୨୬୪ ବର୍ଷ ତଳେ ପ୍ରଥମ ଥର ପାଇଁ ଭାରତରେ ଜାରି ହୋଇଥିଲା ଏକ ଟଙ୍କିଆ ମୁଦ୍ରା, ଜାଣନ୍ତୁ ଟଙ୍କାକ’ର କାହାଣୀ

Above Post Content

ମୁଦ୍ରାସ୍ଫିତୀ ବଢିବା ସହିତ ହୁଏତ ଏମିତି ଗୋଟିଏ ଦିନ ଆସିବ ଯେତେବେଳେ ବଜାରରେ ଆଉ ଟଙ୍କିକିଆ ଚଳିବ ନାହିଁ । ଯେମିତି ୨୫ ପଇସା, ୫୦ ପଇସା ଆମ ଜିବଦ୍ଦସାରେ ଅତିତର କାହାଣୀ ହୋଇଗଲା ସେମିତି ହୁଏତ ଏକ ଟଙ୍କିଆ ମୁଦ୍ରା ବି ଇତିହାସ ପୃଷ୍ଠାକୁ ଚାଲିଯିବ । ତେବେ ଏକ ଟଙ୍କିଆ ଏବେବି ଯେତେବେଳେ ବଜାରରେ ଚାଲୁଛି ସେତେବେଳେ ଆସନ୍ତୁ ଜାଣି ନେବା ଏକ ଟଙ୍କିଆ ମୁଦ୍ରାର ଜନ୍ମଜାତକ

ବ୍ରିଟିଶ ବେପାରୀ ଭାବେ ଭାରତ ଆସିଥିଲେ । ଏହା ଆମେ ସମସ୍ତେ ଜାଣିଛେ । ୧୬ ଶହ ମସିହାରେ ବ୍ୟବସାୟୀ ଭାବେ ଭାରତ ଆସିଥିବା ଇଷ୍ଟଇଣ୍ଡିଆ କମ୍ପାନୀ ୧୭୫୭ ବେଳକୁ ଏକ ସାମରିକ ଶକ୍ତି ପାଲଟି ସାରିଥିଲା । ସେହିବର୍ଷ କମ୍ପାନୀ ବଙ୍ଗ ନବାବ ସିରାଜଉଦ୍ଦୌଲାଙ୍କୁ ହରାଇ ଭାରତୀୟଙ୍କୁ ତାର ଲକ୍ଷ୍ୟ କ’ଣ ଜଣାଇ ଦେଇଥିଲା । ନିଜ ହାତକୁ ସିଧା ଶାସନ ନନେଇ କଣ୍ଢେଇ ନବାବଙ୍କ ଜରିଆରେ କମ୍ପାନୀ ବଙ୍ଗର ଶାସନ ମଙ୍ଗ ଧରିଲା । ଏହା ସହିତ କମ୍ପାନୀ ନିଜର ମୁଦ୍ରା ମଧ୍ୟ ବନାଇବା ଆରମ୍ଭ କଲା ।

After 2nd paragraph post ads
Middle post content

ପଲାସୀ ଯୁଦ୍ଧ ପରେ କମ୍ପାନୀ ବଙ୍ଗ ନବାବ ମିର ଜାଫରଙ୍କ ସହିତ ଗୋଟିଏ ଲୋକ ଦେଖାଣିଆ ଚୁକ୍ତି କରି ମୁଦ୍ରା ତିଆରି କରିବା ପାଇଁ ଅନୁମତି ନେଇଥିଲା । କୋଲକତାରେ ଏଥିପାଇଁ ମୁଦ୍ରାଶାଳା ପ୍ରତିଷ୍ଠା କରାଗଲା ୧୯ ଅଗଷ୍ଟ ୧୭୫୭ରେ ପ୍ରଥମ ଥର ପାଇଁ ଏକ ଟଙ୍କାର ମୁଦ୍ରା ଏହି ମୁଦ୍ରାଶାଳାରୁ ବାହାରିଥିଲା । ଯଦିଓ ଏହା ପୂର୍ବରୁ କମ୍ପାନୀ ସୁରଟ, ମୁମ୍ବାଇ ଓ ଅହମ୍ମଦାବାଦରେ ମୁଦ୍ରାଶାଳା ପ୍ରତିଷ୍ଠା କରିଥିଲା ତେବେ ଏହି ତିନୋଟି ସ୍ଥାନରେ ଏକ ଟଙ୍କିଆ ମୁଦ୍ରା ତିଆରି ହେଉନଥିଲା । ପ୍ରଥମ ଥର ପାଇଁ ଏକ ଟଙ୍କିଆ ମୁଦ୍ରା କୋଲକତାରେ ତିଆରି ହୋଇଥିଲା ।

କମ୍ପାନୀ ତା’ର ପ୍ରଥମ ମୁଦ୍ରାଶାଳ ସୁରଟରେ ପ୍ରତିଷ୍ଠା କରିଥିଲା । କିନ୍ତୁ ଏହି ମୁଦ୍ରାଶାଳ କମ୍ପାନୀର ଆବଶ୍ୟକତା ପୁରଣ କରି ପାରୁନଥିଲା । ସେଥିପାଇଁ ୧୬୩୬ରେ କମ୍ପାନୀ ଅହମ୍ମଦାବାଦରେ ମଧ୍ୟ ଏକ ମୁଦ୍ରାଶାଳ ପ୍ରତିଷ୍ଠା କରିଥିଲା । ଏହାପରେ ୧୬୭୨ରେ ବମ୍ବେରେ ଆଉ ଗୋଟିଏ ମୁଦ୍ରାଶାଳା ପ୍ରତିଷ୍ଠା କରିଥିଲା । ତେବେ ସେତେବେଳେ କମ୍ପାନୀର ସବୁ ମୁଦ୍ରାଶାଳାର ମୁଦ୍ରା ସମାନ ନଥିଲା ବଙ୍ଗ, ମାଡ୍ରାସ ଓ ବମ୍ବେ ପ୍ରେସିଡେନ୍ସିରେ ଅଲଗା ଅଲଗା ମୁଦ୍ରା ପ୍ରଚଳିତ ଥିଲା । ଏହି କାରଣରୁ ବ୍ୟବସାୟରେ ଅସୁବିଧା ହେଉଥିଲା ।

ବ୍ୟବସାୟରେ ହେଉଥିବା ଏହି ସମସ୍ୟାକୁ ଆଖି ଆଗରେ ରଖି ୧୮୩୫ ମସିହାରେ ୟୁନିଫର୍ମ କଏନେଜ୍ ଆକ୍ଟ ପାସ କରି କମ୍ପାନୀ ଶାସିତ ସବୁ ରାଜ୍ୟରେ ଏକ ପ୍ରକାରର ମୁଦ୍ରା ପ୍ରଚଳନ କରାଯାଇଥିଲା । କମ୍ପାନୀ ଦ୍ୱାରା ଜାରି ସମସ୍ତ ମୁଦ୍ରାର ଗୋଟିଏ ପଟେ ବ୍ରିଟିଶ ରାଜା ୱିଲିୟମ ପଂଚମଙ୍କ ମସ୍ତକଅନ୍ୟପାର୍ଶ୍ୱରେ ଇଂରାଜି ଓ ପାର୍ସୀରେ ମୁଦ୍ରାର ମୂଲ୍ୟ ଲେଖା ରହୁଥିଲା । ତେବେ ୧୮୫୭ ବିଦ୍ରୋହ ପରେ ଭାରତ ଶାସନ ଭାର ବ୍ରିଟିଶ ସରକାର ନିଜ ହାତକୁ ନେଇଥିଲେ । ଏହାପରଠାରୁ ଟଙ୍କିକିଆ ମୁଦ୍ରାରେ ବ୍ରିଟିଶ ରାଜପରିବାରର ସଂକେତ ଅଙ୍କିତ ହେଲା । ଏହି ମୁଦ୍ରା ସବୁ ଭାରତ ସ୍ୱାଧିନତା ପାଇବା ପରେ ମଧ୍ୟ ପ୍ରଚଳିତ ଥିଲା । ୧୯୫୦ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଅମଳର ଏକ ଟଙ୍କିଆ ମୁଦ୍ରା ପ୍ରଚଳିତ ଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami