ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ନରେଶ ମହାନ୍ତି

Above Post Content

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହେଲେ ଯାଜପୁର ଜିଲ୍ଲା ରସୁଲପୁରର ନରେଶ ମହାନ୍ତି । ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନରେଶଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟ ଉପସ୍ଥିତ ରହିଥିଲେ ।

Middle post content

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପୁଣି ଫେରିଲେ ନରେଶ

After 2nd paragraph post ads

ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପୁଣିଥରେ ଘର ବାହୁଡ଼ା କରିଥିବା ନରେଶ କହିଛନ୍ତି । ସେ ବିଜେପି ଛାଡି ପୁଣିଥରେ ବିଜେଡିକୁ ଫେରିଛନ୍ତି । ପୂର୍ବରୁ ସେ ବିଜେଡିରେ ଥିଲେ । ପୂର୍ବରୁ ଯାଜପୁର ଜିଲ୍ଲା ବିଜେଡି ସଭାପତି ଓ ଯାଜପୁର ଜିଲ୍ଲା ପରିଷଦ ସଭାପତି ଥିଲେ । ତାଙ୍କୁ ବିଜେଡି ନିଲମ୍ବନ କରିବା ପରେ ସେ ବିଜେପି ପଳାଇଥିଲେ । ସେ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିବାକୁ ମନସ୍ତ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami