ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି ଆଦିବାସୀଙ୍କର ସ୍ୱତନ୍ତ୍ର ସ୍ଥାନ

Above Post Content

ଯଶୀପୁର: ଆଦିବାସୀଙ୍କ ସାମାଜିକ ଓ ଆର୍ôଥକ ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ହେଲେ ନିର୍ବାଚନ ଆସିଲେ ବିରୋଧୀଙ୍କୁ ଲୋକଙ୍କ କଷ୍ଟ କଥା ମନେପଡେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଆଉ ଲୋକଙ୍କ ଆବେଦନ ଆଧାରରେ ନିଆଯାଇଥିବା ପଦକ୍ଷେପର ହିସାବ ସମ୍ମାନର ସହ ଦିଅନ୍ତି । ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । ତେଣୁ ୫ବର୍ଷରେ ଥରେ ସୁଯୋଗ ମିଳିଛି ତାଙ୍କୁ ଆଶୀର୍ବାଦ କରିବାକୁ ।

Middle post content

ଆଦିବାସୀଙ୍କ କଳା ସଂସ୍କୃତି ପ୍ରତି ଗୁରୁତ୍ୱ ଦିଅନ୍ତି ମୁଖ୍ୟମନ୍ତ୍ରୀ

After 2nd paragraph post ads

ଯଶୀପୁରରେ ଜୋରଦାର ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଯଶୀପୁରର ଜଳସେଚନ ସମସ୍ୟାର ସମାଧାନ ପାଇଁ ୩୩୫ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ । ମା କୀଚକେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ୮ କୋଟି ୪୦ ଲକ୍ଷ ଦିଆଯାଇଛି । ସେହିଭଳି କୁଡୁକି ଓ ହୋ ସମ୍ପ୍ରଦାୟ ଲାଗି ବିଭିନ୍ନ ସ୍ଥାନରେ ଭବନ ନିର୍ମାଣ ପାଇଁ ମଧ୍ୟ ଆର୍ôଥକ ସହାୟତା ଦେଇଛନ୍ତି । ପିଇବା ପାଣି ପାଇଁ ୬୫୦କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି । ଆଦିବାସୀଙ୍କ କଳା ସଂସ୍କୃତି ଓ ପୂଜାସ୍ଥଳୀର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ କୌଣସି ଦଳ କିମ୍ବା ସରକାର ଆଦିବାସୀଙ୍କ ପାଇଁ ଏସଡିସି ଗଠନ କରିନାହାଁନ୍ତି । ଲଘୁ ବନଜାତ ଦ୍ରବ୍ୟ ଉପରେ ଆଦିବାସୀ ମହିଳାଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami