ମମତାଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେପି

Above Post Content

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଶୁଭେନ୍ଧୁ ଅଧିକାରୀ ଅଭିଯୋଗ କରିଛନ୍ତି । ନିକଟରେ ଏକ ରାଜନୈ ତିକ ଘଟଣାରେ ଟିଏମସି ସୁପ୍ରିମୋଙ୍କ ଦ୍ୱାରା ଅପରାଧିକ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ଅଧିକାରୀ କହିଛନ୍ତି ଯେ ଯେବେଠାରୁ ସେ ନିଜର ରାଜନନୈତିକ ପଥ ବଦଳାଇଛନ୍ତି, ସେ ଅନେକ ମିଥ୍ୟା ମାମଲାର ସମ୍ମୁଖୀନ ହୋଇଛନ୍ତି ।ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶାସକ ଟିଏମସି କ୍ରମାଗତ ଭାବରେ ବିଜେପି ଉପରେ ଓ ତାଙ୍କ ସଦସ୍ୟଙ୍କ ବିରୋଧରେ ଘୃଣାଭାବ ପ୍ରସାର କରୁଛନ୍ତି । ନେତାଜୀ ଇନଡୋର ଷ୍ଟାଡିୟମରେ ତାଙ୍କର ଏକ ଅଭିଭାଷଣରେ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ସେମାନେ ଆମର ଚାରିଜଣ ନେତାଙ୍କୁ ଜେଲକୁ ପଠାଇଛନ୍ତି, ତେବେ ହତ୍ୟା ଅଭିଯୋଗରେ ଆମେ ସେମାନଙ୍କ ଆଠ ଜଣ ନେତାଙ୍କୁ ଜେଲକୁ ପଠାଇବୁ । ମମତା ବାନାର୍ଜୀ ସେହି ଘଟଣା ବିଷୟରେ କହିଥିଲେ ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସି ଟିଏମସି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।ବିଜେପି ସରକାର ଆଉ ତିନିମାସ ରହିବ ବୋଲି ମମତା ବାନାର୍ଜୀ ଦାବି କରିଛନ୍ତି । ମିଥ୍ୟା ଦୁର୍ନୀତି ଅଭିଯୋଗରେ ଟିଏମସି ନେତାଙ୍କୁ ଗିରଫ କରିବାରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରର ଜବାବରେ ବାନାର୍ଜୀ ବିଜେପିକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆପଣ ଆମ ଚାରିଜଣଙ୍କୁ ଗିରଫ କରନ୍ତି ତେବେ ଆମେ ଆପଣଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରିବୁ । ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟିଏମସି ନେତା ନେତା ପାର୍ଥ ଚାଟାର୍ଜୀ, ଜିବନ୍ କୃଷ୍ଣ ସାହା, ମାଣିକ ଭଟ୍ଟାଚାର୍ଯ୍ୟ, ଅନୁବ୍ରତ ମଣ୍ଡଳ ଏବଂ ଜ୍ୟୋତି ପ୍ରିୟା ମଲ୍ଲିକ ଜେଲରେ ଅଛନ୍ତି ।

Middle post content

ମାମଲା ରୁଜୁ ପାଇଁ ବିଜେପିର ଦାବି

After 2nd paragraph post ads

ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ “ଉତ୍ତେଜନାମୂଳକ” ଏବଂ “ଅପରାଧୀକ ଧମକ” ବୋଲି କହି ଅଧିକାରୀ କହିଛନ୍ତି ଯେ ଏଭଳି ବିବୃତ୍ତି କେବଳ ଭିତ୍ତିହୀନ ନୁହେଁ ବରଂ ସଂପୃକ୍ତ ବିଭାଗ ଅଧୀନରେ ଗମ୍ଭୀର ପରିଣାମ ମଧ୍ୟ ଦେଇପାରେ । ତେଣୁ ୧୮୨, ୧୯୪, ୧୯୫ଇ ସମେତ ଆଇପିସିର ବିଭିନ୍ନ ବିଭାଗର ସମ୍ଭାବ୍ୟ ଉଲ୍ଲଂଘନକୁ ଦର୍ଶାଇ ଅଧିକାରୀ ମମତା ବାନାର୍ଜୀ ଏବଂ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଏଫ୍‌ଆଇଆର୍ ପଞ୍ଜିକରଣ କରିବାକୁ ପୋଲିସକୁ ନିବେଦନ କରିଥିଲେ । ଏତଦ୍ ବ୍ୟତୀତ ଧାରା ୨୧୧, ୨୦୩, ୫୦୫ (ଓଓ) ଏବଂ ୫୦୬ ଅନୁଯାୟୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami