ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ

Above Post Content

ଭୁବନେଶ୍ୱର: ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର । ମୁଁ ସେମାନଙ୍କ ସେବା କରି ଆସୁଛି । ସୁଖରେ ଦୁଃଖରେ ମୁଁ ସବୁବେଳେ ସେମାନଙ୍କ ସାଥୀରେ ଅଛି । ତେଣୁ ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ହିଁ ଦେବେ । ଏପରି କହି ବିରୋଧୀଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Middle post content

ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ

After 2nd paragraph post ads

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବାତ୍ୟାରେ ସବୁବେଳେ ମୁଁ ଲୋକଙ୍କ ପଛରେ ଅଛି । ଶେଷ ପର୍ଯ୍ୟନ୍ତ ମୁଁ ସେମାନଙ୍କ ସହିତ ଛିଡ଼ା ହୋଇଥିବି । ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ୱାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ୟକୁ ନମ୍ୱର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ସମସ୍ତେ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ । ବିଶେଷ କରି ମାଆମାନେ ଓ ଯୁବ ପୀଢ଼ି ଏହି ଅସମ୍ମାନର ଜବାବ ଜୁନ ୧ ତାରିଖରେ ହେବାକୁ ଥିବା ଭୋଟରେ ଦେବେ । ମାଆମାନଙ୍କ ଆଶୀର୍ବାଦ ସବୁବେଳେ ଓଡ଼ିଶା ସହିତ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami