କଂଗ୍ରେସ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଦେଲେ ସୁରକ୍ଷା କର୍ମୀ

Above Post Content

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଭିଭିଆଇପି କଲଚର । ମନ୍ତ୍ରୀଙ୍କ ସେବକ ପାଲଟି ଯାଇଛନ୍ତି ତାଙ୍କ ସୁରକ୍ଷା କର୍ମୀ । ଏପରିକି ସମସ୍ତଙ୍କ ସମ୍ମୁଖରେ ଜଣେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇ ଦେଉଛନ୍ତି ତାଙ୍କ ସୁରକ୍ଷା କର୍ମୀ । ଏହା ଦେଖି କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କେବଳ ସେତିକି ନୁହେଁ କଂଗ୍ରେସ ଏବେ ବି ନିଜକୁ ମାଲିକ ଭାବୁଥିବା ଅଭିଯୋଗ କରିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ବିଜେପି କହିଲା ଭିଭିଆଇପି କଲଚର

After 2nd paragraph post ads

କର୍ଣ୍ଣାଟକର ସମାଜ କଲ୍ୟାଣ ମନ୍ତ୍ରୀ ଏଚ. ସି. ମହାଦେବପ୍ପାଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ,ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ଜୋତା ପିନ୍ଧାଇ ଦେଉଛନ୍ତି । ମନ୍ତ୍ରୀ ଧାରବାଡ଼ରେ ଏକ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ସେ ଜୋତା ଖୋଲି ହଷ୍ଟେଲର ରୋଷେଇ ଘର ବୁଲାବୁଲି କରିଥିଲେ । ସେଠାରୁ ଫେରିବା ବେଳେ ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ ଜୋତା ପିନ୍ଧାଇ ଦେଇଥିଲେ । ଏହାର ଏକ ଭିଡିଓ ଭାଇରାଲ ହେବା ପରେ ବିଜେପି ମହାଦେବପ୍ପାଙ୍କୁ ଟାର୍ଗେଟ କରିଛି । ଏନେଇ ଏକ ଟ୍ୱିଟ କରି ବିଜେପି କହିଛି, ଭିଭିଆଇ ସଂସ୍କୃତି ଅର୍ଥାତ କଂଗ୍ରେସ । ଏପରି ମାନସିକତା କେବଳ କଂଗ୍ରେସ ନିକଟରେ ଦେଖିବାକୁ ମିଳିଥାଏ । କଂଗ୍ରେସ ନେତା ସବୁବେଳେ ଜନତାଙ୍କୁ ଚାକର ଓ ନିଜକୁ ମାଲିକ ବୋଲି ଭାବିଥାନ୍ତି ।

Middle post content

ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଏହାର ଜବାବ ଦେବାକୁ ଯାଇ ମହାଦେବପ୍ପା ଟ୍ୱିଟ କରି ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ମୁଁ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରେ । କାହାଦ୍ୱାରା ଜୋତା ପିନ୍ଧି ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବା ମୋ’ ଲକ୍ଷ୍ୟ ନୁହେଁ । କିନ୍ତୁ ଆଣ୍ଠୁ ଅପରେସନ ହୋଇଥିବାରୁ ତଳକୁ ନଇଁବା ମୋ’ ପକ୍ଷେ ସମ୍ଭବ ହୋଇ ପାରୁନି । ତେଣୁ ମାନବିକତା ଦୃଷ୍ଟିକୋଣରୁ ମୋ’ ସହକର୍ମୀ ମୋତେ ଏହି ସେବା ଯୋଗାଇ ଦେଉଛନ୍ତି ବୋଲି ସେ ଟ୍ୱିଟ କରିଛନ୍ତି । ବିଜେପିର ବରିଷ୍ଠ ବିଧାୟକ ବସନଗୌଡ଼ା ପାଟିଲ ମଧ୍ୟ ମନ୍ତ୍ରୀ ମହାଦେବପ୍ପାଙ୍କୁ ଅହଙ୍କାରୀ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami