I.N.D.I.Aର ପ୍ରଧାନମନ୍ତ୍ରୀ ଚେହେରା କିଏ ? କ’ଣ ପାଇଁ ମେଣ୍ଟ ପ୍ରଶ୍ନକୁ ଏଡାଇ ଯାଉଛି ?

Above Post Content

ମୁମ୍ବାଇରେ ଦେଶର ବିଜେପି ବିରୋଧୀ ରାଜନୈତିକ ଦଳ ୨୦୨୪ ରଣନୀତି ନିର୍ଧାରଣ ପାଇଁ ଏକାଠି ହୋଇଛନ୍ତି । କିନ୍ତୁ କୋଟିଏ ଟଙ୍କାର ପ୍ରଶ୍ନର ଉତ୍ତର ଦେବାକୁ କୌଣସି ଦଳ କିମ୍ବା ନେତା ଆଗକୁ ଆସୁନାହାନ୍ତିବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ? କାହାକୁ ଚେହେରା କରି I.N.D.I.A ମୋଦିଙ୍କ ମୁକାବିଲା କରିବ ?ରାହୁଲଙ୍କଠାରୁ ନୀତିଶ ଓ ଉଦ୍ଧବ ଠାକରେଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ପ୍ରଧାନମନ୍ତ୍ରୀ ଚେହେରା ଭାବେ ସେମାନଙ୍କ ଦଳର ନେତା ଆଗକୁ ଆଣୁଛନ୍ତି । ଏହାରି ଭିତରେ ଆରଜେଡିର ତେଜସ୍ୱୀ ଯାଦବ ନିର୍ବାଚନ ପରେ ନେତା ନିର୍ବାଚନ ହେବ ବୋଲି କହିଛନ୍ତି । ନେତୃତ୍ୱର ଏହି କନଫ୍ୟୁଜନ କାରଣରୁ I.N.D.I.A ନିର୍ବାଚନ ପୂର୍ବରୁ ହିଁ ପରସେପସନ୍ ବା ଅବଧାରଣାର ଲଢେଇରେ ପଛୁଆ ହୋଇ ଯାଇଛି

ଯିଏ ନେତା ହେବ ସିଏ ରାଲିରେ ମୋଦିଙ୍କ ନିଶାନାରେ ରହିବେ

After 2nd paragraph post ads
Middle post content

ଏହା ସୁନିଶ୍ଚିତ ଯେ, ୨୦୨୪ ନିର୍ବାଚନ ବିଜେପି ଆଗଭଳି ମୋଦିଙ୍କ ଚେହେରାକୁ ଅସ୍ତ୍ର କରି ଲଢିବନିର୍ବାଚନୀ ରାଲିରେ I.N.D.I.Aର ନିଶାନାରେ ପ୍ରଧାନମନ୍ତ୍ରୀ ମୋଦି ରହିବେ । ଆଉ ସେଭଳି ପରିସ୍ଥିତିରେ ବିଜେପି ନିଶାନାରେ I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ମଧ୍ଯ ରହିବେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି କଂଗ୍ରେସ ବିରୋଧରେ ଆକ୍ରମଣାତ୍ମକ ପ୍ରଚାର କରିଥିଲା । ଗତ ଦୁଇ ସାଧାରଣ ନିର୍ବାଚନରେ ବିଜେପି ଓ ମୋଦିଙ୍କ ନିଶାନାରେ ରାହୁଲ ଥିଲେ । ଏହି ଦୁଇ ନିର୍ବାଚନରେ ବିଜେପି ବ୍ଯତିତ କୌଣସି ଦଳ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିଲେ । ଯାହାର ଲାଭ ବିଜେପି ପାଇଥିଲାଟିମ୍ I.N.D.I.A ଏପର୍ଯ୍ଯନ୍ତ ସଂଯୋଜକଙ୍କ ନାମକୁ ନେଇ ଏକମତ ହୋଇନଥିବା ବେଳେ ପ୍ରଧାନମନ୍ତ୍ରୀ ଭାବେ କାହାକୁ କେମିତି ବାଛିବ ? ଆଉ ଗୋଟିଏ କଥା ହେଉଛି I.N.D.I.Aର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ସହିତ ନିର୍ବାଚନ ମୋଦି ବନାମ ସେହି ନେତାଙ୍କ ମଧ୍ଯରେ ଲଢେଇ ହେବ । ଏଥିରୁ I.N.D.I.A ଗାଏବ ହୋଇଯିବ । ଏହା ସହିତ ମୋଦିଙ୍କ ରାଲିରେ I.N.D.I.Aର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହିଁ ତାଙ୍କର ମୁଖ୍ଯ ଟାର୍ଗେଟ୍ ରହିବେ

I.N.D.I.Aର ମନେ ଅଛି ପିଏମ୍ ଇନ୍ ୱେଟିଂ ମଜାକ୍

୯୦ ଦଶକରେ ବିଜେପି ସବୁ ନିର୍ବାଚନ ନିଜର ପ୍ରଧାନମନ୍ତ୍ରୀ ଚେହେରା ସହିତ ଲଢୁଥିଲା୧୯୯୦ ଦଶକର ଆରମ୍ଭରୁ ବିଜେପି ବାଜପାୟୀଙ୍କୁ ନିଜ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଭୋଟରଙ୍କ ଆଗରେ ଉପସ୍ଥାପନ କରୁଥିଲା । ଅବକି ବାର ଅଟଲ ବିହାରୀ ୧୯୯୦ ଦଶକର ପ୍ରସିଦ୍ଧ କିନ୍ତୁ ଫ୍ଲପ୍ ସ୍ଲୋଗାନ ଥିଲା । ୧୯୯୬ର ୧୩ ଦିନିଆ ସରକାର ପରେ ୧୯୯୯ରେ ଅଟଳ ବିହାରୀ ଶେଷକୁ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ । ଏହା ସହିତ ତାଙ୍କ ସହିତ ଲାଗିଥିବା ପିଏମ୍ ଇନ୍ ୱେଟିଂ ଟାଗ୍ ଲାଇନ୍ ହଟିଥିଲା । କିନ୍ତୁ ଲାଲକୃଷ୍ଣ ଆଡଭାନୀଙ୍କ ସହିତ ପୁରା ଜୀବନ ପାଇଁ ଏହି ଟାଗ୍ ଲାଗି ରହିଗଲା୨୦୦୯ରେ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ଚେହେରା କରିଥିଲା । କିନ୍ତୁ ଫଳାଫଳ ତାଙ୍କ ବିରୋଧରେ ଯାଇଥିଲା । ତାଙ୍କ ବିରୋଧୀ ତାଙ୍କୁ ପିଏମ୍ ଇନ୍ ୱେଟିଂ କହି ଥଟା ଉଡ଼ାଉଥିଲେ । I.N.D.I.Aର ନେତା ଏହି କଥା ଭୁଲି ନାହାନ୍ତି । ସେମାନେ ମଧ୍ଯ ଚାହୁଁନାହାନ୍ତି ଯେ, ସେମାନଙ୍କ ନାମ ସହିତ ଏମିତି ଟ୍ୟାଗ୍ ଲାଗି ଯାଉ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami