ବୁଲି ବୁଲି ନେତାଙ୍କୁ ଭେଟୁଛନ୍ତି ନୀତୀଶ କିନ୍ତୁ କାହା ମନରେ କ’ଣ ଅଛି ?

Above Post Content

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ହାତ ଛାଡି ଏବେ ବିରୋଧୀ ମେଣ୍ଟକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟରୁ ରାଜ୍ୟ ଭ୍ରମଣ କରୁଛନ୍ତି ନୀତୀଶ । ବିଭିନ୍ନ ଆଂଚଳିକ ଦଳ ନେତାଙ୍କୁ ସାକ୍ଷାତ କରୁଛନ୍ତି । କହୁଛନ୍ତି ବିଜେପି ବିରୋଧୀ ମେଣ୍ଟକୁ ମଜବୁତ କରିବା ତାଙ୍କ ଲକ୍ଷ୍ଯ । କିନ୍ତୁ ରାଜନୈତିକ ବିଶ୍ଲେଷକଙ୍କୁ ଜଳଜଳ ଦେଖାଯାଉଛି ଯେ, ନୀତୀଶ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ନିଜ ଦାବିକୁ ମଜବୁତ କରୁଛନ୍ତି । ଏପର୍ଯ୍ୟନ୍ତ ସେ ରାହୁଲ ଗାନ୍ଧୀ,ଏଚଡି କୁମାରସ୍ୱାମୀ,ସୀତାରାମ ୟେଚୁରୀ,ଲାଲୁ ଯାଦବଙ୍କୁ ଭେଟି ସାରିଛନ୍ତି । ଏବେ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସି କ୍ରାନ୍ତିକାରୀ ଝାଡୁଧାରୀ ଅରବିନ୍ଦ କେଜରିୱାଲଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତକାର ପରେ ନୀତୀଶ ଓ କେଜରିୱାଲଙ୍କ ହସହସ ମୁହଁ ବିଶିଷ୍ଟ ଫଟୋ ପଦାକୁ ଆସିଛି । ବାକି ନେତାଙ୍କ ସହିତ ମଧ୍ୟ ସମାନ ପୋଜର ଫଟୋ ଆଗରୁ ଆସିଛି । ଫଟୋରେ ସବୁ ନେତା ହସୁଛନ୍ତି । ତେବେ ପ୍ରଶ୍ନ ହେଲା ଏହି ହସ ପଛରେ କେଉଁ ନେତାଙ୍କ ମନରେ କ’ଣ ଅଛି ? ନୀତୀଶଙ୍କୁ ସେମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣିବେ କି ? ନା ସେମାନଙ୍କର ନିଜସ୍ୱ କିଛି ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରହିଛି ?

ରାହୁଲ ଗାନ୍ଧୀ ୨୦୧୫ରେ ନୀତୀଶଙ୍କ ସପକ୍ଷରେ ବାହାରିଥିଲେ

After 2nd paragraph post ads

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତୀଶ ବିଜେପି ଶିବିର ଛାଡି ସାରିଥିଲେଏକାକି ନିର୍ବାଚନ ଲଢିଥିଲେଫଳାଫଳ ତାଙ୍କ ବିରୋଧରେ ଯାଇଥିଲା । ତେଣୁ ୨୦୧୫ ବିହାର ନିର୍ବାଚନରେ ଲାଲୁ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସହିତ ମେଣ୍ଟ କରିଥିଲେଲାଲୁଙ୍କ ଇଛା ଥିଲା ତାଙ୍କ ପୁଅ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । କିନ୍ତୁ ରାହୁଲ ନୀତୀଶଙ୍କୁ ମହାମେଣ୍ଟର ମୁହଁ କରିଥିଲେ । ନିର୍ବାଚନରେ ଆରଜେଡି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ରାହୁଲଙ୍କ ପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ ହେଲେ । ତେବେ କିଛି ବର୍ଷ ପରେ ନୀତୀଶ ମହାମେଣ୍ଟରୁ ଓହରି ଯାଇ ବିଜେପିର ଶରଣ ପଶିଥିଲେ । ଏହା ସତ୍ୱେ ରାହୁଲ କେବେ ମଧ୍ୟ ନୀତୀଶଙ୍କ ଉପରେ ବ୍ୟକ୍ତିଗତ ହମଲା କରିନାହାନ୍ତି । ଏହାବାଦ ବି ବଡ଼ ପ୍ରଶ୍ନ ହେଲା ରାହୁଲ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ୱୀକାର କରିପାରିବେ କି ? କାରଣ ବିହାର କଥା ଅଲଗା ଦିଲ୍ଲୀ କଥା ଅଲଗା ନୀତୀଶଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ଅର୍ଥ ହେବ କଂଗ୍ରେସ ଗୋଟିଏ ଆଞ୍ଚଳିକ ଦଳର ଜୁନିଅର ଟିମ୍ ହେବା ।

ୟେଚୁରି କହିଥିଲେ- ନୀଚୀଶ ଧୋକା ଦେଇଥିଲେ

Middle post content

ୟେଚୁରୀଙ୍କୁ ମଧ୍ୟ ନିକଟରେ ନୀତୀଶ ସାକ୍ଷାତ କରିଥିଲେ । ଏବେ ଦୁହିଁକ ଶତ୍ରୁ ହେଉଛି ବିଜେପି । ତେଣୁ ଉଭୟ ଉଭୟଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ଅତିତକୁ ଯଦି ଦେଖିବା ତେବେ ପାଇବା ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ହାତ ମିଳାଇବା ପରେ ୟେଚୁରୀ ନୀତୀଶଙ୍କୁ ଧୋକାବାଜ ବୋଲି କହିଥିଲେନୀତୀଶ ମହାମେଣ୍ଟରେ ଥିବା ପର୍ଯ୍ୟନ୍ତ ବିରୋଧୀ ଦଳର ପ୍ରାୟ ସବୁ ନେତା ତାଙ୍କ ଭିତରେ ପ୍ରାଇମ ମିନିଷ୍ଟର ମେଟେରିଆଲ ଦେଖୁଥିଲେ । କିନ୍ତୁ ଥରେ ହାତଛାଡିବା ପରେ ପରିସ୍ଥିତି ଓ ବିଶ୍ୱାସ ବଦଳି ଯାଇଛି । ଏବେ ନୂଆ ସମୀକରଣ ଭିତରେ ୟେଚୁରୀ ଧୋକାବାଜ ନୀତୀଶଙ୍କୁ ପୁଣିଥରେ ବିଶ୍ୱାସ କରିପାରିବେ କି ?

ନୀତୀଶଙ୍କ ନିଷ୍ପତିକୁ ଏଚଡି ଦେବେଗୌଡାଙ୍କ ସମର୍ଥନବିଜେପିଠାରୁ ଅଲଗା ହେବା ପାଇଁ ନୀତୀଶଙ୍କ ନିଷ୍ପତି ଏଚଡି ଦେବେଗୌଡାଙ୍କୁ ଖୁସୀ କରିଥିଲା । ସେ କହିଥିଲେ ଯେ, ଜନତା ଦଳର ପୁରୁଣା ସାଥୀ ଏକାଠି ହେବା ସେ ଚାହାନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ବୁଢା ହୋଇଗଲେଣିନୂଆ ପିଢି ଦେଶକୁ ନୂଆ ବିକଳ୍ପ ଦେବା ସେ ଚାହାନ୍ତି । ସୂଚନାଯୋଗ୍ୟ ଯେ,ନୀତୀଶ ସିନିୟର ଦେବେଗୌଡାଙ୍କ ପୁଅ କୁମାରସ୍ୱାମୀଙ୍କୁ ମଧ୍ୟ ନିକଟରେ ସାକ୍ଷାତ କରିଥିଲେ । ବିରୋଧୀଙ୍କୁ ଏକାଠି କରିବା ଏହି ସାକ୍ଷାତକାରର ଲକ୍ଷ୍ୟ ଥିଲା ବୋଲି ନୀତୀଶ ସେତେବେଳେ କହିଥିଲେ । ଏମିତିରେ ବି ଜେଡିଏସ ପିତା-ପୁତ୍ର କେବେ ମଧ୍ୟ ନୀତୀଶଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିନାହାନ୍ତି । ତେଣୁ ସେମାନେ ଭବିଷ୍ୟତରେ ଯଦି ନୀତୀଶଙ୍କ ପଛରେ ଛିଡା ହେବେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ

କେଜ୍ରିୱାଲ ମଧ୍ୟ କହୁଛନ୍ତି ଦେଶର କଥା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜିକାଲି ଦେଶ କଥା ବେସି କହୁଛନ୍ତିଆପ୍ ନେତା କେଜ୍ରିୱାଲଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାକୁ ହେଳା କରୁନାହାନ୍ତି ନୀତୀଶ ତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତିକେଜ୍ରିୱାଲଙ୍କ ପ୍ରଧାନମନ୍ତ୍ରୀ ହେବାର ମହତ୍ୱାକାଂକ୍ଷା ରହିଛି ପଂଜାବ ବିଜୟ ପରେ ଏହି ଆଶାକୁ ଆଉ ଟିକେ ବଳ ମିଳିଛି । ଏମିତିରେ ଅରବିନ୍ଦ କେଜ୍ରିୱାୱା ଭବିଷ୍ୟତରେ ନୀତୀଶଙ୍କୁ ରାସ୍ତା ଛାଡିବେ କି ନାହିଁ ତାହା ବଡ଼ କଥା । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ ଥିବା ବିଜେପି ବିରୋଧୀ ଆଂଚଳିକ ଦଳ ସବୁ ହିଁ ବିରୋଧୀ ଏକତା ପାଇଁ ସବୁଠାରୁ ବଡ଼ ବିପଦ । କାରଣ ସମସ୍ତଙ୍କର ନିଜସ୍ୱ ଏଜେଣ୍ଡା ଅଛି ଓ ସମସ୍ତଙ୍କ ଆଖିରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami