ତେଲେଙ୍ଗାନା ଭୋଟ୍ ଆଜି: ମାଓବାଦୀ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷା

Above Post Content

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ନିର୍ବାଚନକୁ ଦୃଷ୍ଟିରେ ମାଓବାଦୀ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ ।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା

After 2nd paragraph post ads

ମାଓବାଦୀ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟର ୧୦୬ଟି ବିଧାନସଭା ଆସନରେ ସକାଳ ୭ ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ୍ ଅନୁଷ୍ଠିତ ହେବ । କିନ୍ତୁ ମାଓବାଦୀ ପ୍ରଭାବିତ ଅଞ୍ଚଳର ୧୩ଟି ଆସନରେ ସକାଳ ୭ ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଏହି ବିଧାନସଭା ନିର୍ବାଚନରେ ମୋଟ ୨୨, ୦୦୦ ପ୍ରାର୍ଥୀ ଅଛନ୍ତି । ୩୫୬୫୫ ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତାଧିକାର ସାବସ୍ତ କରିବେ । ବିଆରଏସ ସମସ୍ତ ୧୧୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୧୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ସିପିଆଇକୁ ଗୋଟିଏ ଆସନ ଦେଇଛି ।

Middle post content

ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟିଆର ଅଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡ୍ଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ଏଥର ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ଚଳିତଥର ୧୦୩ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami