ବଢ଼଼ାଗଲା ଖାର୍ଗେଙ୍କ ସୁରକ୍ଷା ବ୍ୟବସ୍ଥା

Above Post Content

 

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି । ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି । ସିଆରପିଏଫର ମୋଟ ୫୮ କମାଣ୍ଡୋ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇବ ।

After 2nd paragraph post ads
Middle post content

ଖାର୍ଗେଙ୍କୁ ଜଗିବେ ୫୫ ଯବାନ

ଜେଡ ପ୍ଲସ ସୁରକ୍ଷାରେ ସାଧାରଣତଃ ୫୫ ଯବାନ ରହିଥାଆନ୍ତି, ଯେଉଁଥିରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର କମାଣ୍ଡୋ ଓ ପୋଲିସ ଯବାନ ସାମିଲ ହୋଇଥାଆନ୍ତି । ଏମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦିଆଯାଇଥାଏ । ଟିମ୍‌ର ପ୍ରତ୍ୟେକ ସଦସ୍ୟ ମାର୍ଶଲ ଆର୍ଟ ଓ ଯୁଦ୍ଧ ଦକ୍ଷତା ଉପରେ ପାରଦର୍ଶୀ ଥାଆନ୍ତି । ଏବେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସାରା ଦେଶରେ ଜେଡ ପ୍ଲସ ବର୍ଗ ସୁରକ୍ଷା ପ୍ରଦାନ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami