ମାୟାବତୀଙ୍କ ହାତୀ ଏଥର ଭୋଟ୍ ରଣଭୂମିରୁ କାହିଁକି ଗାଏବ ଥିଲା ?

Above Post Content

ୟୁପି ନିର୍ବାଚନ ମହାସମରରେ ଗୁରୁବାର ହେଉଛି ଫଳଫଳର ଦିନଯୋଗୀ ଯୋଗରେ ପୁଣି ରାଜଜୋଗ ଅଛି କି ଅଖିଳେଶ ପୁଣି କ୍ଷମତାକୁ ଫେରିବେ ତାହା ସଂଧ୍ୟା ସୁଧା ସଫା ହୋଇଯାଇଥିବ । ଆଉ ଏହା ସହ ପରାଜିତ ଦଳ ନିଜ ନିଜର ସ୍ପଷ୍ଟିକରଣ ସହିତ ସାମ୍ନାକୁ ଆସି ସାରିଥିବେ । କିନ୍ତୁ ମହାସମର ଆରମ୍ଭରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଦିଶୁଥିଲା, ଆଉ ତା’ ହେଲା ଏଥର ନିର୍ବାଚନୀ ରଣରୁ ମାୟାବତୀଙ୍କ ହାତୀ ଏକରକମ ଅଦୃଷ୍ୟ ଥିଲା । ଯେଉଁଠି ମୁଲାୟମ ସୁପୁତ୍ର ଅଖିଳେଶ କ୍ଷମତାକୁ ଫେରିବାକୁ ଆରପାର ଲଢେଇ ଲଢୁଥିଲେ, ଓୱେସୀଙ୍କ ଭଳି ନେତା ଉତ୍ତରପ୍ରଦେଶରେ ନିଜ ପାଦ ଥାପିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଥିଲେ ସେଠି ଉତ୍ତର ପ୍ରଦେଶ ରାଜନୀତିର ପ୍ରଥମ ସୋସିଆଲ ଇଂଜିନିୟର ମାୟାବତୀ ସମ୍ପୂର୍ଣ୍ଣ ଭାବେ ଗାଏବ ଥିଲେ । କଦବା କେମିତି ଗୋଟିଏ ଦୁଇଟି ସାକ୍ଷାତକାର ବ୍ୟତିତି ମାୟାଙ୍କୁ ଦେଖିବାକୁ ମିଳିନଥିଲା । ନା ମାୟାବତୀଙ୍କ ବିଶାଳ ରାଲି ଏଥର ଦେଖିବାକୁ ମିଳିଲା ନା ତାଙ୍କର ଯୁଦ୍ଧଂଦେହିର ଡାକରା । ଏମିତି କ’ଣ ପାଇଁ ହେଲା ? ମାୟାବତୀ କ’ଣ ଯୁଦ୍ଧ ଆରମ୍ଭ ପୂର୍ବରୁ ଯୁଦ୍ଧ ହାରିଯାଇଥିଲେ ନା ବୟସ ତାଙ୍କ ସପକ୍ଷରେ ନଥିଲା ? ଆସନ୍ତୁ ଖୋଜିବା ଏହାର କିଛି ସମ୍ଭାବ୍ୟ କାରଣ ।

ମାୟାବତୀଙ୍କ କୋର୍ ଭୋଟ ହାତରୁ ଖସିଲାଣି ?

After 2nd paragraph post ads

୨୦୦୭ରେ ମାୟାବତୀ ସୋସିଆଲ ଇଂଜିନିୟରିଂ ଦ୍ୱାରା କ୍ଷମତାକୁ ଆସିଥିଲେ । ଯେଉଁ ସଂଖ୍ୟା ନେଇ ସେ ଶାସନକୁ ଆସିଥିଲେ ତାହା ୧୯୯୦ ପରଠାରୁ ସବୁଠାରୁ ଅଧିକ ଥିଲା । ୨୦୧୨ ପର୍ଯ୍ୟନ୍ତ ନିରଙ୍କୁଶ ଶାସନ କରିଥିଲେକିନ୍ତୁ ୨୦୧୨ ନିର୍ବାଚନ ପରେ ଲାଗିଥିଲା ପ୍ରଥମ ଧକ୍କା । ସମାଜବାଦୀ ପାର୍ଟି କ୍ଷମତାକୁ ଆସିଥିଲା । ୨୦୧୪ରେ ମୋଦି ହାୱାରେ ହାତୀ ଧୁଳି ଚାଟିଥିଲା । ମାୟାବତୀଙ୍କ କୋର୍ ଭୋଟର କୁହାଯାଉଥିବା ଦଳିତ ଏହି ବର୍ଷଠାରୁ ତାଙ୍କୁ ଛାଡିବା ଆରମ୍ଭ କରିଥିଲେ । କେବଳ ଜାଟବ ଭୋଟରଙ୍କୁ ଛାଡିଦେଲେ ଏବେ ତାଙ୍କ ସହିତ ଅନ୍ୟ ଦଳିତ ଭୋଟର ଆଗ ଭଳି ନାହାନ୍ତି । ଉତ୍ତରପ୍ରଦେଶ ଜନସଂଖ୍ୟାର ୨୧ ପ୍ରତିଶତ ଦଳିତ । କିନ୍ତୁ ଏବେ ସେହି ଭୋଟର ତାଙ୍କ ସହିତ ଆଉ ନାହାନ୍ତି ।

ମାୟାବତୀ ବିଜେପି ସହ ସାଲିସ କରିଛନ୍ତି କି ?

Middle post content

ନିର୍ବାଚନ ପ୍ରଚାର କାଳରେ ମାୟାବତୀ ବେଶି ସକ୍ରିୟ ନଥିଲେ । କିନ୍ତୁ ଯେତେବେଳେ ବି ସକ୍ରିୟ ହେଉଥିଲେ ସେତେବେଳେ ତାଙ୍କ ନିଶାନାକୁ ଆସୁଥିଲେ କଂଗ୍ରେସ, ସମାଜବାଦୀ ପାର୍ଟି । କିନ୍ତୁ ସେ ବିଜେପିକୁ ନେଇ ଅସ୍ୱଭାବିକ ନିରବତା ଅବଲମ୍ବନ କରିଥିଲେ । ବିଜେପିକୁ ନେଇ ସେ ଏତେଟା ମୁଖର ନଥିଲେବିଜେପି କିମ୍ବା ଯୋଗୀଙ୍କ ବିରୋଧରେ ସେ ପୁରା ପ୍ରଚାରକାଳରେ ଥରୁଟିଏ ମଧ୍ୟ କଠୋର ଶବ୍ଦ ପ୍ରୟୋଗ କରିନାହାନ୍ତି । ଯାହାକୁ ନେଇ କୁହାଯାଉଛି ଯେ, ମାୟାବତୀ ବିଜେପି ସହିତ ସନ୍ଧି କରିଛନ୍ତିତାଙ୍କ ନିରବତା ମଧ୍ୟ ରଣନୀତିର ଅଂଶ । ବିଜେପି ତୁଳନାରେ ମାୟା ସମାଜବାଦୀ ପାର୍ଟିକୁ ନିଜ ଏକ ନମ୍ବର ଶତ୍ରୁ ବୋଲି ଭାବୁଛନ୍ତି । ବିଜେପି ଉପରେ ଆକ୍ରମଣ କରି ସେ ସମାଜବାଦୀ ପାର୍ଟିକୁ ସାହାଯ୍ୟ କରିବାକୁ ଚାହୁଁନଥିଲେ ତେଣୁ ଚୁପ୍ ଥିଲେ ବୋଲି କୁହାଯାଉଛି ।

ବୟସ ବାଧକ ?

ଅନ୍ୟପକ୍ଷରେ ଆଉ କିଛି ପର୍ଯ୍ୟବେକ୍ଷକ ଏଥ ନିର୍ବାଚନରେ ମାୟାବତୀଙ୍କ ନିରବତା ପଛରେ ବୟସକୁ କାରଣ ଭାବେ ଦେଖୁଛନ୍ତି । ମାୟାବତୀଙ୍କୁ ଏବେ ୬୬ ବର୍ଷ । ସେ ଆଉ ପ୍ରଚାରରେ ସକ୍ରିୟତାର ସହ ଅଂଶଗ୍ରହଣ କରି ପାରୁନାହାନ୍ତି । ବାସ୍ତବରେ ଏବେ ବିଏସପିକୁ ସତୀଶଚନ୍ଦ୍ର ମିଶ୍ର ଚଳାଉଛନ୍ତି । ନିର୍ବାଚନୀ ରଣନୀତି ସହିତ ଦଳର ଆଭିମୁଖ୍ୟ ସବୁକିଛି ସତୀଶ ନିର୍ଧାରିତ କରୁଛନ୍ତି । ମାୟାବତୀ ମଧ୍ୟ ଏହାଭିତରେ ଭାଇ ଆନନ୍ଦ କୁମାର ଓ ପୁତୁରା ଆନନ୍ଦଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିଛନ୍ତି । ଯେଉଁଥିରୁ ଜଣା ପଡୁଛି ଯେ, ସୁପ୍ରିମୋ ମାୟା ଏବେ ଦାୟିତ୍ୱ ବୋଝରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।

ଆୟରୁ ଅଧିକ ସମ୍ପତି ଚିନ୍ତା

ମାୟାବତୀଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତି ରଖିବାର ଅଭିଯୋଗ ରହିଛିଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ.)ର ଖଣ୍ଡା ମାୟା ଓ ପରିବାର ଉପରେ ଝୁଲି ରହିଛି । ବିଜେପି ବିରୋଧରେ ଖୋଲିକରି ନଆସିବା ପଛରେ ଏହି ଭୟ ଥିବା ଅନେକ ମନେ କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami