ରାହୁଲଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

Above Post Content

ମୁମ୍ବାଇ: ମହାରାଷ୍ଟ୍ର ଥାନେର ଏକ ଅତାଲତ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ୱୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଛି । ତେବେ ଦାଖଲ ହୋଇଥିବା ମାନହାନି ମାମଲାରେ ଲିଖିତ ବିବୃତ୍ତି ଦାଖଲ କରିବାରେ ବିଳମ୍ବ ହେତୁ ଶୁକ୍ରବାର କଂଗ୍ରେସ ନେତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି ଅଦାଲତ । ଲିଖିତ ବିବୃତ୍ତି ଦାଖଲ କରିବାରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ୮୮୧ ଦିନ ବିଳମ୍ବ ହୋଇଥିଲା । ତାଙ୍କ ଓକିଲ ନାରାୟଣ ଆୟର ଏହି ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରି ଏକ ଆବେଦନ କରିଥିଲେ ।

Middle post content

ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ

After 2nd paragraph post ads

ଆଡଭୋକେଟ ନାରାୟଣ ଆୟର ଯୁକ୍ତି କରିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ଦିଲ୍ଲୀରେ ରୁହନ୍ତି । ଆଉ ଏମ୍‌ପି ହୋଇଥିବାରୁ ତାଙ୍କୁ ଅନେକ ସମୟରେ ବ୍ୟସ୍ତ ରହିବାକୁ ପଡେ । ଯେଉଁଥିପାଇଁ ବିବୃତ୍ତି ଦାଖଲ କରିବାରେ ବିଳମ୍ବ ହୋଇଥିଲା । ଆୟର ପିଟିଆଇକୁ କହିଛନ୍ତି ଯେ, ମାଜିଷ୍ଟ୍ରେଟ କୋର୍ଟ କ୍ଷମା ପ୍ରାର୍ଥନା ଅନୁରୋଧ ଗ୍ରହଣ କରିଛନ୍ତି ଏବଂ ଲିଖିତ ବିବୃତ୍ତି ଗ୍ରହଣ କରିଛନ୍ତି, ହେଲେ ୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ମାନହାନି ମାମଲା ଆରଏସଏସ କର୍ମୀଙ୍କ ଦ୍ୱାରା ଦାଖଲ କରାଯାଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ ହେବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami