Bihar Political Crisis : BJP-ନୀତିଶଙ୍କ ବନ୍ଧୁତା ନୁହେଁ ବିହାରରେ ବହୁତ କିଛି ଭାଙ୍ଗିବ,ବିହାରର ୫ ସମ୍ଭାବ୍ୟ ଚିତ୍ର

Above Post Content

ବିହାର ରାଜନୀତିରେ କିଛି ବଡ଼ଧରଣର ଖେଳ ହେବାକୁ ଯାଉଛି କି ? ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ଉପରେ କି ? ବିହାର ରାଜନୀତିରେ ଯେଉଁଭଳି ଘଟଣା ସବୁ ଘଟି ଚାଲିଛି ସେଥିରୁ ଏହା ପ୍ରତିତ ହେବାରେ ଲାଗିଛି ଯେ, ନୀତିଶ ଯେକୌଣସି ମୁହୂର୍ତ୍ତରେ ମେଣ୍ଟରୁ ବାହାରି ଯାଇପାରନ୍ତି । ଏମିତିରେ ନୀତିଶଙ୍କ ପାଇଁ ୟୁଟର୍ଣ୍ଣ ନେବା କିଛି ନୂଆ କଥା ନୁହେଁ । ନୀତିଶ ୟୁଟର୍ଣ୍ଣ ନେବାରେ ମାହିରମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନେଇ ସେ ଏନଡିଏ ଛାଡିଥିଲେଆରଜେଡି ସହିତ ମିଶି ସରକାର ଗଠନ କଲେ । କିନ୍ତୁ କିଛି ଦିନ ପରେ ଆରଜେଡିକୁ ଛାଡି ସେ ପୁଣି ବିଜେପି ହାତ ଧରିଥିଲେ । ଏବେ ଯଦି ସେ ପୁଣି ଆରଜେଡି ଓ କଂଗ୍ରେସ ସହିତ ମେଣ୍ଟ ସରକାର କରନ୍ତି ତେବେ ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଏହାଭିତରେ ଜେଡିୟୁ ଯଦି ତାର ସମସ୍ତ ବିଧାୟକଙ୍କୁ ପାଟନାରେ ହିଁ ରହିବାକୁ କହିଛି । କଂଗ୍ରେସ ଓ ଆରଜେଡି ମଧ୍ୟ ନିଜ ବିଧାୟକଙ୍କୁ ସମାନ ଆଦେଶ ଦେଇଛି । ଅନ୍ୟପକ୍ଷରେ ବିଜେପି ଶିବିରରେ ନିରବତା ବିରାଜମାନ କରୁଛି । ଏସବୁରୁ ଲାଗୁଛି ବିହାରରେ କିଛି ହେବାକୁ ଯାଉଛି । ମମତାଙ୍କ ଭାଷାରେ ଖେଳ ହେବାକୁ ଯାଉଛି । ପ୍ରଶ୍ନ ହେଉଛି ଖେଳ କିଏ କାହା ସହିତ କରିବ ? ନୀତିଶ ବିଜେପି ସହିତ ନା ବିଜେପି ନୀତିଶଙ୍କ ସହିତ । ଏଭଳି ପ୍ରଶ୍ନ ଉଠିବାର ବଡ଼ କାରଣ ହେଉଛି ମହାରାଷ୍ଟ୍ର ନାଟକର ପରିଣତି

ଆରସିପିଙ୍କ ପାଇଁ ସବୁ ଆରମ୍ଭ

After 2nd paragraph post ads

ବିହାର ରାଜନୀତିରେ ଏବେ ଯାହା କିଛି ଘଟୁଛି ତା’ ପଛରେ ଅଛି ଆରସିପି ଅଧ୍ୟାୟ । ଗତ ୨୫ ବର୍ଷ ଧରି ନୀତିଶଙ୍କ ଅତି ନିଜର ଥିବା ଆରସିପିଙ୍କୁ ଦଳ ବାହାର ରାସ୍ତା ଦେଖାଇଛି । ଆରସିପିଙ୍କ ବିରୋଧରେ ଖୋଦ ତାଙ୍କରି ଦଳ ଦୁର୍ନିତୀର ଅଭିଯୋଗ ଆଣିଥିଲା । ଆରସିପିଙ୍କୁ କାଟଛାଣ୍ଟ କରିବା ପଛରେ ତାଙ୍କର ବିଜେପି ପ୍ରେମ ଅଛି ବୋଲି କୁହାଯାଉଛି । ଜେଡିୟୁରେ ଆରସିପି ବିଜେପିର ଗୁପ୍ତଚର ଥିଲେ ବୋଲି ଦଳ ଭିତରେ ଅଭିଯୋଗ ହେଉଥିଲା । ଦଳରୁ ବିଦା ହେବା ପରେ ଆରସିପି ନୀତିଶଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ତାଙ୍କୁ ଉତ୍ତର ଦେଇ ଜେଡିୟୁ ନେତା ବିଜେପି ଆଡ଼କୁ ଇଶାରା କରି କହିଥିଲେ ଷଡ଼ଯନ୍ତ୍ର କେଉଁଠି ହୋଇଛି ଓ କିଏ କରିଛି ତା’ର ସୂଚନା ଦିଆଯିବ । ମୋଟାମୋଟି ଭାବେ ମେଣ୍ଟ ପାଇଁ କଣ୍ଟା ହୋଇଛି ଆରସିପି ଅଧ୍ୟାୟ । ତେବେ ଏହି ସବୁ ଘଟଣାକ୍ରମରୁ ବିହାର ରାଜନୀତିର ୫ ସମ୍ଭାବ୍ୟ ଚିତ୍ର ସାମ୍ନାକୁ ଆସୁଛି । ଆସନ୍ତୁ ଜାଣିବା ସେସବୁ କ’ଣ ..

ଚିତ୍ର ୧ : ବିଜେପିଠାରୁ ଅଲଗା ହୋଇ ଜେଡିୟୁ ମହାମେଣ୍ଟ ସହ ସରକାର ଗଢ଼ିବ

ଜେଡିୟୁ ଓ ରାଜ୍ୟ ବିଜେପି ମଧ୍ୟରେ ଝଗଡ଼ା କିଛି ନୂଆ ନୁହେଁ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତାଙ୍କ ଟାର୍ଗେଟରେ ନୀତିଶ ରହି ଆସୁଛନ୍ତି । ନୀତିଶଙ୍କୁ ଏଥିପାଇଁ ଟାର୍ଗେଟ୍ କରିବାକୁ ସେମାନେ ପଛାଉ ନାହାନ୍ତି । ଅନ୍ୟପକ୍ଷରେ ନୀତିଶ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେଣୁ ସେ ବିଜେପି ହାତଛାଡି ମହାମେଣ୍ଟର ହାତ ଧରି ପାରନ୍ତି ।

ଚିତ୍ର 2 : ବିଜେପି କେନ୍ଦ୍ରୀୟ ନେତୃତ୍ୱ ଚାହିଁଲେ ମେଣ୍ଟ ବଂଚିବ

ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ଜେଡିୟୁକୁ ମନାଇବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ହସ୍ତକ୍ଷେପ କରି ପାରନ୍ତି । ଏଭଳି ହେଲେ ହୁଏତ ନୀତିଶ ମାନି ଯାଇପାରନ୍ତି ଓ ମେଣ୍ଟ ସରକାର ଚାଲିପାରେ । ରାଜନୈତିକ ବିଶେଷଜ୍ଞ ମଧ୍ୟ ଏହାକୁ ନୀତିଶଙ୍କ ପ୍ରେସର ଟାକ୍ଟିସ ବୋଲି ଭାବୁଛନ୍ତି । ଏଭଳି ଚାପ ପକାଇ ନୀତିଶ ନିଜକୁ ରାଜନୈତିକ ଭାବେ ଶକ୍ତିଶାଳୀ ବୋଲି ଦେଖାଇବାକୁ ଚାହୁଁଛନ୍ତି । ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଟିକିଏ ନମନୀୟ ହୁଏ ଓ ସକରାତ୍ମକ ରେସପନ୍ସ ଦିଏ ତେବେ ମେଣ୍ଟ ଆଗକୁ ମଧ୍ୟ ଚାଲିବ

Middle post content

ଚିତ୍ର ୩ : ଦୁଇ ମନ୍ତ୍ରୀ ପଦ ମିଳିଲେ ମେଣ୍ଟ ଚାଲିବ

ଜେଡ଼ିୟୁ ସଭାପତି ଲଲନ ସିଂହଙ୍କ ଅନୁସାରେ ତାଙ୍କ ଦଳର କେନ୍ଦ୍ରୀୟ କ୍ଯାବିନେଟରେ ସାମିଲ ହେବାର କୌଣସି ପ୍ଲାନ୍ ନାହିଁ । ତେବେ ଏହା ମଧ୍ୟ କୁହାଯାଉଛି ଯେ, ଯଦି ବିଜେପି କେନ୍ଦ୍ରରେ ଜେଡିୟୁକୁ ଦୁଇଟି ମନ୍ତ୍ରୀ ପଦ ଅଫର କରେ ତେବେ ନୀତିଶ ମାନି ଯାଇ ପାରନ୍ତିମେଣ୍ଟ ସରକାର ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ।

ଚିତ୍ର ୪: ନୀତିଶ ସରକାର ଚଲାଇବେ,ବାହାରୁ କଂଗ୍ରେସ ଓ ଆରଜେଡି ସମର୍ଥନ ଦେବେ

ବିହାରରେ ରାଜନୈତିକ ସଂକଟ ମଧ୍ୟରେ ଯଦି ଏନଡିଏ ମେଣ୍ଟ ଭାଙ୍ଗେ ତେବେ ନୀତିଶ ମହାମେଣ୍ଟ ସହିତ ସରକାର ଗଢି ପାରନ୍ତି । ଏହା ସହ ଆଉ ଗୋଟିଏ ସମ୍ଭାବନା ମଧ୍ୟ ରହିଛି । ତାହା ହେଉଛି ନୀତିଶ ସରକାରକୁ କଂଗ୍ରେସ ଓ ଆରଜେଡି ବାହାରୁ ସମର୍ଥନ ଦେଇ ପାରନ୍ତି । ତେବେ ଏସବୁ କେବଳ ଅନୁମାନ କାରଣ ଏପର୍ଯ୍ୟନ୍ତ ଆରଜେଡି ପଟୁ କିଛି ସ୍ପଷ୍ଟ ବୟାନ ଆସିନାହିଁ

ଚିତ୍ର ୫ : ଶାହ-ନୀତିଶ ବୈଠକ ଓ ୫୦-୫୦ ଆସନ ବଣ୍ଟା

ରାଜ୍ୟର ରାଜନୈତିକ ଘଟଣାକ୍ରମ ଉପରେ ଜେଡିୟୁ ଓ ବିଜେପି ନେତୃତ୍ୱର ନଜର ଅଛି । ରାଗ,ରୁଷା,ଆରୋପ ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି । ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନୀତିଶଙ୍କୁ ମନାଇବାକୁ ଆଗକୁ ଆସିପରାନ୍ତି ବୋଲି କୁହାଯାଉଛି । ଏଭଳି ମଧ୍ୟ କୁହାଯାଉଛି ଯେ, ନୀତିଶ ଓ ଅମିତ ଶାହଙ୍କ ମଧ୍ୟରେ ବୈଠକ ହେଉଛି । ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ କୌଣସି ଅନ୍ତିମ ରଣନୀତି ପ୍ରସ୍ତୁତ ହେଉ ଓ ସେଥିରେ ୫୦-୫୦ ପ୍ରତିଶତ ସିଟ ବଣ୍ଟାର ଫର୍ମୁଲା ଫାଇନାଲ ହେଉ । ଏଭଳି ହେଲେ ନୀତିଶ ମେଣ୍ଟ ଭାଙ୍ଗିବେନି ବୋଲି କୁହାଯାଉଛି । ତେବେ ଏସବୁ କେବଳ ମାତ୍ର ସମ୍ଭାବନା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami