଉଜ୍ୱଳ କରିଛି । ଖୁବ୍ ଶୀଘ୍ର ଜିଲ୍ଲାରେ ନବୀନ ଓଡ଼ିଶା କାର୍ଯ୍ୟକାରୀ ହେବ । ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ଲାଗି ଏହି ଟଙ୍କା ଖର୍ଚ୍ଚ ହେବ । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମା ମାଣିକେଶ୍ୱର ବିଶ୍ୱବିଦ୍ୟାଳୟ ଭାବେ ନାମିତ କରାଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରେଣ୍ଡୋ ମାଝୀ ମେଡିକାଲ କଲେଜ କଲେ ଉଦ୍‌ଘାଟନ

ଏହା ସହ ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି । ୯୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ ଏନଏମସିଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami