![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ତାହା ପୁଣି ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଇଡି ସମନ ଅପେକ୍ଷା ପ୍ରଚାରକୁ ପ୍ରାଥମିକତା ଦେବି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ । ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁ ନ ଥିବା କହିଛନ୍ତି । ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ହାଜର ହେବ ପାଇଁ ଇଡି ସମନ ଜାରି କରିଥିଲା । ମାତ୍ର ଇଡିର ଦୁଇଟି ସମନ ସତ୍ତ୍ୱେ ସେ ହଜାର ନ ହେବାରୁ ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏବେ ଏଡାଇ ଦେଇଛନ୍ତି । ଅନ୍ୟପଟେ ଟିଏମସି ନେତ୍ରୀ ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି ରାଜମାତା ଅମୃତା ରୟ । ଏଥର ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ବିଜେପି ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରୟଙ୍କୁ ଟିକେଟ ଦେଇଛି । ସେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)