ଭାରତ ଇତିହାସର ଏମିତି ୫ ଯାତ୍ରା ଯାହା ଭାରତୀୟ ରାଜନୀତିରେ ଆଣିଥିଲା ବିରାଟ ପରିବର୍ତ୍ତନ

Above Post Content

ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଅନ୍ତ ହେବ କାଶ୍ମୀରରେ ୫ ମାସ ବା ୧୮୦ ଦିନର ଏହି ଯାତ୍ରାର ମୁଳ ରାଜନୈତିକ ଲକ୍ଷ୍ୟ ମିଶନ ୨୦୨୪ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ବିଜେପି ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଏବେଠାରୁ ରାଜନୈତିକ ଇଛା ଉବୁକା ମାରିଲାଣି । ନେତା ନିଜ ରାଜ୍ୟ ଛାଡ଼ି ପଲିଟିକାଲ ପବ୍ଲିକ୍ ରିଲେସନ୍ ଟ୍ରିପରେ ଦିଲ୍ଲୀ ଯାଉଛନ୍ତି କିମ୍ବା ଅନ୍ୟ ରାଜ୍ୟ ଗସ୍ତ କରୁଛନ୍ତିନୀତୀଶ,କେସିଆର,ମମତା ଓ କେଜ୍ରିୱାଲଙ୍କ ଭଳି ନେତାଙ୍କୁ ରାଜନୈତିକ ସନ୍ଦେଶ ଦେବା ରାହୁଲଙ୍କ ଏହି ଯାତ୍ରାର ଉଦ୍ଦେଷ୍ୟ । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ନଜର ପକାଇବା ଭାରତୀୟ ରାଜନୈତିକ ଇତିହାସର ଏମିତି କିଛି ଯାତ୍ରା ଉପରେ ଯାହା ବଦଳାଇ ଦେଇଥିଲା ଭାରତୀୟ ରାଜନୀତିର ରୂପରେଖ ୧୯୩୦ ରେ ଯଦି ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପଦଯାତ୍ରାର ରାଜନୈତିକ ଶକ୍ତିକୁ ପ୍ରମାଣିତ କରିଥିଲା ତେବେ ୧୯୯୦ ରେ ଆଡଭାନୀଙ୍କ ରଥଯାତ୍ରା ହିନ୍ଦୁତ୍ୱକୁ ରାଜନୀତିର ସେଣ୍ଟର ଷ୍ଟେଜକୁ ଆଣିଥିଲା

ଦାଣ୍ଡି ଯାତ୍ରା

After 2nd paragraph post ads

୧୯୩୦ ଲବଣ ସତ୍ୟଗ୍ରହ ମଧ୍ୟ ଦାଣ୍ଡିଯାତ୍ରା ନାମରେ ପ୍ରସିଦ୍ଧବ୍ରିଟିସ ସରକାରକୁ ଚ୍ୟାଲେଂଜ୍ କରି ମହତ୍ମା ଗାନ୍ଧୀ ଅହମ୍ମଦାବାବଦର ସାବରମତି ଆଶ୍ରମରୁ ଦାଣ୍ଡି ପଦଯାତ୍ରା କରିଥିଲେ । ମୋଟ ୩୮୫ କିଲୋମିଟର ସେ ପାଦରେ ଯାତ୍ରା କରିଥିଲେ । ଲୁଣ ଉପରେ କରକୁ ବିରୋଧ କରି ଏହି ପଦଯାତ୍ରା ହୋଇଥିଲାମହାତ୍ମା ଦାଣ୍ଡିରେ ପହଂଚିବା ବେଳକୁ ବ୍ରିଟିସ ପୋଲିସ ଲୁଣରେ ମାଟି ମିଶାଇ ସାରିଥିଲା । କିନ୍ତୁ ଗାନ୍ଧୀଙ୍କର ଜଣେ ସହଯୋଗୀ କିଛି ଲୁଣ ଲୁଚାଇ ରଖିଥିଲେ । ସେହି ଲୁଣରୁ ଅଳ୍ପକିଛି ହାତରେ ଧରି ଗାନ୍ଧୀ କହିଥିଲେ ’’ ଏହି ଲୁଣ ସହିତ ମୁଁ ବ୍ରିଟିଶ ସାମ୍ରାଜ୍ୟର ମୁଳଦୂଆ ଦୋହଲାଇ ଦେଲି’’ । ସ୍ୱାଧିନତା ଆନ୍ଦୋଳନକୁ ଅଧିକ ବେଗବାନ କରିବାକୁ ଗାନ୍ଧୀ ଦାଣ୍ଡିଯାତ୍ରାରେ ବାହାରିଥିଲେ । ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ

ଆଡ଼ଭାନୀଙ୍କ ରଥଯାତ୍ରା

ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପରେ ଯଦି କୌଣସି ଯାତ୍ରା ଭାରତୀୟ ରାଜନୈତିକ ଇତିହାସରେ ଅଧିକ ଗୁରୁତ୍ୱ ବହନ କରେ ତେବେ ତାହା ହେଉଛି ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା୧୯୯୦ ଦଶକରେ ଗୁଜୁରାଟର ଅହମ୍ମଦାବାଦରୁ ଅଯୋଧ୍ୟା ଅଭିମୁଖେ ଲାଲକୃଷ୍ଣ ଆଡଭାନୀ ବାହାରିଥିଲେ । ଏକ ଟୟୋଟା ଗାଡିକୁ ରଥର ଆକାର ଦିଆଯାଇଥିଲା । ଯେଉଁଥିରେ ବସି ଆଡ଼ଭାନୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ । ଅବଶ୍ୟ ଆଡଭାନୀଙ୍କ ରଥ ଅଯୋଧ୍ୟାରେ ପହଂଚି ପାରିନଥିଲା କାରଣ ରାସ୍ତାରେ ବିହାର ପୋଲିସ ଲାଲୁ ଯାଦବଙ୍କ ଆଦେଶରେ ତାଙ୍କୁ ଗିରଫ କରିଥିଲା । ଆଡଭାନୀ ଅଯୋଧ୍ୟାରେ ପହଂଚି ପାରିନଥିଲେ କିନ୍ତୁ କରସେବକ ଆଡଭାନୀଙ୍କ ବିନା ଅଯୋଧ୍ୟାରେ ପହଂଚିଥିଲେ । ସେଠାରେ ସେକ୍ୟୁଲାର ଭୋଟ୍ ପାଇଁ ଆଉ ଜଣେ ଯାଦବ ମୁଲାୟମଙ୍କ ନିର୍ଦ୍ଦେଶରେ କରସେବକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଅନେକ କରସେବକ ପ୍ରାଣ ହରାଇଥିଲେ । ଆଉ ଏସବୁ ଆଡଭାନୀଙ୍କୁ ବନାଇଥିଲା ହିନ୍ଦୁ ହୃଦୟ ସମ୍ରାଟଆଡଭାନୀଙ୍କ ରଥ ବିଜେପିର ୮୦ ଆସନକୁ ୧୨୦ କରିଦେଇଥିଲା ହିନ୍ଦୁତ୍ୱ ରାଜନୀତିର ସେଣ୍ଟର ଷ୍ଟେଜକୁ ଆସିଥିଲା । ଆଉ ସବୁଠାରୁ ବଡ଼ କଥା ହେଲା,ଏହି ଗୋଟିଏ ଯାତ୍ରା ଭାରତୀୟ ରାଜନୀତିର ଧୃବୀକରଣ କରିଥିଲା । ଗୋଟିଏ ପଟେ ଥିଲା ହିନ୍ଦୁତ୍ୱ ଅନ୍ୟପଟେ ଥିଲା ଧର୍ମନିରପେକ୍ଷବାଦ

ଚୈତନ୍ୟ ରଥମ ଯାତ୍ରା

Middle post content

ରଥଯାତ୍ରାରେ କ୍ରେଡିଟ୍ ଆଡଭାନୀଙ୍କୁ ଦିଆଯାଇଥାଏ କିନ୍ତୁ ଏହା ସତ ନୁହେଁସ୍ୱାଧିନ ଭାରତରେ ରଥଯାତ୍ରାର ଟ୍ରେଣ୍ଡ୍ ଯଦି କିଏ ଆରମ୍ଭ କରିଥିଲେ ସିଏ ହେଉଛନ୍ତି ତେଲଗୁ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶ୍ୱଶୁର ଏନଟି ରାମାରାଓଆଡବାନୀଙ୍କ ୧୯୯୦ର ରଥଯାତ୍ରାର ଢେର ପୂର୍ବରୁ ୧୯୮୨ ମସିହାରେ ରାମାରାଓ ରଥରେ ବସି ପୁରା ଆନ୍ଧ୍ର ବୁଲିଥିଲେ । ତାଙ୍କ ରଥ ଯେଉଁ ଯେଉଁ ରାସ୍ତା ଦେଇ ଯାଇଥିଲା ସେହି ସବୁ ସ୍ଥାନରୁ କଂଗ୍ରେସ ମୁଳପୋଛ ହୋଇଯାଇଥିଲା ୧୯୮୨ରେ ରାମାରାୱ ନିଜ ସୁପରଷ୍ଟାରଡମକୁ ରାଜନୀତିରେ ଏନକ୍ୟାସ୍ କରିବାକୁ ବାହାରି ଥିଲେ । ସେ ୪ଥରରେ ପୁରା ରାଜ୍ୟର ଚକ୍କର କାଟିଥିଲେମୋଟ ୭୫ ହଜାର କିଲୋମିଟର ବୁଲିଥିଲେ । ବଦଳରେ ଦଳ ଗଠନର ମାତ୍ର ୯ ମାସ ପରେ ରାମାରଓ କଂଗ୍ରେସକୁ ହଟାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥିରେ କଂଗ୍ରେସର ମଧ୍ୟ ଯୋଗଦାନ ଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ରାଜୀବ ଗାନ୍ଧୀ ହାଇଦ୍ରାବାଦ ବିମାନ ବନ୍ଦରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଂଜନେୟଙ୍କ ସହ ଖରାପ ବ୍ୟବହାର କରିଥିଲେ । କାରଣ ଥିଲା ଅଧିକ କର୍ମୀ ରାଜୀବଙ୍କୁ ସ୍ୱାଗତ କରିବାକୁ ଆସିଥିଲେ । ଯାହା ରାଜୀବଙ୍କୁ ଭଲ ଲାଗିନଥିଲା । ଏହି ଘଟଣାକୁ ଏନଟି ରାମାରାଓ ତେଲଗୁ ସ୍ୱାଭିମାନ ସହ ଯୋଡିଥିଲେ । ଫଳରେ ୯ ମାସ ପରେ ହୋଇଥିବା ନିର୍ବାଚନରେ ତେଲଗୁ ଦେଶମ ପାର୍ଟିକୁ ୨୯୪ ଆସନରୁ ୧୯୯ ଆସନ ମିଳିଥିଲା ।

ଆନ୍ଧ୍ରରେ ପିତା-ପୁତ୍ରଙ୍କ ପଦଯାତ୍ରା

ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଆଉ ଦୁଇଟି ରାଜନୈତିକ ପଦଯାତ୍ରା ମଧ୍ୟ ରାଜନୈତିକ ପରିବର୍ତ୍ତନ ଆଣିଥିଲା । ୨୦୦୪ରେ ୧୦ ବର୍ଷ ଧରି କ୍ଷମତାରେ ଥିବା ତେଲଗୁ ଦେଶମ ପାର୍ଟିର ଶାସନରେ ପୂର୍ଣ୍ଣଛେଦ ଟାଣିଥିଲା ୱାଏସଆର ରାଜଶେଖର ରେଡ୍ଡିଙ୍କ ପଦଯାତ୍ରାରାଜଶେଖର ରାଜ୍ୟ ଭିତରେ ୧୫ଶହ କିଲୋମିଟର ପାଦରେ ଚାଲିଚାଲି ବୁଲିଥିଲେ । ଲୋକଙ୍କ ସହିତ ନିଜକୁ ଯୋଡ଼ିଥିଲେ । ଫଳାଫଳ ଥିଲା ନିଜକୁ ହାଇଟେକ୍ ମୁଖ୍ୟମନ୍ତ୍ରୀ କହି ବିଲ୍ ଗେଟସଙ୍କ ସହିତ ମିଟିଂ କରୁଥିବା ଚନ୍ଦ୍ରବାବୁ ନାଇଡୁ ଅଚାନକ ନିଜ ଚୌକିନଥିବା ଜାଣିଥିଲେ । ପାଦରେ ଚାଲି ଚାଲି ରାଜଶେଖର ହେଲିକପ୍ଟରରେ ଉଡ଼ୁଥିବା ସିଲିକନ ଭ୍ୟାଲିରେ ଡଟ୍ କମ୍ ବୁମର ସ୍ୱପ୍ନ ଦେଖୁଥିବା ଚନ୍ଦ୍ରାବାବୁ ନାଇଡୁଙ୍କୁ ମାଟିକୁ ଟାଣି ଆଣିଥିଲେ

ରାଜଶେଖର ରେଡ୍ଡିଙ୍କ ପଦଯାତ୍ରା ଫର୍ମୁଲା ପୁଅ ଜଗନ ମୋହନ ରେଡ୍ଡିଙ୍କୁ କ୍ଷମତା ଦେଇଛି ୨୦୦୯ରେ ରାଜଶେଖର ରେଡ୍ଡିଙ୍କର ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୁଏ । ଜଗନମୋହନ ଆଶା କରିଥିଲେ ଯେ,ତାଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ମୁଖ୍ୟମନ୍ତ୍ରୀ କରିବେ । କିନ୍ତୁ ପରିବାର ବାହାରେ ସୋନିଆଙ୍କୁ ପରିବାରବାଦ ନଜର ଆସିଥିଲା ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କଲେ ଖରାପ ସନ୍ଦେଶ ଯିବ ବୋଲି ସୋନିଆ ତାଙ୍କୁ ନାସ୍ତିବାଚକ ଉତ୍ତର ଦେଇଥିଲେ ଜଗନ କଂଗ୍ରେସ ଛାଡି ୱାଇଏସଆର କଂଗ୍ରେସ ଗଢନ୍ତି । ବାପାଙ୍କ ଭଳି ସେ ମଧ୍ୟ ରାସ୍ତାକୁ ଓହ୍ଲାନ୍ତି । ମା’ଙ୍କ ସହିତ ପଦଯାତ୍ରାରେ ବାହାରନ୍ତି । ଯାତ୍ରାର ନାମ ଥିଲା ପ୍ରଜ୍ଞା ସଂକଳ୍ପ ଯାତ୍ରାମୋଟ ୩୬୪୮ କିଲୋମିଟର ଯାତ୍ରା ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦିଏ ।

ଚନ୍ଦ୍ରଶେଖରଙ୍କ ଭାରତଯାତ୍ରା

ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ ଭାରତ ଯାତ୍ରାରେ ବାହାରିଥିଲେ୬ ଜାନୁଆରି ୧୯୮୩ରୁ ୨୫ ଜୁନ ୧୯୮୩ ପର୍ଯ୍ୟନ୍ତ ତାଙ୍କ ପଦଯାତ୍ରା ଜାରି ରହିଥିଲା । କନ୍ୟାକୁମାରୀରୁ ସେ ଭାରତଯାତ୍ରା ଆରମ୍ଭ କରିଥିଲେ । ସେ ୪ ହଜାର ୨୬୦ କିଲୋମିଟର ପଦଯାତ୍ରା କରିଥିଲେ ଚନ୍ଦ୍ରଶେଖରଙ୍କ ଏହି ପଦଯାତ୍ରାର ମୁଳଲକ୍ଷ୍ୟ ଥିଲା ଲୋକଙ୍କ ସହ ଭେଟି ସେମାନଙ୍କ ଆଧାରଭୂତ ସମସ୍ୟାକୁ ବୁଝିବା । ଏହା ସହିତ ବିଖଣ୍ଡିତ ଜନତା ପାର୍ଟିକୁ ସଂଜିବନୀ ଦେବାରାହୁଲ ଗାନ୍ଧୀ ମଧ୍ୟ ସେହି ଏକା ଲକ୍ଷ୍ୟରେ ବାହାରିଛନ୍ତି । କଂଗ୍ରେସର ହଜିଯାଇଥିବା ଜନାଧାରକୁ ପୁଣି ଖୋଜିବା ଓ ନିଜ ପଟକୁ ଆଣିବା ତାଙ୍କ ଲକ୍ଷ୍ୟ । ତେବେ ସେ ଏଥିରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami