![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମାଲକାନଗିରି: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ଆଜି ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ । ପରୀକ୍ଷା ମୂଳକ ଭାବେ ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ବିମାନ । ଆସନ୍ତା ସପ୍ତାହରେ ମାଲକାନଗିରି ବିମାନବନ୍ଦରର ଉଦଘାଟିତ ହେବ ।
ଅବତରଣ କଲା ଭିଟି ୧୦୦ ବିମାନ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡା ଠାରେ ବିମାନବନ୍ଦର ନିର୍ମାଣ କରାଯାଇଛି । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ରନୱେର ଲମ୍ବ ୧୬୨୦ ମିଟର ରହିଥିବା ବେଳେ ଓସାର ୩୦ ମିଟର ରହିଛି । ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ଅବତରଣ କରିଥିଲା ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଲୋକାର୍ପଣ କରିବେ ।
ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ
ରନୱେରେ ବିମାନ ଆସିବା ପରେ ବିମାନ ରହିବା ଥିବା ପାର୍କିଂ ସ୍ଥାନକୁ ପ୍ରସ୍ତୁତ କରାଯାଉଛି । ଯେଉଁଠି ବିମାନରେ ଲୋକେ ବସିବେ ଓ ସେଥିରୁ ଓହ୍ଲାଇବେ , ସେଠାରେ ଟର୍ମିନାଲ ଗୃହ ନିର୍ମାଣ ହୋଇସାରିଥିବା ବେଳେ ତାହାର ଭିତର କାର୍ଯ୍ୟ କରାଯାଉଛି । ସେଠାରେ ଟିକଟ କାଉଣ୍ଟର, ଟର୍ମିନାଲ ମ୍ୟାନେଜର କୋଠରୀ, ସାଧାରଣ ଶୌଚାଳୟ, ଦିବ୍ୟାଙ୍ଗ ଶୌଚାଳୟ, ଷ୍ଟୋର ରୁମ୍, ଅପେକ୍ଷାଗୃହ, ଭିଆଇପି ଗୃହ, ସାମଗ୍ରୀ ଚେକ୍ କରିବା ସ୍ଥାନ ଆଦିର ନିର୍ମାଣ କରାଯାଉଛି । ଲୋକେ ଯେଉଁ ପଟେ ଆସିବେ ଓ ବିମାନରେ ବସିବା ପାଇଁ ଯିବେ ଦୁଇପଟ ରାସ୍ତା ନିର୍ମାଣ ହେଉଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)