ଚୀନ୍ ନିଜ ଅସ୍ତ୍ରଭଣ୍ଡାରରେ ଆଧୁନିକ ଓ ବିପଜ୍ଜନକ ଅସ୍ତ୍ର ମହଜୁଦ କରିବାରେ ଲାଗିଛି । ଅଧିକରୁ ଅଧିକ ଜାହାଜ ତିଆରି କରୁଛି । ପରମାଣୁ ବୁଡାଜାହଜକୁ ମୁତ୍ତୟନ କରୁଛି । ଡ୍ରାଗନ ସେନା ପାଖରେ ସବୁ ଅଛି କିନ୍ତୁ ଖାଲି ନାହିଁ ଆତ୍ମବିଶ୍ୱାସ । ଏମିତି ଦାବି କରିଛି ଜାପାନ । ଜାପାନର ଦାବି ଯେ, ଚୀନ ବଡ଼ ବଡ଼ ଯୁଦ୍ଧ ଜାହାଜ ତିଆରି କରୁଛି, ମିଶାଇଲ ଲଂଚ୍ କରୁଛି ସତ କିନ୍ତୁ ପ୍ରକୃତ ଯୁଦ୍ଧ ବେଳେ ଏହାର ସୈନିକ ଛତ୍ରଭଙ୍ଗ ଦେବେ । ଡ୍ରାଗନ ସେନାର ସୈନିକଙ୍କ ପାଖରେ ଯୁଦ୍ଧ ଲଢିବାର ଆତ୍ମବିଶ୍ୱାସ ନାହିଁ ।
ଏହାର ଉଦାହରଣ ଭାବେ ୨୦୧୮ର ଏକ ଘଟଣାକୁ ଜାପାନ ଆଗରେ ରଖେ । ୨୦୧୮ରେ ଜାପାନର ସୈନିକକୁ ଦ୍ୱିପର ଜଳସୀମା ମଧ୍ୟକୁ ଚୀନର ଏକ ବୁଡା ଜାହଜ ଅନୁପ୍ରବେଶ କରିଥିଲା । ଜାପାନୀ ସେନା ବୁଡା ଜାହଜର ଉପସ୍ଥିତିକୁ ଠଉରାଇ ନେଇଥିଲା । ଫଳରେ ଚୀନ ବୁଡା ଜାହଜ ପାଣି ଭିତରୁ ତୁରନ୍ତ ବାହାରି ଆସିଥିଲା । ଏହା ମଧ୍ୟ ଚୀନ ପତାକା ଉଡାଇଥିଲା । ପତାକା ଉଡାଇବା ପଛରେ ଗୋଟିଏ ମାତ୍ର କାରଣ ଥିଲା ଯେ, ଯେମିତି ଜାପାନୀ ସୈନିକ ଏହା ଉପରେ ଆକ୍ରମଣ ନକରନ୍ତି । ଜାପାନ ଓ ଆମେରିକାର ଅନେକ ସେନା ଅଧିକାରୀଙ୍କ ଅନୁସାରେ ଏହି ଘଟଣା ପ୍ରମାଣିତ କରେ ଯେ, ଚୀନ୍ ସେନା ପାଖରେ ଆତ୍ମବିଶ୍ୱାସର ଅଭାବ ରହିଛି ।
ଏକ ସନ୍ତାନ’ ପଲିସି ପାଇଁ ଆତ୍ମବିଶ୍ୱାସର ଅଭାବ
ଚୀନ୍ କମ୍ୟୁନିଷ୍ଟ ସରକାର ଗତ କେଇ ବର୍ଷ ଧରି ସେନା ପିଛା ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି । ଚୀନ୍ ସେନାର ଏହି ଶକ୍ତି କେବଳ ମିଶାଇଲ୍ ଓ ଟ୍ୟାଙ୍କରେ ହିଁ ଦେଖିବାକୁ ମିଳିପାରେ । ଅନ୍ୟପକ୍ଷରେ ଏହାର ସୈନିକଙ୍କ ଆତ୍ମବିଶ୍ୱାସରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯଦିଓ ଚୀନ୍ ଏୟାରକ୍ରାଫ୍ଟ୍ କ୍ୟାରିୟର ତିଆରି କରୁଛି କିନ୍ତୁ ଜାପାନର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଅନୁସାରେ ପ୍ରକୃତ ଯୁଦ୍ଧ ସମୟରେ ଏହି ବିମାନବାହି ଯୁଦ୍ଧ ପୋତ ସବୁ ବନ୍ଦର ଛାଡି ନପାରନ୍ତି । କାରଣ ଚୀନ୍ ସୈନିକ ମୃତ୍ୟୁକୁ ଡରନ୍ତି । ସେମାନେ ଭାବନ୍ତି ଯେ, ଯଦି ସେମାନେ ଯୁଦ୍ଧକୁ ଯାଉଛନ୍ତି ତେବେ ଫେରିବାର ସମ୍ଭାବନା ବହୁତ କମ ।
ଅନେକ ବିଶେଷଜ୍ଞ ଚୀନ୍ ସୈନିକଙ୍କ ଆତ୍ମବିଶ୍ୱାସ ଅଭାବ ପଛରେ ଦେଶର ଗୋଟିଏ ପରିବାର, ଗୋଟିଏ ପିଲା ପଲିସିକୁ ଦାୟି କରନ୍ତି । ଏହି ନୀତି କାରଣରୁ ଚୀନ ସେନା ବିଶ୍ୱର ଏକମାତ୍ର ଏଭଳି ସେନାର ଯାହାର ସୈନିକ ନିଜ ମାତାପିତାଙ୍କର ଏକମାତ୍ର ସନ୍ତାନ ହୋଇଥାନ୍ତି । ଫଳରେ ସେମାନଙ୍କ ଉପରେ ପରିବାର ଚାପ ଅଧିକ ଥାଏ । କୁହାଯାଉଛି ଯେ, ଚୀନ୍ ସେନାର ୭୦ ପ୍ରତିଶତରୁ ଅଧିକ ସୈନିକ ନିଜ ମାତାପିତାଙ୍କର ଏକମାତ୍ର ପିଲା । ଚୀନ୍ ସଂସ୍କୃତିରେ ମାତାପିତାଙ୍କ ସେବା କରିବା ସନ୍ତାନର କର୍ତ୍ତବ୍ୟ । ଏମିତିରେ ମାତା ପିତା ମଧ୍ୟ ନିଜ ସନ୍ତାନଙ୍କ ମୃତ୍ୟୁ ଚାହାନ୍ତି ନାହିଁ । ଆଉ ସବୁଠାରୁ ବଡ କାରଣ ହେଉଛି ଯେ, ଚୀନରେ ସୈନିକଙ୍କୁ ସମ୍ମାନ ନଜରରେ ଦେଖା ଯାଏନି । ଭାରତ ଭଳି ଦେଶରେ ସୈନିକଙ୍କୁ ସବୁଠାରୁ ଅଧିକ ସମ୍ମାନ ମିଳୁଥିବା ବେଳେ ଚୀନରେ ଏହା ସ୍ୱପ୍ନ । ସମ୍ମାନିତ ବ୍ୟକ୍ତି ସେନାରେ ସାମିଲ ହୁଏନାହିଁ ବୋଲି ଚୀନବାସୀଙ୍କ ବିଶ୍ୱାସ ।
ପରିବାର ଓ ସାମାଜିକ ସମ୍ମାନର ଅଭାବ ଚୀନ ସୈନିକଙ୍କ ଆତ୍ମବିଶ୍ୱାସ କମ କରିଥାଏ । ତେଣୁ ପ୍ରକୃତ ଯୁଦ୍ଧରେ ଚୀନ ସୈନିକ ନିଜ ଶତ ପ୍ରତିଶତ ଦେବେ ନାହିଁ ବୋଲି ଜାପାନୀ ଓ ଆମେରିକୀୟ ବିଶେଷଜ୍ଞଙ୍କ ମତ ।