ବଗ୍ରାମ୍ ବିମାନଘାଟି ଉପରେ କାହିଁକି କବଜା କରିବାକୁ ଚାହୁଁଛି ଡ୍ରାଗନ ? ଭାରତ ବିରୋଧରେ ପାକିସ୍ତାନକୁ କରିପାରେ ବ୍ୟବହାର

Above Post Content

ଭାରତୀୟ ବଂଶୋଦ୍ଭବ ତଥା ଜାତିସଂଘରେ ଆମେରିକାର ପୂର୍ବତନ ଦୂତ ନିକ୍କି ହେଲି ଆଫଗାନିସ୍ତାନରେ ଚୀନ ଖେଳୁଥିବା ଚାଲକୁ ନେଇ ଚେତାବନୀ ଦେଇଛି । ହେଲିଙ୍କ ଅନୁସାରେ ଚୀନ୍ ଆଫଗାନିସ୍ତାନର ବଗ୍ରାମ୍ ବିମାନଘାଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି । ବଗ୍ରାମ ଏୟାର ବେସରୁ ଆମେରିକା ସେନା ତା’ର ତାଲିବାନ ବିରୋଧୀ ଅପରେସନ କରୁଥିଲା । ହେଲି ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ଭାରତ ବିରୋଧରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିବାକୁ ପାକିସ୍ତାନକୁ ବ୍ୟବହାର କରିପାରେ । ଆସନ୍ତୁ ଜାଣିବା ବଗ୍ରାମ ଏୟାର ବେସ କ’ଣ ପାଇଁ ଚୀନ୍ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ..

ହେଲିଙ୍କ ଅନୁସାରେ ଆଫଗାନିସ୍ତାନ ଉପରେ ତାଲିବାନ କବଜା ପରେ ଚୀନ୍ ଉପରେ ନଜର ରଖିବା ଆମେରିକାର ସୁରକ୍ଷା ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ଆମକୁ ଚୀନ୍ ଉପରେ ନଜର ରଖିବାକୁ ହେବ । କାରଣ ଭବିଷ୍ୟତରେ ଚୀନ୍ ବଗ୍ରାମ ଏୟାର ବେସ ଆଡକୁ ଅଗ୍ରସର ହେବ । ମୋତେ ଲାଗୁଛି ଯେ, ଚୀନ୍ ଆଫଗାନିସ୍ତାନରେ ନିଜ ସ୍ଥିତି ଅଧିକ ମଜବୁତ କରିବାକୁ ଚାହୁଁଛି । ଏହାସହିତ ଭାରତ ବିରୋଧରେ ନିଜ ସ୍ଥିତି ସୁଦୃଢ କରିବାକୁ ଏହା ପାକିସ୍ତାନକୁ ବ୍ୟବହାର କରୁଛି । ତେଣୁ ଆମ ସାମ୍ନାରେ ଅଧିକ ଆହ୍ୱାନ ରହିଛି । ବର୍ତ୍ତମାନ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହିତ ସମ୍ପର୍କ ଅଧିକ ମଜବୁତ କରିବାର ସମୟ ଆସିଛି ଓ ବାଇଡେନ ଏହି ସବୁ ରାଷ୍ଟ୍ରଙ୍କ ସହିତ ମିଶି କାର୍ଯ୍ୟ କରନ୍ତୁ ବୋଲି ହେଲି କହିଛନ୍ତି ।

After 2nd paragraph post ads

ବଗ୍ରାମ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଆମେରିକା ଏହି ଏୟାରବେସରୁ ୨୦ ବର୍ଷ ପର୍ଯ୍ୟନ୍ତ ଅପରେଟ୍ କରୁଥିଲା । ଏଠାରେ ଦୁଇଟି ରନୱେ ରହିଛି । ଜୁଲାଇ ମାସରେ ଆମେରିକୀୟ ସେନା ରାତି ଅନ୍ଧାରରେ ଚୁପଚାପ ସେଠାରୁ ଚାଲି ଯାଇଥିଲା । ବଗ୍ରାମ ଆଫଗାନିସ୍ତାନର ସବୁଠାରୁ ଭଲ ଏୟାରବେସ ମଧ୍ୟରୁ ଗୋଟିଏ । ଏହା କାବୁଲଠାରୁ ମାତ୍ର ୪୦ କିଲୋମିଟର ଦୂରରେ ଅବସ୍ଥିତ । ଓସାମା ବିନ୍ ଲାଡେନକୁ ମାରିବା ପାଇଁ ଯେଉଁ ଅପରେସନ୍ ହୋଇଥିଲା ସେଥିପାଇଁ ସିଲ୍ ଟିମ୍ ଏହି ଏୟାର ବେସରେ ଟ୍ରେନିଂ ନେଇଥିଲେ । ପରେ ଜଲାଲାବାଦ ଏୟାରବେସରୁ ସେମାନେ ପାକିସ୍ତାନ ଯାଇଥିଲେ । ୧୯୫୦ ଦଶକରେ ସୋଭିଏତ ଋଶ ଏହି ଏୟାରବେସକୁ ତିଆରି କରିଥିଲା ।

Middle post content

ବଗ୍ରାମ ଏୟାର ବେସର କଳା ଇତିହାସ

ଏହି ଏୟାର ବେସର ଏକ କଳା ଇତିହାସ ମଧ୍ୟ ରହିଛି । ବିମାନ ଘାଟିର ଅବ୍ୟବହୃତ ଅଂଶରେ ଆମେରିକା ସୈନିକ ଡିଟେନସେନ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ । ଯେଉଁଥିରେ ତାଲିବାନ ଓ ଅଲକାଏଦା କଏଦୀଙ୍କୁ ଜେରା କରାଯାଉଥିଲା । ଯାହାକୁ ଆମେରିକୀୟ ବଗ୍ରାମ କଲେକ୍ସନ ପଏଣ୍ଟ ବୋଲି କହୁଥିଲେ । ଗୋଟିଏ ସମୟରେ ଏହି ବେସରେ ୩ ହଜାର କଏଦୀ ଥିଲେ ।

ଚୀନ କାହିଁକି ଏହା ଉପରେ ନଜର ପକାଇଛି ?

ବଗ୍ରାମ ଏୟାର ବେସର ଏହି ରଣନୈତିକ ମହତ୍ୱକୁ ଦେଖିବା ପରେ ଚୀନ୍ ଏହା ଉପରେ କବଜା କରିବାକୁ ଚାହୁଁଛି । ଯଦି ବଗ୍ରାମ ଏୟାର ବେସ ଚୀନ କବଜାକୁ ଯାଏ ତେବେ ପୁରା ଆଫଗାନିସ୍ତାନ ଉପରେ ଏହାର କବଜା ମଜବୁତ ହେବ । ଏହା ଚୀନ୍ ସେନା ପାଇଁ ଆଉ ଏକ ବିଦେଶୀ ସାମରିକ ଘାଟି ହେବ । ଚୀନର ନଜର ଆଫଗାନିସ୍ତାନର ପ୍ରାକୃତିକ ସମ୍ପତି ଉପରେ ରହିଛି । ନିଜ ଶିଳ୍ପ ପାଇଁ ଚୀନ୍ କଂଚାମାଲ ଆବଶ୍ୟକ କରେ । ଯାହା ତାକୁ ଆଫଗାନିସ୍ତାନରୁ ମିଳିବ । ଆଫଗାନିସ୍ତାନରେ ଏକ ଟ୍ରିଲିୟନ ଡଲାର ମୁଲ୍ୟର ସୁନା,ତମ୍ବା,ଲିଥିୟମର ଖଣି ରହିଛି । ଚୀନର ଲକ୍ଷ୍ୟ ହେଉଛି ଯଦି ଆଫଗାନିସ୍ତାନରେ ହିଂସା ସୃଷ୍ଟି ହୁଏ ତେବେ ଏହି ଏୟାର ବେସରୁ ବିଦ୍ରୋହକୁ ଦମନ କରି ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami