ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ

Above Post Content

ଭୁବନେଶ୍ୱର: ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ । ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ୟ ବିଜେପି କୋଳାଇ ନେଉଛି । ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ କରିଥିଲା । ସେତେବେଳେ ବି ରାଜନୈତିକ ବୟାନବାଜି ଚାଲିଥିଲା । ମାତ୍ର ତେବେ ୨୦୧୯ରେ ଯାହା ଫଳାଫଳ ଆସିଲା ତାହା ସମସ୍ତେ ଜାଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ୨୦୧୯ରେ ଯେଉଁ ନେତାମାନଙ୍କୁ ଟିକେଟ ଦେବାର ସମ୍ଭାବନା ନଥିଲା ବା ଟିକେଟ ଦେବା ସମ୍ଭାବନା କ୍ଷୀଣ ଥିଲା , ଯେଉଁମାନଙ୍କୁ ଦଳରୁ ବାହାର କରିଦିଆଯାଇଥିଲା । ଯେଉଁମାନେ ବିଜେଡିରେ ନିଜର ଭବିଷ୍ୟତ ଦେଖିପାରୁ ନଥିଲେ ସେମାନଙ୍କୁ ରାଜ୍ୟ ବିଜେପି କୋଳେଇ ନେଇଥିଲା ।

Middle post content

୨୦୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବ ବିଜେପି

After 2nd paragraph post ads

ମାତ୍ର ଫଳାଫଳ କଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି । ୨୦୨୪ ପୂର୍ବରୁ ବିଜେପିରେ ଦେଖାଯାଇଛି ୨୦୧୯ ଫର୍ମୂଲା । ଯେଉଁମାନେ ଜଘନ୍ୟ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ , ଯେଉଁମାନେ ଜନବିରୋଧୀ କାର୍ଯ୍ୟ କରି ବିଜେଡିରୁ ତଡା ଖାଇଥିଲେ, ଯେଉଁମାନେ ବିଜେଡିରୁ ଟିକେଟ ପାଇବେନି ବୋଲି ନିଶ୍ଚିତ ହୋଇଥିଲେ ସେମାନେ ରାଜ୍ୟ ବିଜେପିରେ ସାମିଲ ହେଉଛନ୍ତି । ୨୦୧୯ ତୁଳନାରେ ୨୦୨୪ରେ ଓଡ଼ିଶା ବିଜେପି ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ଯାଉଛି । ଯେଉଁମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ସେମାନଙ୍କୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ । ୨୦୧୯ରେ ଏଭଳି ନେତାଙ୍କୁ ରାଜ୍ୟବାସୀ ଯେଭଳି ଜବାବ ଦେଇଥିଲେ ଠିକ ସେପରି ୨୦୨୪ରେ ରାଜ୍ୟବାସୀ ଜବାବ ଦେବେ ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami