ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ମୁଣ୍ଡରେ ହାତ ରଖିଲେ ବସୁନ୍ଧରା

Above Post Content

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ନବନିର୍ବାଚିତ ସିଏମ୍ ଭଜନଲାଲ୍ ଶର୍ମାଙ୍କ ମୁଣ୍ଡରେ ନିଜ ହାତ ରଖିଥିଲେ । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବସୁନ୍ଧରା ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ । ଏଣୁ ସେ ସ୍ୱଇଚ୍ଛାରେ ନା ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଯୋଗୁ ଏଭଳି କରିଛନ୍ତି ତାହାକୁ ନେଇ ଆଲୋଚନା ଜୋର ଧରିଛି । ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଶପଥ ନେବା ପରେ ଭଜନଲାଲ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ରାଜ୍ୟ ଅଧ୍ୟକ୍ଷ ସିପି ଜୋଶୀ ଏବଂ ବସୁନ୍ଧରାଙ୍କ ସହିତ ସଚିବାଳୟରେ ପହଞ୍ଚିଥିବା ଦେଖାଯାଇଛି ।

Middle post content

ବହୁ ବିଧାୟକ ବସୁନ୍ଧରାଙ୍କ ଆବାସରେ ଜମାଇଥିଲେ ଭିଡ଼

After 2nd paragraph post ads

ନିର୍ବାଚନ ଫଳାଫଳ ଆସିବା ପରେ ଅନେକ ବିଧାୟକ ବସୁନ୍ଧରାଙ୍କ ଆବାସରେ ଭିଡ଼ ଜମାଇଥିଲେ । ଏହାକୁ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଇଥିଲା । ହେଲେ ପରେ ଏହା ବଦଳିଥିଲା । ଭାଜପା ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ବରିଷ୍ଠ ନେତାଙ୍କ ସହମତି ଲୋଡ଼ୁଥିଲା । ଏଣୁ ଏହାକୁ ସେଦିଗରେ ଏକ ପଦକ୍ଷେପ ବୋଲି କୁହାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami