ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ

Above Post Content

ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନର କବଜା ସହିତ ପୁରା ଦୁନିଆ ଚମକି ପଡିଥିଲା । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଦୁନିଆ ଯେତିକି ତାଜୁବ ନଥିଲା ତା’ଠାରୁ ଅଧିକ ତାଜୁବ ହୋଇଥିଲା ଯେଉଁ ଢଙ୍ଗରେ ଆମେରିକା ତା’ର ଆଧୁନିକ ବିମାନ ସବୁକୁ ତାଲିବାନ ପାଇଁ ଛାଡି ଯାଇଥିଲା । ୬ ଲକ୍ଷ ଛୋଟ ଅସ୍ତ୍ର ବାଦ ଆମେରିକା ଲଢୁଆ ବିମାନ ହେଲିକପ୍ଟରକୁ ଛାଡି ପଳାଇ ଯାଇଥିଲାଆମେରିକା ସେନାର ୟୁନିଫର୍ମ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସହିତ ନାଇଟ୍ ଭିଜନ କ୍ୟାମେରା ପିନ୍ଧା ତାଲିବାନୀ ଆତଙ୍କବାଦୀଙ୍କ ଫଟୋ ମିଡିଆରେ ପ୍ରସାରିତ ହୋଇଥିଲା । ଯାହାକୁ ଦେଖି ଦୁନିଆ କହୁଥିଲା ଆମେରିକା ଗୋଟିଏ ଆତଙ୍କବାଦୀ ସଂଗଠନକୁ ଅତ୍ୟାଧୁନିକ ଅସ୍ତ୍ରରେ ସଜ୍ଜିତ କରି ଫେରିଛି । ତାଲିବାନ ମଧ୍ୟ ଏହି ମାଗଣା ଅସ୍ତ୍ର ଭଣ୍ଡାର ପାଇ ବେସ ଖୁସୀ ହେଉଥିଲା । କିନ୍ତୁ ଏବେ ପ୍ରାୟ ଦୁଇ ସପ୍ତାହ ପରେ ସତ ସାମ୍ନାକୁ ଆସିଛି । ତାଲିବାନ କହୁଛି , ଆମେରିକା ଆମକୁ ଠକିଦେଲା । ଯେଉଁ ସବୁ ବିମାନ ଓ ହେଲିକପ୍ଟର ଛାଡିଛି ତାହା ଅକାମୀ । ତାହା କେବେ ମଧ୍ୟ ଆକାଶରେ ଉଡ଼ି ପାରିବ ନାହିଁ ।

ଅଲ୍ ଜଜିରାର ଏକ ରିପୋର୍ଟ ମୁତାବକ, ତାଲିବାନକୁ ଲାଗୁଛି ଯେ ଏହି ମାମଲାରେ ତାଙ୍କ ସହ ‘ଧୋକା’ ହୋଇଛି । ଅଲ ଜଜ୍ଜିରା ରିପୋର୍ଟ ଅନୁସାରେ ତାଲିବାନ କହୁଛି ଯେ, ଆମେରିକା ସେମାନଙ୍କୁ ଓ ଆଫଗାନିସ୍ତାନକୁ ଧୋକା ଦେଇଛିକାରଣ ଆମେରିକା ସୈନ୍ୟ କାବୁଲ ଛାଡ଼ିବା ପୂର୍ବରୁ ସେନା ହେଲିକପ୍ଟର ଏବଂ ବିମାନ ଗୁଡ଼ିକୁ ଅଚଳ କରିଦେଇଛି । କାବୁଲରେ ପଡ଼ିରହିଥିବା ଏୟାରକ୍ରାଫ୍ଟ ଏବେ କୌଣସି କାମରେ ଲାଗିପାରିବ ନାହିଁ । ତାଲିବାନ ଆଶା କରିଥିଲା ଯେ, ଏହି ସୈନ୍ୟ ବିମାନସବୁ ନିଜ ପାଇଁ ବ୍ୟବହାର କରିବେ କିନ୍ତୁ ସେପରି ହୋଇପାରିନାହିଁ ।

After 2nd paragraph post ads
Middle post content

ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ, ଆମେରିକା ସେନା ଛାଡିଥିବା ସାମରିକ ଅସ୍ତ୍ରଶସ୍ତ୍ର ଜାତୀୟ ସମ୍ପତ୍ତି ଅଟେ ଏବଂ ତାଲିବାନ ବର୍ତ୍ତମାନ ଦେଶକୁ ଶାସନ କରୁଛି, ତେଣୁ ସେ ସମସ୍ତ ସାମରିକ ଅସ୍ତ୍ରଶସ୍ତ୍ର ଦେଶର ଥିଲା । ଆମେରିକା ଏପରି କରି ଠିକ୍ କରି ନାହିଁ । ଏହା ଆମ ସହ ଧୋକା । ସୂଚନା ଅନୁଯାୟୀ ତାଲିବାନ ପାଖରେ ଏବେ ୪୮ଟି ବିମାନ ରହିଛି । ତେବେ ଏହି ବିମାନଗୁଡ଼ିକ ମଧ୍ୟରୁ କେତୋଟି ଭଲ ଅବସ୍ଥାରେ ଅଛି ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।

ସୂଚନା ଅନୁଯାୟୀ, ଅଗଷ୍ଟ ୩୧ ତାରିଖ ସକାଳେ କାବୁଲ ବିମାନବନ୍ଦରର କିଛି ଅଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ବିଶୃଙ୍ଖଳିତ ହୋଇଉଠିଥିଲା । ଟର୍ମିନାଲ୍ ଭିତରେ ଜିନିଷପତ୍ର ଏବଂ ଡକ୍ୟୁମେଣ୍ଟ୍ ଗୁଡ଼ିକ ଛିନଛତ୍ର ହୋଇ ପଡ଼ିରହିଥିଲା । ଆମେରିକାର ସୈନ୍ୟବାହିନୀ ଦ୍ୱାରା ବ୍ୟବହୃତ CH-46 ହେଲିକପ୍ଟର ମଧ୍ୟ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା । ଆମେରିକାର ସୈନ୍ୟବାହିନୀ କହିଛନ୍ତି ଯେ କାବୁଲ ବିମାନବନ୍ଦର ଛାଡିବା ପୂର୍ବରୁ ସେମାନେ ୨୭ଟି ହମ୍ଭି ଏବଂ ୭୩ଟି ବିମାନକୁ ଅକ୍ଷମ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami