ଆଜିର ସମୟରେ ପ୍ରାୟତଃ ସମସ୍ତେ କ୍ରେଡିଟ୍ କାର୍ଡ୍ ବ୍ୟବହାର କରନ୍ତି । କ୍ରେଡିଟ୍ କାର୍ଡ୍ ବ୍ୟବହାର ଦ୍ୱାରା ଆପଣଙ୍କ ସିବିଲ ସ୍କୋର ଭଲ ରହିଥାଏ । ବ୍ୟାଙ୍କ ଲୋନ୍ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ଯାଂଚ କରିଥାନ୍ତି । ଯଦି ଆପଣଙ୍କର କୌଣସି କ୍ରେଡିଟ୍ ହଷ୍ଟ୍ରି ନଥାଏ କିମ୍ବା ଆପଣ ଋଣ ଖିଲାପକାରୀ ହୋଇଥାନ୍ତି ତେବେ ଆପଣଙ୍କୁ ସହଜରେ ଋଣ ମିଳିନଥାଏ ବା ମିଳିଲେ ମଧ୍ୟ ବ୍ୟାଙ୍କ ଆପଣଙ୍କୁ ଅଧିକ ସୁଧ ମାଗିଥାଏ । ତେଣୁ କ୍ରେଡିଟ୍ କାର୍ଡକୁ ବ୍ୟବହାର କରିବା ଯେତିକି ଭଲ ତାକୁ ସାବଧାନତାର ସହ ବ୍ୟବହାର କରିବା ଆହୁରି ଜରୁରୀ ହୋଇଥାଏ । ତେଣୁ ଆପଣଙ୍କୁ ତିନୋଟି ଜିନଶ ଉପରେ ନଜର ରଖିବାକୁ ପଡିବ ।
କ୍ରେଡିଟ୍ ଲିମିଟ୍ କ୍ରସ୍ କରନ୍ତୁ ନାହିଁ
ପ୍ରଥମତଃ କ୍ରେଡିଟ୍ କାର୍ଡର ଏକ ଲିମିଟ୍ ରହିଛି । ଏହା ସହିତ ବିଲିଂ ଡେଟ୍ ମଧ୍ୟ ରହିଥାଏ । ବିଲିଂ ଡେଟର ପ୍ରାୟ ୨୦ ଦିନ ପରେ ଟଙ୍କା ପୈଠ କରିବାକୁ ହୋଇଥାଏ । ଯଦି ଆପଣ ଅନ୍ତିମ ତାରିଖ ପୂର୍ବରୁ ଟଙ୍କା ଦେଇ ଦିଅନ୍ତି ତେବେ ଏହା ବହୁତ ଭଲ କଥା । ଯାହାକି ଆପଣଙ୍କ ସିବିଲ ସ୍କୋରରେ ପ୍ରତିଫଳିତ ହୋଇଥାଏ । ଏମିତିରେ ଆପଣଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିନଥାଏ । ଆର୍ଥିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣ ନିଜ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତ ବ୍ୟବହାର କରନ୍ତି ଓ ଠିକ୍ ସମୟରେ ଟଙ୍କା ଦିଅନ୍ତି ତେବେ ଆପଣଙ୍କ ସିବିଲ ସ୍କୋର ମଜବୁତ ରହିଥାଏ । କିନ୍ତୁ ଯଦି ଆପଣ ନିଜ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତରୁ ଅଧିକ ବ୍ୟବହାର କରନ୍ତି ଓ ଠିକ୍ ସମୟରେ ପେମେଣ୍ଟ୍ କଲେ ମଧ୍ୟ ଆପଣଙ୍କ ସିବିଲ ସ୍କୋର ଭଲ ରହିନଥାଏ । ସିଧା ଅର୍ଥରେ କହିବାକୁ ଗଲେ କ୍ରେଡିଟ୍ କାର୍ଡର ମାସିକ ବିଲକୁ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତ ମଧ୍ୟରେ ରଖନ୍ତୁ ।
କ୍ରେଡିଟ୍ କାର୍ଡ ଦ୍ୱାରା ଟଙ୍କା ଉଠାନ୍ତୁ ନାହିଁ
କ୍ରେଡିଟ୍ କାର୍ଡ୍ ଦ୍ୱାରା ଟଙ୍କା ମଧ୍ୟ ଉଠାଯାଇପାରେ । କିନ୍ତୁ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ । କ୍ୟାସ୍ ଉଠାଇବା ଦ୍ୱାରା ଆପଣଙ୍କୁ ବିନ୍ ସୁଧ ଅବଧି ମିଳିନଥାଏ । ଏହା ସହିତ କ୍ୟାସ୍ ଉଠାଇବା ପାଇଁ ଅନେକ ଅତିରିକ୍ତ ଚାର୍ଜେସ୍ ପଡିଥାଏ । ଏଚଡିଏଫସି ବ୍ୟାଙ୍କ ୱେବସାଇଟ୍ ଅନୁସାରେ ଯେତେବେଳେ ଆପଣ କ୍ରେଡିଟ୍ କାର୍ଡରେ ଟଙ୍କା ଉଠାନ୍ତି ସେତେବେଳେ ୨.୫ରୁ ୩ ପ୍ରତିଶତ କ୍ୟାସ୍ ଆଡଭାନ୍ସ ଫି’ ମଧ୍ୟ ଜମା କରିବାକୁ ପଡିଥାଏ । ଆଡଭାନ୍ସ ଫିସ୍ ମିନିମମ ୨୫୦ ଟଙ୍କାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ହୋଇତାଏ । ଯେଉଁଦିନ ଆପଣ କ୍ୟାସ୍ ଉଠାନ୍ତି ସେହିଦିନଠାରୁ ସୁଧ ଚାର୍ଜ୍ ଆରମ୍ଭ ହୋଇଥାଏ । ଏହା ସେପର୍ଯ୍ୟନ୍ତ ଚାଲିଥାଏ ଯେପର୍ଯ୍ୟନ୍ତ ଆପଣ ପୁରା ଟଙ୍କା ପୈଠ ନକରନ୍ତି । ଏହା ସହିତ ପ୍ରତିମାସରେ ୨.୫ ପ୍ରତିଶତରୁ ୩.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଜମା କରିବାକୁ ପଡିଥାଏ । ଏହା ସହିତ କ୍ରେଡିଟ୍ କାର୍ଡ୍ ଦ୍ୱାରା ଟଙ୍କା ଉଠାଇବା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଦୁର୍ବଳ କରିଥାଏ ।
ମିନିମମ୍ ପେମେଣ୍ଟ୍ ଜାଲରେ ପଡନ୍ତୁ ନାହିଁ
କ୍ରେଡିଟ୍ କାର୍ଡ୍ ବିଲରେ ଟୋଟାଲ ବିଲ୍ ସହିତ ମିନିମମ୍ ପେମେଣ୍ଟ୍ କଥା ଉଲ୍ଲେଖ ଥାଏ । ଆର୍ଥିକ ବିଶେଷଜ୍ଞ ସବୁବେଳେ ପୁରା ଟଙ୍କା ଦେବାକୁ କହିଥାନ୍ତି । ଯଦି ଆପଣ ମିନିମମ୍ ପେମେଣ୍ଟ୍ କରନ୍ତି ତେବେ ଆପଣ ଇଣ୍ଟ୍ରେଷ୍ଟ ଫ୍ରି ପିରିୟଡର ଲାଭରୁ ବଂଚିତ ହୁଅନ୍ତି । ଏହା ସହିତ ଟ୍ରାଂଜାକ୍ସନ ଦିନଠାରୁ ସୁଧ ଲାଗିବା ଆରମ୍ଭ ହୋଇଥାଏ । ଏହା ସହିତ ଆପଣଙ୍କୁ ମାସିକ ୩୦ରୁ ୪୦ ପ୍ରତିଶତ ସୁଧ ଦେବାକୁ ପଡିଥାଏ ।