ଦଳ ଛାଡିଲେ ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା

Above Post Content

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ଭାରତୀୟ ଜନତା ପାର୍ଟି ସହ ତାଙ୍କର ୨୫ ବର୍ଷର ପୁରୁଣା ସମ୍ପର୍କ ଛିଣ୍ଡାଇ ଦେଇଛନ୍ତି । ଅନ୍ୟ ଲୋକଙ୍କ ବ୍ୟତୀତ ଦଳର ଏକ ବର୍ଗ ଏପରି ଜଣେ ବ୍ୟକ୍ତିଙ୍କୁ ସମର୍ଥନ କରୁଛନ୍ତି, ଯିଏ ତାଙ୍କ ସହ ଧୋକାବାଜି କରିଥିଲା । ତଡିମଲ୍ଲା ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଦଳ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ଟିକେଟ ଦେବା ବୋଲି ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ କାଟି ଦେଇଥିଲା । ଏହା ପରେ ବି ସେ ବିଜେପି ପ୍ରତି ପ୍ରତିବଦ୍ଧ ଥିଲେ ।

ଦୁଃଖ ଏବଂ ନିରାଶାର ସହ ଦଳରୁ ଦେଲେ ଇସ୍ତଫା

After 2nd paragraph post ads
Middle post content

ଖୁବ ଦୁଃଖ ଏବଂ ନିରାଶାର ସହ ଦଳରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛି । ଏହି ପୋଷ୍ଟକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ତାମିଲନାଡୁ ମୁଖ୍ୟ କେ.ଆନ୍ନାମଲାଇଙ୍କ ସହ ଅନ୍ୟମାନଙ୍କୁ ଟାଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ମୋ ଟଙ୍କା, ସମ୍ପତ୍ତି ଏବଂ କାଗଜପତ୍ରରେ ଧୋକାବାଜି କରିଛନ୍ତି । ଏହି ଘଟଣାରେ ମୋତେ ଦଳ ଏବଂ ନେତାଙ୍କଠାରୁ ତ କୌଣସି ସମର୍ଥନ ମିଳିଲା ନାହିଁ । ବରଂ ସୂଚନା ମିଳିଲା ଯେ କେତେକ ଲୋକ ସକ୍ରିୟ ଭାବେ ଏହି ବ୍ୟକ୍ତିଙ୍କୁ ସାହାର୍ଯ୍ୟ ଏବଂ ସମର୍ଥନ କରୁଛନ୍ତି ।

ଦଳ ପ୍ରତି ମୋର ପ୍ରତିବଦ୍ଧତା ଶେଷ ଯାଏ ରଖିଥିଲି

ତଡିମଲ୍ଲା କହିଛନ୍ତି, ଏ ସମ୍ପର୍କରେ ସେ ପୋଲିସରେ ଅଭିଯୋଗ ବି କରିଥିଲେ । ନ୍ୟାୟ ମିଳିବ ବୋଲି ସେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖିଛନ୍ତି । ୨୦୨୧ ବିଧାନସଭା ନିର୍ବାଚନ ସମୟରେ ରାଜପଲାୟମ ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ୱ ତାଙ୍କୁ ଦିଆ ଯାଇଥିଲା ଏବଂ ଆଶ୍ୱାସନା ଦିଆ ଯାଇଥିଲା ଯେ, ଏହି କ୍ଷେତ୍ରରୁ ସେ ନିର୍ବାଚନ ଲଢିବେ । ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟକୁ କାଟି ଦିଆ ଯାଇଥିଲା । ଦଳ ପ୍ରତି ମୋର ପ୍ରତିବଦ୍ଧତା ମୁଁ ଶେଷ ଯାଏ ବଜାୟ ରଖିଥିଲି । ହେଲେ ୨୫ ବର୍ଷ ସେବା ପରେ ମୋତେ ଦଳ ପକ୍ଷରୁ କୌଣସି ସମର୍ଥନ ମିଳିଲା ନାହିଁ । ତେଣୁ ଦୁଃଖ କିନ୍ତୁ ଦୃଢ ସଙ୍କଳ୍ପର ସହ ସେ ଏହି ଇସ୍ତଫା ପତ୍ର ଲେଖୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami