ଚମ୍ପଇ ସୋରେନ୍ କିଏ, ରାତାରାତି ବଦଳିଗଲା ଯାହାଙ୍କ ଭାଗ୍ୟ

Above Post Content

ରାଞ୍ଚି: ଚମ୍ପଇ ସୋରେନ ହେବେ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏହି ପଦକ୍ଷେପ ନେଇଛିି । ଏହି ଚମ୍ପଇ ସୋରେନ୍ କିଏ ? ଯାହାଙ୍କ ଭାଗ୍ୟ ରାତାରାତି ବଦଳିଗଲା । ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।

‘ଝାଡଖଣ୍ଡ ଟାଇଗର’ ଭାବେ ଥିଲେ ପରିଚିତ

After 2nd paragraph post ads
Middle post content

ଚମ୍ପଇ ସୋରେନ ହେଉଛନ୍ତି ଝାଡଖଣ୍ଡ ବିଧାନସଭାର ଜଣେ ସଦସ୍ୟ । ଏବେ ସେ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ପାର୍ଟିର ସରାଇକେଲା ବିଧାନସଭା ଆସନରୁ ବିଧାୟକ ଅଟନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ସେ ହେମନ୍ତ ସୋରେନ ସରକାରରେ ପରିବହନ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଦାୟିତ୍ୱ ତୁଲାଉଥିଲେ । ଚମ୍ପଇ ହେମନ୍ତ ସୋରେନଙ୍କ ଘନିଷ୍ଠ ସମ୍ପର୍କୀୟ ବୋଲି କୁହାଯାଏ । ଚମ୍ପଇ ୧୯୭୪ରେ ଜାମସେଦପୁରର ରାମକୃଷ୍ଣ ମିଶନ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଅଧ୍ୟୟନ କରିଥିଲେ । ଯେତେବେଳେ ବିହାରରୁ ଅଲଗା ଝାଡ଼ଖଣ୍ଡ ରାଜ୍ୟ ପାଇଁ ଚାହିଦା ବଢ଼ୁଥିଲା, ସେତେବେଳେ ଚମ୍ପଇଙ୍କ ନାମ ଅନେକ ଚର୍ଚ୍ଚାରେ ରହିଥିଲା । ଶିବୁ ସୋରେନଙ୍କ ସହ ଚମ୍ପଇ ମଧ୍ୟ ଝାଡଖଣ୍ଡରେ ଏହି ଆନ୍ଦୋଳନରେ ଭାଗ ନେଇଥିଲେ । ଏଠାରୁ ହିଁ ତାଙ୍କୁ ଲୋକମାନେ ‘ଝାଡଖଣ୍ଡ ଟାଇଗର’ ବୋଲି କହିବା ଆରମ୍ଭ କଲେ ।

ବିଧାୟକ ଭାବେ ୪ ଥର ହୋଇଛନ୍ତି ନିର୍ବାଚିତ

୨୦୦୫ ମସିହାରେ ପ୍ରଥମଥର ପାଇଁ ଝାଡଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୨୦୦୯ରେ ମଧ୍ୟ ବିଧାୟକ ହୋଇଥିଲେ । ସେ ସେପ୍େଟମ୍ବର ୨୦୧୦ ରୁ ଜାନୁୟାରୀ ୨୦୧୩ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶ୍ରମ ଏବଂ ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଜୁଲାଇ ୨୦୧୩ ରୁ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ସେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ଥିଲେ ।୨୦୧୪ରେ ତୃତୀୟ ଥର ପାଇଁ ସେ ଝାଡଖଣ୍ଡ ବିଧାନସଭାକୁ ମନୋନୀତ ହୋଇଥିଲେ । ସେ ୨୦୧୯ରେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ । ଏହା ସହିତ ସେ ହେମନ୍ତ ସରକାରରେ ପରିବହନ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ।ବେଆଇନ ଜମି ଦୁର୍ନୀତିରେ ଧରାଯାଇଥିବା ହେମନ୍ତ ସୋରେନ ବୁଧବାର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହି ସମୟ ମଧ୍ୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ସହଯୋଗୀ ଦଳ ପରିବହନ ମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ସୋରେନ ସରକାରରେ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami