ରାତି ୧୦ ପରେ ଫୁଟିବନି ବାଣ, ଉଚ୍ଚ ଶବ୍ଦକାରୀ ବାଣକୁ ନା

Above Post Content

ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦିପାବଳୀ । ଚଳିତ ଥର ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି କମିସନରେଟ୍ ପୋଲିସ । ଲୋକମାନେ ରାତି ୮ଟାରୁ ରାତି ୧୦ଟା ଭିତରେ ହିଁ ବାଣ ଫୁଟାଇପାରିବେ । ହେଲେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଯେଉଁ ବ୍ୟବସାୟୀମାନେ ବାଣ ବିକ୍ରି କରିବେ, ସେମାନେ କେବଳ ଏହି ଗ୍ରିନ୍ କ୍ରାକର ହିଁ ବିକିପାରିବେ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ୍ ପୋଲିସ ସତର୍କ କରାଇଛି ।

ବାଣଫୁଟା ପ୍ରଦୂଷଣକୁ ବଢାଇଥାଏ

After 2nd paragraph post ads
Middle post content

ଭୁବନେଶ୍ୱରରେ ଦିନକୁ ଦିନ ବାୟୂ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଦୀପାବଳିର ବାଣଫୁଟା ଏହାକୁ ଗୋଟିଏ ଦିନରେ ହିଁ ଅନେକ ଗୁଣରେ ବଢ଼ାଇ ଦିଏ । ବାୟୂ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟିକରେ । ବାଣଫୁଟା ସମୟରେ ଅନେକ ଅଘଟଣ ବି ଘଟେ । ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ୫୦୦ରୁ ଊଦ୍ଧ୍‌ର୍୍ୱ ବାଣ ବ୍ୟବସାୟୀ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ପାଖାପାଖି ୯୦ ପ୍ରତିଶତଙ୍କୁ ଅନୁମତି ମିଳିିଛି । ସେମାନେ ବରମୁଣ୍ଡା, ରସୁଲଗଡ଼, ଚନ୍ଦ୍ରଶେଖରପୁର, ଜଟଣୀ ଭଳି ବଡ଼ ବଡ଼ ପଡ଼ିଆ ଓ ଖୋଲା ଅଞ୍ଚଳରେ ବାଣ ବଜାର ଲଗାଯାଇଛି ।

ବାଣ ଦୋକାନ ଉପରେ ନଜର ରଖିବ ଟିମ୍

ଅଗ୍ନି ନିରାପତ୍ତା ଦୃଷ୍ଟିକୁ ମଧ୍ୟ ଗୁରୁତ୍ୱ ଦେବେ । ଏସବୁ ଭିତରେ ବ୍ୟବସାୟୀମାନେ ଗ୍ରିନ୍ କ୍ରାକର ବିକ୍ରି କରୁଛନ୍ତି ନା ନାହିଁ ଓ ନିୟମ ମୁତାବକ ଦୋକାନ କରିଛନ୍ତି ନା ନାହିଁ ଯାଞ୍ଚ କରିବା ଲାଗି ଡିସିପି ପ୍ରତୀକ ସିଂହ ଦୁଇଟି ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି । ଦୁଇଜଣ ଏସିପିଙ୍କ ନେତୃତ୍ୱରେ ପ୍ରଦୂଷଣ ବୋର୍ଡର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ମିଳିତ ଭାବେ ବାଣ ବଜାରଗୁଡ଼ିକ ଉପରେ ନଜର ରଖିବେ । ଏହାଛଡ଼ା ନିଜ ଅଞ୍ଚଳ ଉପରେ ନଜର ରଖିବା ଲାଗି ପ୍ରତି ଥାନାକୁ ସତର୍କ ରହିବାକୁ ଡିସିପି ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନେ ନିର୍ଦ୍ଧାରିତ ସମୟ ଭିତରେ ହିଁ ବାଣ ଫୁଟାଇବାକୁ ନିଶ୍ଚିତ କରିବାଲାଗି ପୋଲିସ ଓ ପାଟ୍ରୋଲିଂ ଟିମ୍ ନିରନ୍ତର ନଜର ରଖିବେ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami