Operation Lotus: ଝାଡ଼ଖଣ୍ଡ-ବିହାରରେ ମାଟି କାମୁଡି଼ଲା ବିଜେପି, ମହାରାଷ୍ଟ୍ରର ସଫଳତା ହେଲା ପିତା

Above Post Content

ମହାରାଷ୍ଟ୍ରରେ ଶିବସେନାର ବିଭାଜନ ଘଟାଇ ବିଜେପି ସେଠାରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ନିକଟ ଅତିତରେ ପାଇଥିବା ଏହି ସଫଳତା ବିଜେପିକୁ ଉତ୍ସାହିତ କରିଥିଲା । ଫଳରେ ଦେଶବ୍ୟାପି ବିଜେପିର ଅପରେସନ୍ ଲୋଟସ ବା ପଦ୍ମ ଅଭିଯାନ ଆରମ୍ଭ ହୋଇଥିଲା । ଟାର୍ଗେଟରେ ଥିଲେ ଝାଡ଼ଖଣ୍ଡ ଓ ବିହାରଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସରକାରର ପତନ ଘଟାଇବା ସହ ବିହାରରେ ନୀତିଶଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ମିଶନ ଚାଲିଥିଲା । କିନ୍ତୁ ମଙ୍ଗଳବାର ଦିନ ବିଜେପିର ଅପରେସନ୍ ଲୋଟସକୁ ଜବରଦସ୍ତ ଝଟକା ଲାଗିଛି । ପଲଟିମାର ରାଜନୀତିରେ ମାହିର ନୀତିଶ ୟୁଟର୍ଣ୍ଣ ନେଇ ମହାମେଣ୍ଟ ସହିତ ହାତ ମିଳାଇଛନ୍ତି । ଆଉ ବିହାରରେ ମହାରାଷ୍ଟ୍ର ପାର୍ଟ-ଟୁ ବିଜେପି ସ୍ୱପ୍ନକୁ ଦେଇଛନ୍ତି ଝଟକା

ଅପରେସନ୍ ଲୋଟସ ଝାଡ଼଼ଖଣ୍ଡରେ ବର୍ତ୍ତମାନ ପାଇଁ ସ୍ଥଗିତ

ବିହାର ଘଟଣାକ୍ରମ ପରେ ସୋସିଆଲ ମିଡିଆରେ ଗୋଟିଏ ମିମ୍ ଭାଇରାଲ ହେଉଛି । ଯେଉଁଥିରେ ଗ୍ୟାଙ୍ଗସ୍ ଅଫ୍ ୱାସେପୁରର ଗୋଟିଏ ଦୃଷ୍ୟକୁ ଦେଖା ଯାଇଛି ଦୃଷ୍ୟରେ ମନୋଜ ବାଜପାୟୀ ତରବର ହୋଇ ନିଜ ସାଥି ସହିତ ଜିପରେ ବସି ଦୌଡୁଛନ୍ତି । ମିମର ଉପରେ ଲେଖା ଯାଇଛି ଇଡି ଓ ସିବିଆଇ ପଶ୍ଚିମବଙ୍ଗରୁ ବିହାର ଦୌଡୁଛନ୍ତି ଏହି ମିମ୍ ହିଁ ବିଜେପିର ବିଫଳତାବିକଳତାର କାହାଣୀ କହୁଛି ବିହାରରେ ନୀତିଶଙ୍କୁ ଗାଦିଚ୍ୟୁତ କରିବାରେ ବିଫଳ ହୋଇଥିବା ବିଜେପି କିଛିଦିନ ପାଇଁ ଅନ୍ତତଃ ଝାଡ଼ଖଣ୍ଡ ଯିବ ନାହିଁ ବୋଲି କୁହାଯାଉଛି । ମହାରାଷ୍ଟ୍ରରେ ଅପରେସନ୍ ଲୋଟସ ପରେ ଝାଡ଼ଖଣ୍ଡ କଂଗ୍ରେସରେ ଅସନ୍ତୋଷକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା ଯେ, କିଛି କଂଗ୍ରେସ ବିଧାୟକ ବିଜେପି ତମ୍ବୁକୁ ଯାଇ ପାରନ୍ତି । ସୂଚନାଯୋଗ୍ୟ ଯେ,ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ସରକାରର ଅନ୍ୟତମ ବଡ଼ ଅଂଶିଦାର ହେଉଛି କଂଗ୍ରେସକଂଗ୍ରେସ ସଦସ୍ୟ ଯଦି ଦଳ ଛାଡନ୍ତି ତେବେ ସୋରେନ୍ ସରକାର ଭୁଷୁଡି ପଡ଼ିବା ଥୟ

After 2nd paragraph post ads
Middle post content

ନିକଟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଓଘର ଗସ୍ତ କାଳରେ ସିଏମ ହେମନ୍ତଙ୍କ ବଡ଼ିଲାଙ୍ଗୁଏଜକୁ ନେଇ ମଧ୍ୟ ଢେର ଚର୍ଚ୍ଚା ହୋଇଥିଲା । ଏହି ସାକ୍ଷାତକାର ପରେ ଝାଡ଼ଖଣ୍ଡରେ ସରକାର ପରିବର୍ତ୍ତନ କିମ୍ବା ସାଥି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସୋରେନଙ୍କ ଦଳ ବିରୋଧୀ ଦଳଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲା ।ଏହାକୁ ନେଇ କିଏ କାହା ସହିତ ଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ପଶ୍ଚିମବଙ୍ଗରେ କଂଗ୍ରେସର ତିନି ଜଣ ବିଧାୟକଙ୍କୁ ୫୦ ଲକ୍ଷରୁ ଅଧିକ ଟଙ୍କା ସହିତ ଗିରଫ କରାଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ କଂଗ୍ରେସ ପକ୍ଷରୁ ଇରଫାନ ଅନସାରୀଙ୍କ ସମେତ ତିନି ଜଣ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୁଏ । କଂଗ୍ରେସ ସେତେବେଳେ ଅଭିଯୋଗ କରିଥିଲା ଯେ, ଏହି ତିନି ବିଧାୟକ ଟଙ୍କା ନେଇ ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର କରୁଥିଲେ । ଏହାକୁ ନେଇ କଂଗ୍ରେସ ପଟୁ ବିଜେପି ଉପରେ ଗମ୍ଭୀର ଆରୋପ ଲଗାଯାଇଥିଲା । କଂଗ୍ରେସର କହିବା ଥିଲା ଯେ, ବିଧାୟକଙ୍କୁ କ୍ୟାସ୍ ଅଫର କରାଯାଇଥିଲା । ଧରା ପଡିଥିବା ବିଧାୟକ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଂପର୍କରେ ଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । କ୍ୟାସ୍ କାଣ୍ଡ ପରେ ଧିରେ ଧିରେ ଝାଡ଼ଖଣ୍ଡରେ ଅନ୍ତତ ପକ୍ଷରେ ବର୍ତ୍ତମାନ ପାଇଁ ସରକାର ପରିବର୍ତ୍ତନର ଚର୍ଚ୍ଚା ଉପରେ ବିରାମ ଲାଗିଛି । ବିହାର ଘଟଣାକ୍ରମ ମଧ୍ୟ ବିଜେପିର ଉତ୍ସାହ ଉପରେ ପାଣି ପକାଇ ଦେଇଥିବ । ତେଣୁ ବର୍ତ୍ତାମାନ ପାଇଁ ସୋରେନ୍ ସରକାର ସୁରକ୍ଷିତ ଅଛନ୍ତି ବୋଲି କୁହାଯାଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami